ହୋଣ୍ଡା ୨ହ୍ୱିଲର୍ସ ପକ୍ଷରୁ ଯାନ ପରିବହନ ପାଇଁ ଜଳପଥର ଉପଯୋଗ

Straight to the Point

ଭୁବନେଶ୍ୱର: ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପ୍ରଥମ ଦୁଇ ଚକିଆ ଯାନ ନିର୍ମାତା ଭାବେ ଅନ୍ତର୍ଦେଶୀୟ ଜଳପଥକୁ ବ୍ୟବହାର କରିଛି । ଗୁଜରାଟରେ ନିକଟରେ ଆରମ୍ଭ ହୋଇଥିବା ରୋଲ ଅନ୍ , ରୋଲ ଅଫ୍ (ରୋ-ରୋ) ଘୋଘା-ଦହେଜ୍ ଫେରି ସେବାକୁ ଯାନ ପରିବହନ ପାଇଁ କଂପାନି ବ୍ୟବହାର କରିଛି ।
ଏହି ସେବାକୁ ବ୍ୟବହାର କରିବାରେ ହୋଣ୍ଡା ହେଉଛି ପ୍ରଥମ କଂପାନି । ଅନ୍ତର୍ଦେଶୀୟ ଜଳପଥରେ ପରିବହନ ଓ ସ୍ଥଳ ପଥରେ ଯାନବାହନ ଚଳାଚଳ ଯୋଗୁ ହେଉଥିବା ପ୍ରଦୂଷଣ କମ୍ କରିବା ମତକୁ କଂପାନି ପ୍ରଚାରପ୍ରସାର କରୁଛି ।
ହୋଣ୍ଡା ପକ୍ଷରୁ ନର୍ସାପୁରା କାରଖାନାରୁ ଗୁଜରାଟର ଦହେଜ୍ ପର୍ଯ୍ୟନ୍ତ ସଡ଼କ ପଥରେ ଗାଡ଼ିଗୁଡ଼ିକୁ ଅଣାଯିବା ପରେ ହହେଜ ଠାରୁ ରୋ ରୋ ଫେରିକୁ ବ୍ୟବହାର କରି ଗାଡ଼ିଗୁଡ଼ିକୁ ସୌରାଷ୍ଟ୍ରର ଘୋଘା ପଠାଯାଇଥିଲା । ସେହି ଗାଡ଼ିଗୁଡ଼ିକୁ ଗୁଜରାଟର ଭାବନଗର ଠାରେ ଥିବା ହୋଣ୍ଡା ଡିଲରସିପ୍ରେ ପହଂଚିଥିଲା ।
ରୋ-ରୋ ଘୋଘା-ଦହେଜ ଫେରି ଯୋଗୁ ନର୍ସାପୁରା କାରଖାନାରୁ ସୌରାଷ୍ଟ୍ର ପର୍ଯ୍ୟନ୍ତ ଯାତ୍ରା ଗୋଟିଏ ଦିନ ଓ ୨୦୦ କିମିରୁ ଅଧିକ ଦୂରତା କମ୍ ହୋଇଛି । ଏହା ସେବା ଜରିଆରେ ପ୍ରତି ଟ୍ରିପରେ ପାଖାପାଖି ୧୫୦ କେଜି ଅଙ୍ଗାରକାମ୍ଳ ନିର୍ଗମନକୁ ରୋକାଯାଇପାରିବ ।
ଏ ସଂକ୍ରାନ୍ତରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ, “ମେକ୍ ଇନ୍ ଇଣ୍ଡିଆ ଯୋଗୁ ସାରା ଦେଶର ବିଭିନ୍ନ ଅଂଚଳର ମାନୁଫାକ୍ଚରିଂ କ୍ଷେତ୍ରକୁ ଅଧିକ ବଳ ମିଳିଥିବା ବେଳେ ଏହି ଭିତିଭୂମି ବିକାଶ ପରିବହନରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଜଳପଥ ସୁଯୋଗକୁ ବ୍ୟବହାର କରି ହୋଣ୍ଡା ପକ୍ଷରୁ ପାରମ୍ପରିକ ପରିବହନ ଦ୍ୱାରା ହେଉଥିବା ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ସେବା କେବଳ ଲଜିଷ୍ଟିକ୍ ଖର୍ଚ କମାଇବ ତାହା ନୁହେଁ, ଏହା ଦ୍ରୁତ ପରିବହନରେ ସହାୟକ ହେବ ଓ ଦକ୍ଷିଣରୁ ଆସୁଥିବା ସାମଗ୍ରୀ ପାଇଁ ସୌରାଷ୍ଟ୍ର ଅଂଚଳରେ ବ୍ୟବସାୟ ସୁଯୋଗ ବଢ଼ାଇବ ।’’

error: Thank You Keep Visiting