ଆଡଭାନ୍ସଡ ମାଟେରିଆଲ୍ ଉପରେ ଟାଟା ଷ୍ଟିଲ୍ ମାଟେରିଆଲ୍ ନେକ୍ସଟ୍ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ

An Independent Media

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଆଡଭାନ୍ସଡ୍ ମାଟେରିଆଲ୍ ରିସର୍ଚ ସେଂଟର (ଟିଏସଏଏମଆରସି) ପକ୍ଷରୁ ଆଇଆଇଟି ମାଡ୍ରାସର ଏଟ୍ରେଂପ୍ରେନ୍ୟୁଅରସିପ୍ ସେଲ୍ ସହଯୋଗରେ ଟାଟା ଷ୍ଟିଲ୍ ମାଟେରିଆଲ ନେକ୍ସଟ୍ ନାମକ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତା ଉଦୀୟମାନ ଗବେଷକ, ପ୍ରଯୁକ୍ତି ବିକାଶକାରୀ ଓ ଆଡଭାନ୍ସଡ୍ ମାଟେରିଆଲ କ୍ଷେତ୍ରର ଉତ୍ସାହୀ ଲୋକମାନଙ୍କୁ ସେମାନଙ୍କ ସମାଧାନ ମଡେଲ୍ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରୁଛି ଯାହା ଶିଳ୍ପ ଜଗତରେ ଥିବା ଆହ୍ୱାନକୁ ଦୂର କରିପାରିବ ଓ ଏକ ବୈପ୍ଳବିକ ଚିନ୍ତାଧାରା ଆଣିପାରିବ ।
ଟାଟା ଷ୍ଟିଲ୍ ମାଟେରିଆଲ ନେକ୍ସଟ୍ ତିନିଟି ପର୍ଯ୍ୟାୟ ଦେଇ ଗତି କରିବ । ପ୍ରତିଟି ପର୍ଯ୍ୟାୟକୁ ଶିଳ୍ପର ବିଶେଷଜ୍ଞ ଓ ପ୍ରଫେସରମାନେ ପରିଚାଳନା କରିବେ । ଶ୍ରେଷ୍ଠ ତିନି ସମାଧାନ ଓ ଟିମ୍କୁ ସ୍ୱୀକୃତି ଓ ପୁରସ୍କାର ପ୍ରଦାନ କରାଯିବ । ଏହି ପ୍ରତିଯୋଗିତାର ପଂଜୀକରଣ ୨୦୧୯ ଜାନୁଆରି ୧୨ ପର୍ଯ୍ୟନ୍ତ ଖୋଲା ରହିଛି ।

ପଂଜୀକରଣ କରିବା ସମୟରେ ଦୁଇ କିମ୍ବା ତିନି ଜଣଙ୍କୁ ନେଇ ଗଠିତ ଟିମ୍ ସେମାନଙ୍କ ପ୍ରସ୍ତାବ (ପ୍ରୋପୋଜାଲ)କୁ ମଧ୍ୟ ଦାଖଲ କରିବେ । ତାହାକୁ ଯୋଗ୍ୟତାର ବିଭିନ୍ନ ମାନଦଣ୍ଡ ଅନୁଯାୟୀ ବିଶେଷଜ୍ଞମାନେ ଅନୁଶୀଳନ କରିବେ ।  ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଆଗକୁ ବଢ଼ିବେ ସେମାନଙ୍କୁ ମେଂଟରଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତକାର (ୱାନ ଟୁ ୱାନ) ପାଇଁ ୨୦୧୯ ଜାନୁଆରି ୧୯ରେ ଆମନ୍ତ୍ରଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଟିମ୍ଗୁଡ଼ିକୁ ନିଜ ପ୍ରସ୍ତାବ ଉପରେ କାମ କରିବା ପାଇଁ ଆଠ ସପ୍ତାହ ସମୟ ପ୍ରଦାନ କରାଯିବ ଓ ସେମାନଙ୍କ କାମକୁ ୨୦୧୯ ମାର୍ଚ ୧୬ରେ ବିଶେଷଜ୍ଞମାନେ ଅନୁଧ୍ୟାନ କରିବେ । ଦ୍ୱିତୀୟ ପର୍ଯ୍ୟାୟ ଶେଷରେ ପାଂଚଟି ଟିମ୍କୁ ଚୟନ କରାଯିବ ଯେଉଁମାନେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଏହି ପ୍ରତିଯୋଗିତାର ଗ୍ରାଣ୍ଡ୍ ଫିନାଲେ ୨୦୧୯ ଏପ୍ରିଲ୍ ୧୩ରେ ଅନୁଷ୍ଠିତ ହେବ ।
ଉଲ୍ଳେଖଯୋଗ୍ୟ, ଆଡଭାନ୍ସଡ ମାଟେରିଆଲ ଉପରେ ଟାଟା ଷ୍ଟିଲ୍ ଅନେକ ଦିନରୁ କାମ କରୁଛି । ଆଇଆଇଟି ମାଡ୍ରାସ ସହଯୋଗରେ ଚେନ୍ନାଇ ଠାରେ ଏବଂ ନାନୋ ଆଣ୍ଡ ସଫ୍ଟ ମାଟର ସାଇନସେସ୍ (ସିଇଏନଏସ) ସହଯୋଗରେ ବେଙ୍ଗାଲୁରୁ ଠାରେ ଏହା ଦୁଇଟି ଟାଟା ଷ୍ଟିଲ୍ ଆଡଭାନ୍ସଡ୍ ମାଟେରିଆଲସ ରିସର୍ଚ ସେଂଟର ସ୍ଥାପନ କରିଛି ।

error: Thank You Keep Visiting