ବିଏସ୍ଏନ୍ଏଲ୍ ୟୁଜର୍ସ ନିରାଶ ; ବନ୍ଦ ହେଲା ଚାହିଦାପୂର୍ଣ୍ଣ ୫ ଟି ପ୍ରିପେଡ୍ ପ୍ଲାନ୍

Straight to the Point

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଆସିବାପରେ ଅନେକ ଟେଲିକମ୍ କମ୍ପାନୀଙ୍କୁ କ୍ଷତି ସହିବାକୁ ପଡିଛି । କେତେକ କମ୍ପାନୀ ନିଜର ସେବାଗୁଡିକୁ ବନ୍ଦ କରିଦେଇଛନ୍ତି । ଏହାଛଡା ଏୟାର୍ଟେଲ୍, ଭୋଡାଫୋନ୍, ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ନିଜର ସେବାଗୁଡିକୁ ଜାରିରଖିବାକୁ ଆକର୍ଷଣୀୟ ତାରିଫ୍ ପ୍ଲାନ୍ ଲଞ୍ଚ୍ କରିଛନ୍ତି । କଲ୍ ରେଟ୍ ଏବଂ ଡାଟା ରେଟ୍ କୁ ମଧ୍ୟ ହ୍ରାସ କରିଛନ୍ତି । ନିଜର ୟୁଜର୍ସ ବେସ୍ କୁ ବଞ୍ଚ।ଇ ରଖିବାକୁ ଯାଇ ଏହିସବୁ ଟେଲିକମ୍ କମ୍ପାନୀଗୁଡିକୁ ଖୁବ୍ କ୍ଷତି ସହିବାକୁ ପଡିଛି । ଗତ କିଛିଦିନ ପୂର୍ବରୁ ପ୍ରମୁଖ କମ୍ପାନୀ ଏୟାର୍ଟେଲ୍ ଓ ଭୋଡାଫୋନ୍ ଆଇଡିଆ ଲାଇଫ୍ଟାଇମ ଇନ୍କମିଙ୍ଗ୍ ପରି ସୁବିଧା କୁ ବନ୍ଦ କରି ମିନିମମ୍ ରିଚାର୍ଜପ୍ଲାନ୍ ସେବା ଲଞ୍ଚ୍ କରିଛନ୍ତି । ଏଥର ବିଏସ୍ଏନ୍ଏଲ୍ ମଧ୍ୟ ନିଜର ୟୁଜର୍ସଙ୍କୁ ନିରାଶ କରିଦେଇଛନ୍ତି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିଜର ୫ଟି ଦୀର୍ଘଦିନ ଭାଲିଡିଟି ସେବାକୁ ବନ୍ଦ କରିଦେଇଛି । ବିଏସ୍ଏନ୍ଏଲ୍ ନିଜର ୫୪୯, ୫୬୧, ୨୭୯୮, ୩୯୯୮, ୪୪୯୮ ଟଙ୍କା ବିଶିଷ୍ଟ ସେବାଗୁଡିକୁ ବନ୍ଦ କରିଦେଇଛି ବୋଲି ମିଡିଆ ରିପୋର୍ଟ ରୁ ଜଣାପଡିଛି ।

error: Thank You Keep Visiting