ବେଦାନ୍ତ ପକ୍ଷରୁ କଳାହାଣ୍ଡିଠାରେ ବାର୍ଷିକ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

Straight to the Point

ଲାଞ୍ଜିଗଡ଼,(ଓଡ଼ିଶା ଜର୍ଣ୍ଣାଲ): ବେଦାନ୍ତ ଲିମିଟେଡ଼ (ଲାଞ୍ଜିଗଡ଼ ୟୁନିଟ) କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକଠାରେ ୧୦ ଦିନ ବ୍ୟାପୀ ଅନୁଷ୍ଠିତ ମହିଳା ଦିବସ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଛି । କଳାହାଣ୍ଡିଠାରେ ପାଳିିତ ସବୁଠାରୁ ବୃହତ୍ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଲାଞ୍ଜିଗଡ଼ ଖେଳପଡ଼ିଆ ଠାରେ ୯ ମାର୍ଚ୍ଚ ୨୦୧୯ରୁ ଆରମ୍ଭ ହୋଇଛି । ଲାଞ୍ଜିଗଡ଼ ତଥା ଏହାର ଆଖପାଖ ୬୦ଟି ଗ୍ରାମରୁ ୩୦୦୦ ମହିଳାଙ୍କ ଉପସ୍ଥିତିରେ ଆଲୋକ ପ୍ରଜ୍ୱଳନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

୧୦ ଦିନ ଧରି ପାଳିତ ହେବାକୁ ଥିବା ଏହି ମହିଳା ଦିବସରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା- ରଙ୍ଗୋଲୀ ପ୍ରତିଯୋଗିତା ଏବଂ ଦଉଡ଼ିଟଣା ଶକ୍ତି ପ୍ରଦର୍ଶନର ଆୟୋଜନ କରାଯାଇଛି । ଏଥିସହିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ଯେଉଁଥିରେ ୩୬ଟି ଶିଶୁ ଯତ୍ନ କେନ୍ଦ୍ରର ଶିକ୍ଷକମାନେ ଯେଉଁମାନଙ୍କୁ ଶିଶୁ ଯତ୍ନ ଏବଂ ଶିକ୍ଷଣ କୌଶଳର ସମ୍ପୂର୍ଣ୍ଣ ବିଭିନ୍ନ ଶିକ୍ଷା ପ୍ରଦାନ କରାଯାଇଛି ଏଠାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ଏଗୁଡ଼ିକ ୯ ମାର୍ଚ୍ଚ ୨୦୧୯ରେ ଏକ ବିରାଟ ଉତ୍ସବରେ ସମ୍ପୂର୍ଣ୍ଣ ଭାବରେ ପ୍ରଦର୍ଶିତ ହୋଇଛି ।

ଏହି ବିରାଟ ସମାପିତ ଉତ୍ସବରେ ନିଜର ମତ ବ୍ୟକ୍ତ କରିବାକୁ ଯାଇ ଶ୍ରୀ ରାକେଶ ମୋହନ, ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ କହିଲେ, କଳାହାଣ୍ଡିଠାରେ ଆମ ସହିତ ଏହି ଗୋଷ୍ଠୀରୁ ଯେଉଁମାନେ କାର୍ଯ୍ୟ ତଥା ଆମ ସହିତ ରହିଛନ୍ତି ଆମେ ସେମାନଙ୍କ ପାଇଁ ଖୁବ୍ ଆନନ୍ଦିତ । ପ୍ରତିବର୍ଷ ଆମର ଏହି ବର୍ଦ୍ଧିତ ପରିବାର, ଆମର କର୍ମଚାରୀଗଣ ମହିଳା ଦିବସ ପାଳନ ସହିତ ଆମର ଅର୍ଥନୀତି, ଗୋଷ୍ଠୀ ତଥା ଜୀବନ ଶୈଳୀର ସୁଯୋଗ ଲାଭ କରୁଛନ୍ତି । ଏହି ମାଟିରେ ଆମର ପ୍ରତିଷ୍ଠା ତଥା ସଫଳତା ପାଇଁ ସେମାନେ ଗୋଟିଏ ଗୋଟିଏ ପ୍ରମୁଖ ଅଂଶ ବିଶେଷ ସୁତରାଂ କଳାହାଣ୍ଡିରେ ଆମର ଅଭିବୃଦ୍ଧିରେ ମହାନ୍ ଗାଥା ପାଇଁ ଆମେ ସେମାନଙ୍କୁ ଅଭିବାଦନ ଜଣାଉଛୁ । ସେହି ମହିଳାମାନଙ୍କ ଜୀବନ ଧାରାରେ ଏକ ବିରାଟ ପରିବର୍ତନ ଆଣିବା ସହିତ ସେମାନଙ୍କୁ ସଶକ୍ତିକରଣ କରିବାର ଧାରା ଆମେ ଜାରି ରଖିଛୁ ।

ଦିନଟି ସମ୍ପୂର୍ଣ୍ଣ ଭାବରେ ରହିଥିଲା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟ, ଗୀତ ମହିଳାମାନଙ୍କ ମଧ୍ୟରେ ବ୍ୟଙ୍ଗ ନାଟକ ଏବଂ ଏହାର ବିକାଶ, ଖେଳର ୧୦ଟି ଷ୍ଟଲ, ଖାଦ୍ୟ, ଆଦିବାସୀ କଳା ଏବଂ ବାଲୁକା କଳା ପ୍ରଦର୍ଶନ ଏଥିସହିତ ବେଦାନ୍ତ ହସ୍ପିଟାଲ ଦ୍ୱାରା ପରିଚାଳିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାମ୍ପ ଇତ୍ୟାଦି ସହିତ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅନେକ ସ୍ଥାନୀୟ କର୍ତୃପକ୍ଷ, ହିତାଧିକାରୀ, ମତାମତ ସୃଷ୍ଟିକାରୀ ତଥା ସ୍ଥାନୀୟ ମୁଖ୍ୟା ବ୍ୟକ୍ତିଗଣ । ଏଥିସହିତ ବେଦାନ୍ତ ବିଶ୍ୱ ଖ୍ୟାତିସମ୍ପନ୍ନା ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ସ୍ୱପ୍ନା ସିହ୍ନା ତଥା ତାଙ୍କର ନୃତ୍ୟ ଦଳକୁ ନିମନ୍ତ୍ରିତ କରିଥିଲେ ଯେଉଁମାନେ ନିଜର ରୋମାଂଚିତ ନୃତ୍ୟ ପ୍ରଦର୍ଶନରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ଗୋଷ୍ଠୀ ସମୂହକୁ ଏକାଠି କରି ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ଲକ୍ଷ୍ୟ ନେଇ ବେଦାନ୍ତ ସଫଳତାର ସହ ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି । ଚଳିତ ବର୍ଷର କାର୍ଯ୍ୟକ୍ରମରେ ସେହି ଉଦ୍ଦେଶ୍ୟର ଶତପ୍ରତିଶତ ଶଫଳତାର ଝଲକ ଦେଖିବାକୁ ମିଳିଛି ଏବଂ ଅନୁଷ୍ଠାନ ଏହାର ଆହୁରି ଉନ୍ନତିର ଆଶା ରଖିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୮ଟି ପଂଚାୟତରୁ ଆସିଥିବା ମହିଳାମାନେ ଚଳିତବର୍ଷ ୭ଟି ଅନ୍ୟାନ୍ୟ ଛୋଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ହେବାର କାର୍ଯ୍ୟକ୍ରମ ଅଛି ।

୧୫୦୦ ମହିଳାଙ୍କ ସହିତ ଏହି ଉଦ୍ଯାପନୀ ସମାରୋହରେ ୩୦୦୦ ଅନ୍ୟାନ୍ୟ ଲୋକମାନଙ୍କ ମଧ୍ୟ ସମାବେଶ ହୋଇଥିଲା । କାର୍ଯ୍ୟକ୍ରମରେ ଏକ ଅଭିନବ ଆଦାନପ୍ରଦାନର ବୈଠକ ହୋଇଥିଲା ଯେଉଁଠି ବିଭିନ୍ନ ସ୍ଥାନୀୟ ମହିଳା ସ୍ୱଂୟସହାୟକ ଗୋଷ୍ଠୀଙ୍କ ସହିତ ବିଭିନ୍ନ ପରିଯୋଜନାର ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏଥିସହିତ ଢ଼ୋକ୍ରା କଳା ତଥା ଜନଜାତି ଚିତ୍ରକଳା, ଶିକ୍ଷା ସମ୍ବଳ ମହିଳାଗଣ ସେମାନଙ୍କର ଜୀବନଜୀବିକା ତଥା ଜୀବନ ଚରିତ୍ର ଉପରେ ଉପସ୍ଥିତ ଦର୍ଶକଙ୍କୁ ନିଜର ଅଭିଜ୍ଞତା ପ୍ରଦାନ କରିଥିଲେ ଯାହା ଦର୍ଶକଙ୍କ ଦ୍ୱାରା ସୁନ୍ଦର ଭାବରେ ଆଦୃତ ହୋଇଥିଲା । ବାଣୀପଙ୍ଗା ଗ୍ରାମର କବିତା ଭୋଇ ବେଦାନ୍ତ ଶିକ୍ଷା ସମ୍ବଳ ପରିଯୋଜନା ଅନ୍ତର୍ଗତ ଏକ ଅଷ୍ଟମଶ୍ରେଣୀର ଛାତ୍ରୀ ଯେକି ଶିଶୁଟିର ଅଧ୍ୟୟନ ପାଇଁ ଇଚ୍ଛା ଶକ୍ତି ଉପରେ ନିଜର ମତ ରଖିବା ସହିତ ବେଦାନ୍ତର ହସ୍ତକ୍ଷେପର ଫଳସ୍ୱରୂପ ବାଣୀପଙ୍ଗା ହାଇସ୍କୁଲରେ ଅଧିକ ଶିକ୍ଷକଙ୍କ ଯୋଗଦାନ ସମ୍ପର୍କରେ କହିଥିଲେ । କାଗଜଥାଳୀ ନିର୍ମାଣକାରୀ ଜଣେ ସଫଳ ମହିଳା ଯଶୋଦା ବେହେରା ନିଜର ମତ ରଖି କହିଥିଲେ, ବେଦାନ୍ତ ନିଜର ପ୍ରୋତ୍ସାହନ ତଥା ସମର୍ଥନ ପ୍ରଦାନ ପୂର୍ବକ ସମସ୍ତଙ୍କୁ ସ୍ୱରୋଜଗାର କରିପାରିଛି । ବିଶେଷକରି ତାଙ୍କ କ୍ଷେତ୍ରରେ ସେ ଜଣେ ସ୍ୱାବଲମ୍ବୀ, ସ୍ୱରୋଜଗାରକ୍ଷମ, ସ୍ୱାଧୀନ, ଆର୍ଥିକ ସ୍ୱଚ୍ଛଳ ମହିଳା ହୋଇପାରିଛନ୍ତି ।

ଉପସ୍ଥିତ ମହିଳାଗଣ ଯେଉଁମାନେ ଉପସ୍ଥିତ ରହି ବ୍ୟକ୍ତିଗତ ଅଭିଜ୍ଞତା ପ୍ରଦାନ କରି ସେମାନେ ପ୍ରତିଷ୍ଠାନକୁ ନିଜର ସମର୍ଥନ ଘୋଷଣା କରିଥିଲେ ଏହାର ଉନ୍ନତି ପାଇଁ ବହୁବିଧ କାର୍ଯ୍ୟ ହାତକୁ ନେବାକୁ ସେମାନେ ବିନିତ ଅନୁରୋଧ କରିଥିଲେ ।

error: Thank You Keep Visiting