ହୋଣ୍ଡା ପକ୍ଷରୁ ୨୦୧୯ ସିବିୟୁ ଆମଦାନି ବାଇକ ଭାରତରେ ବୁକିଙ୍ଗ ଆରମ୍ଭ

Straight to the Point

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଆମଦାନି ହେବାକୁ ଥିବା ୨୦୧୯ କଂପ୍ଲିଟ୍ ବିଲ୍ଡ ୟୁନିଟ(ସିବିୟୁ) ବାଇକ ଗୁଡ଼ିକର ବୁକିଙ୍ଗ୍ ଆରମ୍ଭ ହୋଇଛି । ବିଶ୍ୱର ଏହି ଚର୍ଚିତ ବାଇକ ଗୁଡ଼ିକ ପାଇଁ ଗ୍ରାହକମାନେ ମୁମ୍ବାଇ ଓ ଦିଲ୍ଲୀରେ ଥିବା ୱିଙ୍ଗ ୱାର୍ଲଡ୍ ଆଉଟଲେଟରେ ବୁକିଙ୍ଗ କରିପାରିବେ ଆଜିଠାରୁ ବୁକିଙ୍ଗ ଆରମ୍ଭ ହୋଇଛି । ୨୦୧୯ ସିବିୟୁ ଭାବେ ଭାରତ ଆସୁଥିବା ବାଇକ ଗୁଡ଼ିକ ହେଉଛି ନୂଆ ସିବିଆର୧୦୦୦ଆର୍+, ଗୋଲ୍ଡୱିଙ୍ଗ୍ ଟୁର୍ ଡିସିଟି, ସିବିଆର୧୦୦୦ଆରଆର ଫାୟାରବ୍ଲେଡ୍ ଓ ସିବିଆର୧୦୦୦ଆରଆର ଫାୟାରବ୍ଲେଡ୍ ଏସ୍ପି ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “”୨୦୧୯ରେ ଆସୁଥିବା ମଡେଲ୍ ଗୁଡ଼ିକରେ ଅନେକ ନୂତନ ବୈଶିଷ୍ଟ୍ୟ ରହିଥିବା ବେଳେ ସେଗୁଡ଼ିକୁ ବହୁତ ଅପଗ୍ରେଡ୍ କରାଯାଇଛି ।ପୁନଶ୍ଚ ଗ୍ରାହକମାନେ ହୋଣ୍ଡାର ସୁପରିୟର ପ୍ରଯୁକ୍ତିର ମଜା ନେଇପାରିବେ ଓ ଗାଡ଼ି •ଳନାର ରୋମାଂଚକୁ ଅନୁଭବ କରିପାରିବେ । ହୋଣ୍ଡାର ସ୍ୱତନ୍ତ୍ର ୱିଙ୍ଗ୍ ୱାର୍ଲଡ୍ ଆଉଟଲେଟରେ ଆଜି ଠାରୁ ଆରମ୍ଭ ହୋଇଥିବା ବୁକିଙ୍ଗ ପାଇଁ ଆମେ ଆମର ସମସ୍ତ ଗ୍ରାହକମାନଙ୍କ ଆମନ୍ତ୍ରଣ କରୁଛୁ ।”

ହୋଣ୍ଡାର ମୁମ୍ବାଇ ଓ ଦିଲ୍ଲୀରେ ଥିବା ୱିଙ୍ଗ ୱାର୍ଲଡ୍ ଆଉଟଲେଟରେ ଏହି ବାଇକ ଗୁଡ଼ିକର ବୁକିଙ୍ଗ କରାଯାଇପାରିବ । ଅଧିକ ବିବରଣୀ ପାଇଁ ଗ୍ରାହକମାନେ କଂପାନିର ୱେବସାଇଟ୍ ପରିଦର୍ଶନ କରପାରିବେ ।
ବାଇକରେ ଉଭୟ ପ୍ରଦର୍ଶନ ଓ ଷ୍ଟାଇଲ୍ ଖୋଜୁ ଥିବା ଗ୍ରାହକମାନଙ୍କ ପାଇଁ ନିଓ ସ୍ପୋର୍ଟ କେଫ୍ ଭାଷାରେ ହୋଣ୍ଡା ସିବି୧୦୦୦ଆର୍+କୁ ପ୍ରସ୍ତୁତ କରାଯାଇଛି । ଏହାର ସାମ୍ନାରେ ଥିବା ଏଲଇଡି ଷ୍ଟାଇଲ ବହୁଗୁଣିତ କରୁଛି । ଏଥିରେ •ରି ସିଲିଣ୍ଡର ବିଶିଷ୍ଟ ଇଂଜିନ ରହିଛି । ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧୪.୪୬ ଲକ୍ଷ ଟଙ୍କା ରହିଛିୟ ସେହିପରି ହୋଣ୍ଡା ଗୋଲ୍ଡୱିଙ୍ଗ ଟୁର୍ ଡିସିଟିର ମୂଲ୍ୟ ୨୭.୭୯ ଲକ୍ଷ ଟଙ୍କା ରହିଛି । ହୋଣ୍ଡା ସିବିଆର୧୦୦୦ଆରଆର ଫାୟାରବ୍ଲେଡ୍ ଓ ସିବିଆର୧୦୦୦ଆରଆର ଫାୟାରବ୍ଲେଡ୍ ଏସପିର ମୂଲ୍ୟ ଯଥାକ୍ରମେ ୧୬.୪୩ ଲକ୍ଷ ଟଙ୍କା ଓ ୧୯.୨୮ ଲକ୍ଷ ଟଙ୍କା ରହିଛି ।

error: Thank You Keep Visiting