ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନକୁ ସିଏସ୍ଆର୍ ପୁରସ୍କାର

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ଆଦାନୀ ଫାଉଣ୍ଡେସନ ଦ୍ୱାରା ଆଦାନୀ ୱିଲମାରର ସୁପୋଷଣ କାର୍ଯ୍ୟକ୍ରମକୁ ବିଏସ୍ଏନ୍ଏଲ୍ ଦୈନିକ ଜାଗରଣ କର୍ପୋରେଟ ସାମଜିକ ଦାୟିତ୍ୱ (ସିଏସ୍ଆର୍) ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ଯୋଗାଯୋଗ ଏବଂ ରେଳ ରାଜ୍ୟମନ୍ତ୍ରୀ ମନୋଜ ସିହ୍ନା ଦିଲ୍ଲୀଠାରେ ଆୟୋଜନ ଏକ ସମାରୋହରେ ଆଦାନୀ ଫାଉଣ୍ଡେସନକୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଆଦାନୀ ଫାଉଣ୍ଡେସନ ଅ୍ମକ୍ଷା ଡଃ ପ୍ରିତୀ ଆଦାନୀ ଏହି ଅବସରରେ କହିଥିଲେ ଯେ, ରକ୍ତହୀନତା ଏବଂ କୁପୋଷଣ ଦୂର କରିବା ପାଇଁ ଏକ ଦୀର୍ଘକାଳୀନ ଯୋଜନାର ଆବଶ୍ୟକତା ରହିଛି ।

ଆରୋଗ୍ୟମୂଳକ, ପ୍ରତିଷେଧମୂଳକ ପଦକ୍ଷେପ ଏବଂ ଉଚିତ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ସଚେତନ କରାଇବା ସୁପୋଷଣ କାର୍ଯ୍ୟକ୍ରମର ମୂଲ ଲକ୍ଷ୍ୟ । ଆଦାନୀ ଫାଉଣ୍ଡେସନର ସୁପୋଷଣ କାର୍ଯ୍ୟକ୍ରମ ସମଗ୍ର ଦେଶର ୧୧ ଟି ରାଜ୍ୟର ୨ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ନିକଟରେ ପହଞ୍ଚିପାରିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟ ୮୬୮୭ ଶିଶୁକୁ ଅପପୁଷ୍ଟିର ଶିକାରରୁ ମୁକ୍ତ କରାଯାଇପାରିଛି ।

ପ୍ରାୟ ୧ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ସହ ସେମାନଙ୍କୁ ରକ୍ତହୀନତାରୁ ମୁକ୍ତି କରିବା ଦିଗରେ ଏହି ସୁପୋଷଣ କାର୍ଯ୍ୟକ୍ରମ ସାହାଯ୍ୟ କରୁଛି । ସୁପୋଷଣ ସଙ୍ଗିନୀମାନେ ହେଉଛନ୍ତି ଗ୍ରାମ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀ, ଯେଉଁମାନେ ସଚେତନତା ସୃଷ୍ଟି କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସମଗ୍ର ଦେଶରେ ୧୨୦୦ ଗ୍ରାମ ଏବଂ ୯୪ ବସ୍ତି ଅଞ୍ଚଳରେ ମୋଟ ୫୭୦ ସୁପୋଷଣ ସଙ୍ଗିନୀ ୩,୦୦,୭୫୦ ପରିବାର ସହ କାର୍ଯ୍ୟ କରୁଛନ୍ତି ।

error: Thank You Keep Visiting