ଗୁପ୍ତା ଫର୍ଣ୍ଣିଚର ପ୍ଲାଜାର ଶୁଭ ଉଦ୍ଘାଟନ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ):ସ୍ଥାନୀୟ ଗୋପାଳସାଗର ଠାରେ ଗୁପ୍ତା ଡିଷ୍ଟ୍ରିବୁଟର ଦ୍ୱାରା ନିର୍ମିତ ଗୁପ୍ତା ଫର୍ଣ୍ଣିଚର ପ୍ଲାଜାର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ ଗୁପ୍ତା ଡିଷ୍ଟ୍ରିବୁଟର ର ପ୍ରୋପାଇଟର ରାଜେଶ୍ ଗୁପ୍ତା,ପରି·ଳିକା ମିନାକ୍ଷୀ ଗୁପ୍ତା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ କହିଥିଲେ ଜଗତସିଂହପୁର ସହରରେ ବିଭିନ୍ନ ପ୍ରକାରର ଘରକରଣା ଫର୍ଣ୍ଣିଚର ସହବାସୀ ସୁଲଭ ମୂଲ୍ୟରେ କ୍ରୟ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏପରିକି ଜିଲ୍ଲାବାସୀ ବାହରକୁ ନଯାଇ ଜିଲ୍ଲା ଭିତରେ ନିଜ ମନପସନ୍ଦର ସାମଗ୍ରୀ ଘରକୁ ନେଇପାରିବେ । ଏହି ଉତ୍ସବରେ ମ୍ୟାନେଜର ଲକ୍ଷ୍ମୀନାରାୟଣ ଚୌଧୁରୀ,ଅଜୟ ନାୟକ,ହରିହର ପୁଷ୍ଟି,ଜଗତସିଂହପୁର ଗୁପ୍ତା ଫର୍ଣ୍ଣିଚର ପ୍ଲାଜାର ମ୍ୟାନେଜର ମାନସ ଜେନା ଓ ଗୁପ୍ତା ଡିଷ୍ଟ୍ରିବୁଟରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଜି ଉଦ୍ଘାଟନୀ ଦିବସରେ ସାମଗ୍ରୀ କ୍ରୟ କରିବା ନିମନ୍ତେ ଭିଡ ଦେଖିବାକୁ ମିଳିଥିଲା ।

error: Thank You Keep Visiting