“ୟୁନିଲିଭର ହାତରେ ହର୍ଲିକ୍ସିର ଭାଗ୍ୟ”
କଟକ:ହର୍ଲିକ୍ସି ଏବଂ ପିଲାଦିନ ପରସ୍ପର ସହିତ ଜଡିତ । ‘ଟଲର ଷ୍ଟଙ୍ଗର ଶାର୍ପର’ ଏବଂ ‘ଏପାଙ୍ଗ ଓପାଙ୍ଗ ଝାପାଙ୍ଗ’ଏହିପରି ହର୍ଲିକ୍ସିର ଶ୍ଳୋଗାନ ସମସ୍ତଙ୍କ ପାଇଁ ଅତି ପରିଚିତ ହୋଇପାରିଛି ।ଏହି ବହୁ ପରଚିତ ସପ୍ଲିମେଣ୍ଟର ସତ୍ୱାଧିକାରୀ ଗ୍ଲାକ୍ଲୋସ୍ମିଥିକ୍ଲାଇନ ନିଜର ଭାରତୀୟ ବ୍ୟବସାୟକୁ ୟୁନିଲିଭର କମ୍ପାନୀକୁ ବିକ୍ରି କରିବା ନିଶ୍ଚିତ ହୋଇଛି ।ଗତ କିଛି ମାସ ଧରି ଚାଲୁଥିବା ହର୍ଲିକ୍ସିର ବିକ୍ରି କରିବା ପାଇଁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି ।ଯଦିଓ ହର୍ଲିକ୍ସିର ଲୋକପ୍ରିୟ ଜିଏସକେ ଏତେଟା ପରିଚିତ ପାଇପାରିନାହିଁ କିନ୍ତୁ ଭାରତୀୟ ବଜାରରେ ଏହାର ଉପସ୍ଥିତ ଯଥେଷ୍ଟ ଅଧିକ ।
ଏହି ଆଙ୍ଗ୍ଲେ-ଡଟ୍ କମ୍ପାନୀ ସହିତ ୟୁନିଲିଭର ଡିଲ ୟୁନିଲିଭର ସିଇଓପଲ୍ ପଲ୍ ମାନଙ୍କ ଅଧିନରେ ସବୁଠୁ ବଡଡିଲ୍ ।ଏହା ୩୧,୭୦୦କୋଟି ଟଙ୍କାର ଡିଲ୍ ବୋଲି ଜଣାପଡ଼ିଛି ।ଯାହାକି ଜିଏସକେ କଞ୍ଜୁମର ହେଲଥ କେୟାର ଫାର୍ମ ବ୍ୟବସାୟର ୭-୫ଗୁଣ ଅଧିକ ।ଏହା ଫଳରେ ୟୁନିଲିଭର ଲିମିଟେଡ ଦେଶର ବୃହତ୍ତମ ଫୁଡ୍ ଆଣ୍ଡ୍ ରିଫ୍ରେସ୍ମେଣ୍ଟ (ଏଫ୍ ଆଣ୍ଡ ଆର୍)କମ୍ପାନୀ ହୋଇପାରିବ ।