ହୋଣ୍ଡା ପକ୍ଷରୁ “ହୋଣ୍ଡା ଜୟ କ୍ଲବ୍” ପରିବାରକୁ ୨ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ଆମନ୍ତ୍ରଣ

Straight to the Point

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସ୍ୱତନ୍ତ୍ର ଗ୍ରାହକ ଲୟାଲ୍ଟି କାର୍ଯ୍ୟକ୍ରମ “ହୋଣ୍ଡା ଜୟ କ୍ଲବ୍”ରେ ସଦସ୍ୟଙ୍କ ପଂଜୀକରଣ ପରିମାଣ ୨ ଲକ୍ଷରୁ ଅଧିକ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ୨୦୧୮ ଅକ୍ଟୋବରରେ ଆରମ୍ଭ କରାଯାଇଥିଲା ।

ହୋଣ୍ଡା ଜୟ କ୍ଲବ୍ ହେଉଛି ପ୍ରଥମ ଧରଣର ଲୟାଲ୍ଟି କାର୍ଯ୍ୟକ୍ରମ ଯେଉଁଥିରେ ପୁରୁଣା ଓ ନୂଆ ହୋଣ୍ଡା ଦୁଇ ଚକିଆ ଗ୍ରାହକଙ୍କ ପାଇଁ ଅନେକ ଅତୁଳନୀୟ ସୁବିଧା ରହିଛି । ଭାରତର ଦୁଇ ଚକିଆ ଯାନ ଇତିହାସରେ ଏହା ପ୍ରଥମ ଡିଜିଟାଲ୍ ଲୟାଲ୍ଟି କାର୍ଯ୍ୟକ୍ରମ ।

ଗ୍ରାହକଙ୍କ ଉଲ୍ଲାସକୁ ବହୁଗୁଣିତ କରି ମାତ୍ର ଦୁଇ ମାସ ଭିତରେ ହୋଣ୍ଡା ଜୟ କ୍ଲବ୍ର ଗ୍ରାହକ ପରିମାଣ ୨ ଲକ୍ଷରୁ ଅଧିକ ହୋଇଯାଇଛି ।

ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଚଳିତ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିବା ହୋଣ୍ଡା ଜୟ କ୍ଲବ୍ର ପଂଜୀକରଣ ପରିମାଣ ଦୁଇ ଲକ୍ଷରୁ ଅଧିକ ହୋଇଯାଇଛି । ହୋଣ୍ଡା ଜୟ କ୍ଲବ୍ ପାରମ୍ପରିକ ଗ୍ରାହକ ଲୟାଲ୍ଟି କାର୍ଯ୍ୟକ୍ରମ ଠାରୁ ଭିନ୍ନ-ଏହା ୧୦୦% ଡିଜିଟାଲ୍, ଯାହା ବିପୁଳ ବିକଳ୍ପ ପ୍ରଦାନ କରୁଛି ଓ ବିଭିନ୍ନ ସହଯୋଗିତା ଜରିଆରେ ଅନେକ ଟଚ୍ପଏଂଟ୍ରେ ହୋଣ୍ଡା କରେନ୍ସି ରିଡିମ୍ କରିବାର ସୁବିଧା ପ୍ରଦାନ କରୁଛି । ଏହି ଦୀର୍ଘମିଆଦୀ ସମ୍ପର୍କର ଅଂଶ ହୋଇଥିବା ଆମର ନୂଆ ଓ ପୁରୁଣା ଗ୍ରାହକମାନଙ୍କୁ ଆମେ ଧନ୍ୟବାଦ ପ୍ରଦାନ କରୁଛୁ ।’’

ହୋଣ୍ଡାର ବିଶ୍ୱ ସ୍ତରୀୟ ବିକ୍ରିକୁ ହୋଣ୍ଡାର ଭାରତୀୟ କାରବାର ଅବଦାନ ୩୨% ରହିଛି । ୧୮ ବଷୟର ଯାତ୍ରା ଭିତରେ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ୩୯ ନିୟୁତ ଭାରତୀୟ ପରିବାରକୁ ଉଲ୍ଲସିତ କରିପାରିଛି ।
ହୋଣ୍ଡା ଜୟ କ୍ଲବ୍ର ସଦସ୍ୟମାନେ ହସ୍ପିଟାଲିଟି, ଟ୍ରାଭେଲ, ହେଲଥ୍କେୟାର, ଆପାରେଲ, ଏଫ୍ଆଣ୍ଡବି, ମନୋରଂଜନ, ପର୍ସନାଲ୍ କେୟାର, ବୀମା, ୟୁଟିଲିଟି ସେବା ଓ ଇ-ୱାଲେଟ୍ ଜରିଆରେ କ୍ୟାସବ୍ୟାକ୍ ପାଇପାରିବେ । ମାତ୍ର ୨୯୯ ଟଙ୍କାରେ ତିନି ବର୍ଷ ପାଇଁ ହୋଣ୍ଡା ଜୟ କ୍ଲବ୍ ସଦସ୍ୟତା ଉପଲବ୍ଧ ହେଉଛି ।

error: Thank You Keep Visiting