ଏକ୍ସାଇଡ଼ ଜୀବନ ବୀମା ପକ୍ଷରୁ ଆର୍ଥିକ ଦାୟିତ୍ୱବୋଧ ସର୍ଭେକ୍ଷଣ

Straight to the Point

ବେଙ୍ଗାଲୁର: ଜୀବନର ଆର୍ଥିକ ଯୋଜନା ପାଇଁ ଭାରତୀୟଙ୍କ ନିମନ୍ତେ ଜୀବନ ବୀମା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର । ୪୩% ଗୃହ ନିର୍ମାଣ, ୩୮% ପିଲାମାନଙ୍କ ଶିକ୍ଷା, ୪୯% ଅବସରକାଳୀନ ସମୟ ଓ ୫୦% ପରବର୍ତ୍ତୀ ପିଢ଼ି ପାଇଁ ଜୀବନ ବୀମାକୁ ଏକ ଅସ୍ତ୍ର ଭାବେ ଗ୍ରହଣ କରିଥାନ୍ତି । ଯେତେବେଳେ ପିଲାମାନଙ୍କ ବିବାହ ବିଷୟ ଆସେ ସେମାନେ ସ୍ଥାୟୀ ଜମା ଉପରେ ନିର୍ଭର କରିଥାନ୍ତି । ଏକ୍ସାଇଡ଼ ଜୀବନ ବୀମା ପକ୍ଷରୁ ଇତିମଧ୍ୟରେ ପ୍ରକାଶିତ ଏକ ସର୍ଭେକ୍ଷଣ ରିପୋର୍ଟରେ ଭାରତୀୟଙ୍କ ଆର୍ଥିକ ଅଭ୍ୟାସ ସଂପର୍କରେ କେତେକ ନୂତନ ତଥ୍ୟ ପ୍ରକାଶ କରାଯାଇଛି ।

ମହାନଗର ସମେତ ୨ୟ ଶ୍ରେଣୀର ୧୨ଟି ସହରରେ ଏହି ସର୍ଭେକ୍ଷଣ କରାଯାଇଥିଲା । ଜୀବନର ଅଭିଳଷିତ ଲକ୍ଷ୍ୟ ସଂପର୍କରେ ଯୋଜନା କରିବା ସମୟରେ କେଉଁ ବିଷୟ ପ୍ରତି ଜନସାଧାରଣ କ୍ରମାନ୍ୱୟରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ତାହା ଜାଣିବା ଏହି ସର୍ଭେକ୍ଷଣର ଲକ୍ଷ୍ୟ ଅଟେ । ଜନସାଧାଣରଙ୍କ ଆଭିମୁଖ୍ୟ ଓ ଆର୍ଥିକ ଦାୟିତ୍ୱବୋଧ ଜାଣିବା ମଧ୍ୟ ଏହି ସର୍ଭେକ୍ଷଣର ଅନ୍ୟତମ ଉଦ୍ଦେଶ୍ୟ । ଏକ୍ସାଇଡ଼ ଜୀବନ ବୀମାର ମାର୍କେଟିଂ ଓ ଡ଼ାଇରେକ୍ଟ ଚ୍ୟାନେଲ ନିର୍ଦ୍ଦେଶକ ମୋହିତ ଗୋଏଲ କହିଛନ୍ତି ଯେ, ଆର୍ଥିକ ଦାୟିତ୍ୱ ସର୍ବଦା ପରିବର୍ତ୍ତନ ହୋଇଥିବାରୁ ଏହା ଏକ ଜଟିଳ ବିଷୟ । ଆର୍ଥିକ ଦାୟିତ୍ୱବୋଧର ମୂଳତତ୍ତ୍ୱଟି ହେଲା ଜୀବନ ବୀମା ଦ୍ୱାରା ସୁରକ୍ଷା ପ୍ରଦାନ ।୨୦୧୮ ଆର୍ଥିକ ସର୍ଭେକ୍ଷଣ ଅନୁଯାୟୀ ଦେଶରେ ଜୀବନ ବୀମା ପରିମାଣ ୩%ରୁ କମ୍ ଅଟେ । ସରକାରଙ୍କ ଆର୍ଥିକ ସାକ୍ଷରତା ସତ୍ତେ୍ୱ ନିଜ ପାଇଁ ବା ନିଜ ପରିବାର ପାଇଁ କିପ୍ରକାର ଆର୍ଥିକ ସୁରକ୍ଷା ଆବଶ୍ୟକ ତାହା ବହୁ ଜନସାଧାରଣ ଜାଣନ୍ତି ନାହିଁ । ବ୍ୟକ୍ତିଗତ ବୀମା ବାବଦରେ ୩୦% ଅନିଶ୍ଚିତ ଥିବାବେଳେ ୪୬% ସେମାନଙ୍କ ଆୟର ୧୦ଗୁଣ ସଂପତ୍ତି ଆବଶ୍ୟକ କରିଥାନ୍ତି । ମାତ୍ର ୨୯%ଙ୍କର ବୀମା ସୁରକ୍ଷା ରହିଛି ।

ଆର୍ଥିକ ଦାୟିତ୍ୱବୋଧ ମଧ୍ୟରେ ଆୟ, ସଞ୍ଚୟ, ହିସାବ ରଖିବା ଓ ପରିବାର ମଧ୍ୟରେ ସୂଚନା ବିନିମୟ ଅନ୍ତର୍ଭୂକ୍ତ ଅଟେ । ୩୮% ଭାରତୀୟ ଆର୍ଥିକ ହିସାବ ରଖନ୍ତି ନାହିଁ । ଏପ୍ରକାର ହିସାବ ରଖିବାର ଆବଶ୍ୟକତା ନାହିଁ ବୋଲି ୧୫% ଭାରତୀୟ ଅନୁଭବ କରିଥାନ୍ତି । ୩୭% ନିଜ ପରିବାରବର୍ଗଙ୍କ ମଧ୍ୟରେ ଆର୍ଥିକ ସୂଚନାର ବିନିମୟ କରନ୍ତି ନାହିଁ । ୫୫% କାଗଜପତ୍ରରେ ଏହି ହିସାବ ରଖୁଥିବାବେଳେ ୩୮% ଏକ୍ସେଲ ଫାଇଲରେ ଏହି ସୂଚନା ରଖିଥାନ୍ତି । ୧୫% ମୋବାଇଲ ଆପ୍ରେ ସୂଚନା ରଖିଥାନ୍ତି । ୭୨% ଭାରତୀୟ ନିଜର କୌଣସି ଇଚ୍ଛାପତ୍ର ପ୍ରସ୍ତୁତ କରିନାହାନ୍ତି । ଏହି ସର୍ଭେକ୍ଷଣରୁ ଜଣାପଡ଼ୁଛି ଯେ, ଆର୍ଥିକ ସାକ୍ଷରତା ଦିଗରେ ଭାରତୀୟଙ୍କୁ ଅଧିକ ସଚେତନ କରାଯିବାର ଆବଶ୍ୟକତା ରହିଛି ।

error: Thank You Keep Visiting