୪୦ ନିୟୁତ ଟପିଲା ହୋଣ୍ଡା ୨ ହ୍ୱିଲର୍ସର ବିକ୍ରି

Straight to the Point

ଭୁବନେଶ୍ୱର: ଭାରତୀୟ ଦୁଇ ଚକିଆ ଯାନ ବଜାରରେ ଇତିହାସ ସୃଷ୍ଟି କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୪୦ ନିୟୁତ ବିକ୍ରି ମାଇଲଖୁଂଟ ହାସଲ କରିିଛି । ଭାରତର ଏକମାତ୍ର ଦୁଇ ଚକିଆ ଯାନ କଂପାନି ଭାବେ ହୋଣ୍ଡା ମାତ୍ର ୧୮ ବର୍ଷର କମ ସମୟ ଭିତରେ ୪୦ ନିୟୁତ ବିକ୍ରି ସ୍ତର ହାସଲ କରିଛି ।

ଭାରତରେ କାରବାର କରିବାର ୧୧ ବର୍ଷ ପରେ ହୋଣ୍ଡା ୧୦ ନିୟୁତ ବିକ୍ରି ସ୍ତର ହାସଲ କରିଛି । ଏହା ପରେ ତିନି ଗୁଣା ଅଧିକ ବେଗରେ ଆଗକୁ ବଢ଼ି ପରବର୍ତି ୧୦ ନିୟୁତ ଗ୍ରାହକଙ୍କୁ ତିନି ବର୍ଷ ଭିତରେ ହାସଲ କରିଥିଲା । ପ୍ରଥମ ୧୪ ବର୍ଷରେ ୨୦ ନିୟୁତ ଗ୍ରାହକ ଯୋଗ କରିବାରେ କଂପାନି ସଫଳ ହୋଇଥିଲା । ହୋଣ୍ଡା ଗାଡ଼ିର ଚାହିଦା ବହୁତ ବଢ଼ିଯିବାରୁ ପରବର୍ତି ୪ ବର୍ଷ ଭିତରେ କଂପାନି ଏହାର ଅନ୍ୟ ୨୦ ନିୟୁତ ଗ୍ରାହକଙ୍କୁ ସାମିଲ କରିପାରିଛି ।

ଏହି ସଫଳତା ବିଷୟରେ ଶ୍ରୀଯୁକ୍ତ ମିନୋରୁ କାଟୋ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଏତେ କମ୍ ସମୟ ଭିତରେ ହୋଣ୍ଡା ବ୍ରାଣ୍ଡ୍ ଉପରେ ଭଲ ପାଇବା ଓ ବିଶ୍ୱାସ ପ୍ରକଟ କରିଥିବା ୪୦ ନିୟୁତ ଗ୍ରାହକଙ୍କ ପାଇଁ ଆମେ ଗର୍ବିତ । ଆରମ୍ଭରୁ ହୋଣ୍ଡା ନିୟୁତାଧିକ ଗ୍ରାହକଙ୍କୁ ଉଚ୍ଚ ମାନର ଅଭିନବ ଉତ୍ପାଦ ଜରିଆରେ ଖୁସି ପହଂଚାଇବାର ଆହ୍ୱାନ ନେଇ ଆଗକୁ ବଢ଼ିଥିଲା ।’’

ହୋଣ୍ଡାର ଏହି ଐତିହାସିକ ସଫଳତା ବିଷୟରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “୪୦ ନିୟୁତରୁ ଅଧିକ ଦୁଇ ଚକିଆ ଯାନ ଚାଳକଙ୍କ ଡେଣାର ପ୍ରତିଟି ପରକୁ ଶକ୍ତି ପ୍ରଦାନ କରିଥିବାରୁ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ଗର୍ବିତ । ସ୍କୁଟର ଓ ମୋଟରସାକଇଲ୍ର ଏକ ବ୍ୟାପକ ବର୍ଗ, ଦ୍ରୁତ ବର୍ଦ୍ଧିତ ନେଟୱର୍କ, ଗ୍ରାହକ ମିତବ୍ୟୟୀ ସେବା ଲାଗୁ କରିବା ଭଳି ପଦକ୍ଷେପ ନେଇ ହୋଣ୍ଡା ଏହାର ଗ୍ରାହକମାନଙ୍କ ସ୍ୱପ୍ନକୁ ପୂରଣ କରି ଆହୁରି ସେମାନଙ୍କୁ ଉଲ୍ଲସିତ କରିବାକୁ ଲକ୍ଷ୍ୟ ରଖିଛି ।’’

୧୯୯୯ ମସିହାରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସ୍ଥାପନ କରାଯାଇଥିଲା । ୨୦୦୧ରେ କଂପାନି ଏହାର ମାନେସର କାରଖାନାରୁ ପ୍ରଥମ ଆକ୍ଟିଭା ମଡେଲ୍କୁ ଉନ୍ମୋଚନ କରିଥିଲା । ୧୫୦ ସିସି ସିବି ୟୁନିକର୍ଣ୍ଣ ଜରିଆରେ ୨୦୦୪ରେ କଂପାନି ମୋଟରସାଇକଲ୍ ବିକ୍ରି ଆରମ୍ଭ କଲା । ୨୦୦୮ରେ ବିଶ୍ୱ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କଂପାନି ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଥିଲା । ୨୦୧୧ରେ କଂପାନି ରାଜସ୍ଥାନର ଟାପୁକାରା ଠାରେ ଦ୍ୱିତୀୟ କାରଖାନା ସ୍ଥାପନ କରିଥିଲା । ୨୦୧୩ରେ କର୍ଣ୍ଣାଟକର ନର୍ସାପୁରରେ ତୃତୀୟ କାରଖାନା ବସାଇଥିଲା । ୨୦୧୫ରେ କଂପାନି ୧୫ଟି ନୂତନ ମଡେଲ୍ ଉନ୍ମୋଚନ କରିଥିଲା । ୨୦୧୬ରେ କଂପାନି ଗୁଜରାଟରେ ବିଠଲପୁରରେ ଏହାର ଚତୁର୍ଥ କାରଖାନା ବସାଇଥିଲା । ୨୦୧୭ରେ ଆକ୍ଟିଭା ଭାରତର ଏକ ନମ୍ବର ବିକ୍ରି ହେଉଥିବା ଦୁଇ ଚକିଆ ଗାଡ଼ିରେ ପରିଣତ ହୋଇଥିଲା । ୨୦୧୮ରେ କଂପାନି ୪୦ ନିୟୁତ ବିକ୍ରି ମାଇଲଖୁଂଟ ହାସଲ କରିଛି ।

error: Thank You Keep Visiting