ଭୋଡ଼ାଫୋନ ଫାଉଣ୍ଡେସନ ପକ୍ଷରୁ ‘ଭାଇବେ’ ଯୋଜନାର ଶୁଭାରମ୍ଭ

Straight to the Point

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଟେଲିକମ୍ ସଂସ୍ଥା ଭୋଡ଼ାଫୋନ ଆଇଡ଼ିଆ ଲିମିଟେଡ ଅଧିନସ୍ଥ ଭୋଡ଼ାଫୋନ ଫାଉଣ୍ଡେସନ୍ ସ୍ୱେଚ୍ଛାସେବୀ କାର୍ଯ୍ୟକଳାପ ଓ ସ୍ୱେଚ୍ଛାସେବକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନାସକମ୍ ଫାଉଣ୍ଡେସନ ଓ ଭିଏସ୍ଓ ସହଯୋଗିତାରେ ‘ଭାଇବେ’ ନାମରେ ଏକ ପୂର୍ଣ୍ଣାଙ୍ଗ ତଥା ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ସଚିବ ଅରୁଣ ଗୋଏଲ ଉପସ୍ଥିତ ଥିଲେ ।

ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶରେ ଗୋଷ୍ଠୀଗତ ସ୍ୱେଚ୍ଛାସେବୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଉଭୟ କର୍ପୋରେଟ ସଂସ୍ଥା ଓ ସ୍ୱେଚ୍ଛାସେବୀ ସୁଫଳ ପାଇପାରିବେ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ସଂପର୍କରେ ଅବଗତ ହୋଇପାରିବା ସହ କିପ୍ରକାର ଦକ୍ଷତା ଆବଶ୍ୟକ ସେ ସଂପର୍କରେ ମଧ୍ୟ ଜାଣିହେବ । ସାମାଜିକ ଉଦ୍ୟୋଗୀ, ଟ୍ରଷ୍ଟ, ବେସରକାରୀ ଅନୁଷ୍ଠାନ ଏହି ସ୍ୱେଚ୍ଛାସେବୀଙ୍କ ସେବା ନେଇପାରିବେ । ଏକ ପୂର୍ଣ୍ଣାଙ୍ଗ ୱେବଭିତ୍ତିକ ଅନ୍ଲାଇନ ଡ଼୍ୟାସବୋର୍ଡ଼ରେ ମୋବାଇଲ ଜରିଆରେ ଏହି ବ୍ୟବସ୍ଥା ଉପଲବ୍ଧ ହୋଇପାରିବ ।

ଭିଏସ୍ଓ- ଭାଇବେ ଶୁଭାରମ୍ଭ ଅବସରରେ କେନ୍ଦ୍ର ସଂସ୍କୃତି ସଚିବ ଅରୁଣ ଗୋଏଲ କହିଥିଲେ ଯେ, ଦେଶର ଅନେକ ସଂକଟଜନକ ପରିସ୍ଥିତର ମୁକାବିଲାରେ ସ୍ୱେଚ୍ଛାସେବୀର ଦୀର୍ଘ ଇତିହାସ ରହିଛି । ଦେଶରେ ଅନେକ ମେଧାବୀ ସ୍ୱେଚ୍ଛାସେବୀ ଅଛନ୍ତି । ଅନେକ ସମସ୍ୟା ସମାଧାନରେ ସେମାନେ ସହାୟକ ହୋଇଥାନ୍ତି । ନୂତନ ଆପ୍ ସ୍ୱେଚ୍ଛାସେବୀ, ବେସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବାରେ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିବା ସହ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ ।

ଭୋଡ଼ାଫୋନ ଆଇଡ଼ିଆ ଲିିମିଟେଡ଼ର ନିୟନ୍ତ୍ରଣ ଓ କର୍ପୋରେଟ ବ୍ୟାପାର ମୁଖ୍ୟ ଅଧିକାରୀ ପି.ବାଲାଜୀ କହିଥିଲେ ଯେ, ବିକାଶ ପାଇଁ ବିଭିନ୍ନ କ୍ଷେତ୍ରର ଅନ୍ତର୍ଭୁକ୍ତି ପାଇଁ ଆମେ ଏହି ପଦକ୍ଷେପ ଗ୍ରହଣ କରିଛୁ । ଉତ୍ତମ ପାଇଁ ଏହା ଏକ ସଂଯୋଗୀକରଣ ବୋଲି ସେ କହିଥିଲେ ।

ନାସକମ୍ ଫାଉଣ୍ଡେସନ ସିଇଓ ଅଶୋକ ପାମିଡ଼ କହିଥିଲେ ଯେ, ଆଇଟି- ବିପିଏମ ସଂସ୍ଥାର ଏବେ ୩.୯୭ ନିୟୁତ ସହଯୋଗୀ ଅଛନ୍ତି । ସ୍ୱେଚ୍ଛାସେବୀଙ୍କୁ ଏକ ମଞ୍ଚ ଯୋଗାଇବାରେ ଏହା ଦେଶର ସର୍ବବୃହତ ସଂସ୍ଥା ।

error: Thank You Keep Visiting