ବଜାରକୁ ଆସିଲା ଟାଟାର ସୁପର ଡ଼କ୍ଟାଇଲ ରିବାର

Straight to the Point

କୋଲକତା : ଟାଟା ଷ୍ଟିଲର ନିଜସ୍ୱ ଲୁହା ଛଡ଼ ବ୍ରାଣ୍ଡ ଟାଟା ଟିସ୍କନ ଭାରତୀୟ ନିର୍ମାଣ ଶିଳ୍ପରେ ଅଗ୍ରଣୀ ଭୂମିକାରେ ରହିଆସିଛି । ଏହି ବ୍ରାଣ୍ଡ ଦେଶରେ ସର୍ବାଧିକ ବିକ୍ରି ହେଉଥିବା ଲୁହା ଛଡ଼ ଅଟେ । ନିକଟରେ ଏହା ନୂଆ ଗ୍ରେଡ଼ ଷ୍ଟିଲ ଏସ୍ଡ଼ି ସୁପର ଡ଼କ୍ଟାଇଲ ରିବାର ଉତ୍ପାଦନ କରିଛି ଏବଂ ଦେଶରେ ସର୍ବତ୍ର ଏହି ନୂଆ ସାମଗ୍ରୀ ଉପଲବ୍ଧ । ଟାଟା ଷ୍ଟିଲ ସର୍ବଦା ନୂଆ କିସମ ଉତ୍ପାଦନ ଓ ପ୍ରଯୁକ୍ତି ଉପଯୋଗ ଜାରି ରଖିଥାଏ । ଟାଟା ଟିସ୍କନ ଦେଶର ଉତ୍ତର, ପୂର୍ବ ଓ ପଶ୍ଚିମାଞ୍ଚଳରେ ଉପଲବ୍ଧ ।

ନିକଟରେ ଦକ୍ଷିଣ ଭାରତରେ ବଜାର ପ୍ରବେଶ କରିଥିବା ଏସ୍ଡ଼ି ସୁପର ଡ଼କ୍ଟାଇଲ ରିବାର ଏବେ ଦେଶର ସମସ୍ତ ଡିଲରଙ୍କ ନିକଟରେ ଉପଲବ୍ଧ ଅର୍ଥାତ ଟାଟା ଟିସକନ ଏସଡ଼ି ଏବେ ୭୦୦୦ ଡ଼ିଲରଙ୍କ ନିକଟରେ ମିଳିପାରିବ । ଏହି ନୂଆ ଉତ୍ପାଦ ଦ୍ୱାରା ଟାଟା ଟିସକନ ନିଜର ବଜାର ଉପସ୍ଥିତି ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଟାଟା ଷ୍ଟିଲ ବ୍ରାଣ୍ଡେଡ଼ ପ୍ରଡ଼କ୍ଟ ଓ ରିଟେଲ ବିଭାଗ ମାର୍କେଟିଂ ଓ ସେଲ ମୁଖ୍ୟ ସଞ୍ଜୟ ଏସ୍ ଶାହାନୀ କହିଛନ୍ତି ଯେ, ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଯୋଗାଇବା ଟାଟା ଷ୍ଟିଲର ଲକ୍ଷ୍ୟ । ସମଗ୍ର ଦେଶର ଗ୍ରାହକଙ୍କ ନିକଟରେ ଏସ୍ଡ଼ି ସୁପର ଡ଼କ୍ଟାଇଲ ରିବାର ପହଞ୍ଚାଇ ଆମେ ଏଦିଗରେ ଆଉ ପାଦେ ଆଗେଇଛୁ । ଏହି ରିବାର ଆନ୍ତର୍ଜାତିକ ଗୁଣାତ୍ମକ ମାନର ଅଟେ ବୋଲି ସେ କହିଛନ୍ତି ।

ପୂର୍ବରୁ ବଜାରରେ ପ୍ରଚଳିତ ଟିସକନ ୫୦୦ଡ଼ି ବଦଳରେ ଏହି ନୂଆ ଉତ୍ପାଦ ବଜାରକୁ ଅଣାଯାଇଛି । ନୂଆ ଉତ୍ପାଦର ଶକ୍ତି ଓ ନମନୀୟତା ଅଧିକ ଅଟେ । କାର୍ବନ, ସଲଫର ଓ ଫସ୍ଫରସ ଉପରେ ଅଧିକ ନିୟନ୍ତ୍ରଣ ରଖାଯାଇ ଏକ ସ୍ୱତନ୍ତ୍ର ରାସାୟନିକ ବ୍ୟବସ୍ଥାରେ ଏହି ରିବାର ଉତ୍ପାଦନ କରାଯାଉଛି । ଫଳରେ ଏହାର ଶକ୍ତି ଦକ୍ଷତା ବୃଦ୍ଧି ହୋଇଛି ।

ଟାଟା ଷ୍ଟିଲର ବ୍ରାଣ୍ଡେଡ଼ ପ୍ରଡ଼କ୍ଟ ଓ ରିଟେଲ ବିଭାଗ ମାର୍କେଟିଂ ମୁଖ୍ୟ ସର୍ଭେସ କୁମାର କହିଛନ୍ତି ଯେ, ଏସଡ଼ି ବ୍ରାଣ୍ଡ ବଜାରରେ ଚିହ୍ନଟ କରିବା କଷ୍ଟକର କାର୍ଯ୍ୟ ଅଟେ । ଏଥିପାଇଁ ବିଭିନ୍ନ ପ୍ରକାର ପ୍ରଚାର ଅଭିଯାନ ହାତକୁ ନିଆଯାଇଛି । ‘ଏସ୍ଡ଼ି ମ୍ୟାନ’ ଶୀର୍ଷକରେ ଏହି ପ୍ରଚାର ଦ୍ୱାରା ଜନସାଧାରଣ ସହଜରେ ସାମଗ୍ରୀ ଚିହ୍ନଟ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି । ନିର୍ମାଣ କାର୍ଯ୍ୟରେ ରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

error: Thank You Keep Visiting