ଆଦିତ୍ୟ ବିର୍ଲା ସନ୍ଲାଇଫ୍ ବାଲ୍ ଭବିଷ୍ୟ ଯୋଜନା ଉନ୍ମୋଚିତ

Straight to the Point

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ସନ୍ଲାଇଫ୍ ମ୍ୟୁଚୁଆଲ୍ ଫଣ୍ଡ୍ ତରଫରୁ ଆଦିତ୍ୟ ବିର୍ଲା ସନ୍ଲାଇଫ୍ ବାଲ୍ ଭବିଷ୍ୟ ଯୋଜନାକୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଫଣ୍ଡ୍ ଯାହା ଜରିଆରେ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ରଖାଯାଇପାରିବ । ପାଂଚ ବର୍ଷ କିମ୍ବା ପିଲାକୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଏହି ଫଣ୍ଡ୍ର ଲକ୍ ଇନ୍ ଅବଧି ରହିବ । ୨୦୧୯ ଜାନୁଆରି ୨୨ରେ ଏହି ଫଣ୍ଡ୍ର ଏନ୍ଏଫ୍ଓ ଉନ୍ମୁକ୍ତ ହୋଇଛି ଯାହା ଫେବ୍ରୁଆରି ୫ ତାରିଖରେ ବନ୍ଦ ହେବ ।
ଏହି ଯୋଜନାରେ ୱେଲ୍ଥ ପ୍ଲାନ୍ ଏବଂ ସେଭିଂ ପ୍ଲାନ୍ ଭଳି ଦୁଇଟି ବିକଳ୍ପ ରହିଛି । ଏହି ଯୋଜନାର ଆଉ ଏକ ବିଶେଷତ୍ୱ ହେଉଛି ବ୍ୟକ୍ତିବିଶେଷଙ୍କ ବ୍ୟତୀତ ହିତାଧିକାରୀଙ୍କ ପାଇଁ ବିଭିନ୍ନ ସଂସ୍ଥା ମଧ୍ୟ ଏଥିରେ ନିବେଶ କରିପାରିବେ । ଏଥିରେ ଥିବା ଏସ୍ଡବ୍ଲ୍ୟୁପି ବ୍ୟବସ୍ଥା ଜରିଆରେ ନିବେଶକମାନେ ନିୟମିତ ବ୍ୟବଧାନରେ ଆୟ ହାସଲ କରିପାରିବେ । ଏସଆଇପି ଏବଂ ଏସଟିପି ସୁବିଧା ମଧ୍ୟ ଉପଲବ୍ଧ ହେବ ।

ଏ ସଂକ୍ରାନ୍ତରେ ଏ ବାଲାସୁବ୍ରମଣିଅନ୍, ସିଇଓ, ଆଦିତ୍ୟ ବିର୍ଲା ସନ୍ଲାଇଫ୍ ଏଏମ୍ସି କହିଛନ୍ତି ଯେ, “ଭବିଷ୍ୟତର ଅନେକ ଖର୍ଚ ଯଥା ଶିକ୍ଷା, ଔଷଧ, ଜୀବନଶୈଳୀ ଆଦିର ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗୁଆ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ଜରୁରୀ । ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ, କାରଣ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଏକ ଶ୍ରେଷ୍ଠ ଓ ସୁରକ୍ଷିତ ଭବିଷ୍ୟତ ପ୍ରଦାନ କରିବାକୁ ଚାହାନ୍ତି ଏବଂ ତାହା ହିଁ ହେଉଛି ଅଭିଭାବକ ମାନଙ୍କର ସବୁଠୁ ବଡ଼ ଲକ୍ଷ୍ୟ । ଆଦିତ୍ୟ ବିର୍ଲା ସନ୍ଲାଇଫ୍ ବାଲ୍ ଭବିଷ୍ୟ ଯୋଜନା ହେଉଛି ଏଭଳି ଏକ ସ୍କିମ୍ ଯାହା ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ଆର୍ଥିକ ଆବଶ୍ୟକତା ପାଇଁ ନିବେଶ କରିବାରେ ସହାୟକ ହେବ । ଋଣ ଉପରେ ନିର୍ଭରଶୀଳ ରହିବା କିମ୍ବା ନିତିିଦିନିଆ ଆୟରୁ ଖର୍ଚ କରିବା ବଦଳରେ ପିଲାଙ୍କ ଭବିଷ୍ୟତ ପାଇଁ ଆଗୁଆ ନିବେଶ କରିବା ସବୁଠୁ ଭଲ ।’’

ଏହି ଯୋଜନାରେ ନିବେଶକମାନେ ୱେଲଥ ପ୍ଲାନରୁ ବାହାରି ସେଭିଂ ପ୍ଲାନ୍କୁ କିମ୍ବା ସେଭିଂ ପ୍ଲାନ୍ରୁ ବାହାରି ୱେଲଥ ପ୍ଲାନକୁ ଯାଇପାରିବେ । ଅଜୟ ଗର୍ଗ ଓ ପ୍ରଣୟ ସିହ୍ନା ହେଉଛନ୍ତି ଏହି ଯୋଜନାକୁ ପରିଚାଳନା କରିବେ ।

error: Thank You Keep Visiting