ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ବ୍ୟାଙ୍କିଙ୍ଗ ଯାତ୍ରାର ୨୦ ବର୍ଷ ପୂର୍ତି ପାଳନ

Straight to the Point

ଭୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ବ୍ୟାଙ୍କିଙ୍ଗ ଯାତ୍ରାର ୨୦ ବର୍ଷ ପୂର୍ତି ପାଳନ କରାଯାଉଛି । ଦୁଇ ଦଶନ୍ଧୀ ପୂର୍ବେ ଏହା ନିଜର ଇଟଂରନେଟ୍ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରିଥିଲା । ୧୯୯୮ରେ ଏହା ପ୍ରଥମେ ଏହି ସେବା ଆରମ୍ଭ କରିଥିଲା । ୨୦୦୮ରେ ଆଇମୋବାଇଲ୍ ଜରିଆରେ ଏହା ମୋବାଇଲ୍ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପ୍ରଥମେ ପ୍ରବେଶ କରିଥିଲା । ୨୦୧୫ରେ ଏହା ନିଜର ୱାଲେଟ୍ ଆଣିଥିଲା । ବର୍ତମାନ ଆଇସିଆଇସିଆଇ ବ୍ୟାଙ୍କର ମୋବାଇଲ୍ ବ୍ୟାଙ୍କିଙ୍ଗ ଓ ଇଟଂରନେଟ୍ ବ୍ୟାଙ୍କିଙ୍ଗରେ ଯଥାକ୍ରମେ ୨୫୦ ଓ ୩୫୦ ପ୍ରକାର ସେବା ଉପଲବ୍ଧ ହେଉଛି ।

ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଆଇମୋବାଇଲ୍ରେ ଅନେକ ଭବିଷ୍ୟତର ବିଶେଷତ୍ୱ ଥିବା ସେବାକୁ ଉନ୍ମୋଚନ କରାଯାଇଛି । ଏହା ପକ୍ଷରୁ ମନି କୋଚ୍ ନାମକ ପ୍ରଥମ ସ୍ୱୟଚାଳିତ ଓ ରୋବୋଟିକ୍ସ ଭିତିକ ନିବେଶ ପରାମର୍ଶ ଟୁଲ୍ ଗ୍ରାହକମାନଙ୍କ ପାଇଁ ଉନ୍ମୋଚନ କରାଯାଇଛି । ଏହା ଗୋଟିଏ କ୍ଲିକ୍ରେ କାଗଜବିହୀନ କେୱାଇସି ଓ ଅନଲାଇନ୍ ପଂଜୀକରଣ ପ୍ରକ୍ରିୟା ପ୍ରଦାନ କରୁଛି । ମୋବାଇଲ୍ ଫୋନ୍ରୁ କ୍ରେଡିଟ୍ କାର୍ଡଗୁଡ଼ିକର ବୈଶିଷ୍ଟ୍ୟ ଉପରେ ନିୟନ୍ତ୍ରଣ ରଖିବାର ସୁବିଧା ଏହା ଯୋଗାଇ ଦେଉଛି । ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମୋବାଇଲ୍ ଜରିଆରେ କ୍ରେଡିଟ୍ କାର୍ଡ ନିରାପତା ଉପରେ ନିୟନ୍ତ୍ରଣ ରଖିବାର ସୁବିଧା ପ୍ରଦାନ କରାଯାଇଛି ।

ଭଏସ୍ କମାଣ୍ଡ୍ ଜରିଆରେ ଏହା ଫଣ୍ଡ୍ ଟ୍ରାନ୍ସଫର ସେବା ଉପଲବ୍ଧ କରାଇଛି ଯାହା ଦେଶରେ ପ୍ରଥମ । ଗ୍ରାହକମାନେ ନିଜ ଭଏସ୍ ଜରିଆରେ ପାଣ୍ଠି ସ୍ଥାନାନ୍ତର କରିପାରିବେ । ବ୍ୟାଙ୍କ ପକ୍ଷରୁ ତକ୍ରାଳ ୨୦ ହଜାର ଟଙ୍କାର ଡିଜିଟାଲ୍ ଋଣ ମଧ୍ୟ ପ୍ରଦାନ କରାଯାଉଛି । ଏଭଳି ସୁବିଧା ପ୍ରଦାନ କରିବାରେ ଆଇସିଆଇସିଆଇ ବ୍ୟାଙ୍କ ହେଉଛି ଦେଶରେ ପ୍ରଥମ । ସେହିପରି ଗ୍ରାହକ ଯେଉଁ କାରବାରଗୁଡ଼ିକୁ ବାରମ୍ବାର କରୁଛନ୍ତି ସେଗୁଡ଼ିକୁ “ଫେଭୋରାଇଟ୍’ ବର୍ଗରେ ସ୍ଥାନିତ କରାଯାଇଛି ।

ଏହି ମାଇଲଖୁଂଟ ସମ୍ପର୍କରେ ବି ମାଧିଭନନ୍, ଗ୍ରୁପ୍ କାର୍ଯ୍ୟନିର୍ବାହୀ ଓ ମୁଖ୍ୟ ପ୍ରଯୁକ୍ତି ଓ ଡିଜିଟାଲ୍ ଅଧିକାରୀ, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ଆମେ ଡିଜିଟାଲ୍ ଚ୍ୟାନେଲ୍ର ଅଗ୍ରଦୂତ ସାଜି ୨୦ ବର୍ଷ ଯାତ୍ରାର ମାଇଲଖୁଂଟ ହାସଲ କରିଥିବା ବିଷୟରେ ଗର୍ବର ସହ ଘୋଷଣା କରୁଛୁ । ଆମେ ଯେତେବେଳେ ପଛକୁ ଫେରି ଚାହୁଁଛୁ ଦୁଇ ଦଶନ୍ଧୀ ଭିତରେ ଆମେ ଡିଜିଟାଲ୍ ପ୍ରଯୁକ୍ତିରେ ନୂତନ ଟ୍ରେଣ୍ଡ୍, ମୋବାଇଲ୍ ଯୋଗାଯୋଗ ଓ ସୋସିଆଲ୍ ମିଡିଆ ଉପରେ ଗୁରୁତ୍ୱ ଦେଇଥିବା ଜାଣିପାରୁଛୁ । ଆମେ ଭାରତର ଜନସଂଖ୍ୟା ଭିତିକ ଲାଭାଂଶକୁ ଜାଣିଛୁ ଓ ମୋବାଇଲ୍ ପ୍ରଯୁକ୍ତି ଦ୍ୱାରା ଆଗାମୀ ଦିନରେ ସମାଜ କିଭଳି ପ୍ରଭାବିତ ହେବ ବିଶେଷ କରି ବ୍ୟାଙ୍କିଙ୍ଗ ଶିଳ୍ପ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ତାହା ଅନୁମାନ କରିପାରିଥିଲୁ । ଆମେ ଆକଳନ କରିଥିଲୁ ଯେ ଆଗାମୀ ଦିନରେ ଲୋକମାନେ ଯାଆସ କରୁଥିବା ବେଳେ ଅନେକ କାମ କରିବାକୁ ଚାହିଁବେ । ସେହି ଆକଳନ ଓ ବିଶ୍ୱାସକୁ ନେଇ ଆମେ ୧୯୯୮ ମସିହାରେ ଦେଶର ପ୍ରଥମ ଇଟଂରନେଟ୍ ବ୍ୟାଙ୍କିଙ୍ଗ ଓ ୨୦୦୮ରେ ମୋବାଇଲ୍ ବ୍ୟାଙ୍କିଙ୍ଗ ଆରମ୍ଭ କରିଥିଲୁ ଓ ଏକ ନୂତନତ୍ୱ ଜାଗ୍ରତ କରାଇଥିଲୁ ।’’

error: Thank You Keep Visiting