ଓଡ଼ିଶାର ମହିଳାଙ୍କୁ ସଶକ୍ତ କରୁଛି ଭିଲେଜ୍ ଫାଇନାନ୍ସିଆଲ୍ ସର୍ଭିସେସ୍

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): କୋଲକାତାର ଅଗ୍ରଣୀ ମାଇକ୍ରୋଫାଇନାନ୍ସ ସଂସ୍ଥା ଭିଲେଜ୍ ଫାଇନାନ୍ସିଆଲ୍ ସର୍ଭିସେସ୍ (ଭିଏଫ୍ଏସ୍) ମହିଳା ସଶକ୍ତୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହା ମହିଳାଙ୍କ ଦ୍ୱାରା ଗଠନ କରାଯାଇଥିବା ଜଏଂଟ୍ ଲାଇବିଲିଟି ଗ୍ରୁପ୍ (ଜେଏଲ୍ଜି)ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରୁଛି ।
ଭିଏଫ୍ଏସ୍ ସମାଜର ଗରିବ ମହିଳାଙ୍କ ସହ କାମ କରୁଛି । ଏହା ଗରିବ ଲୋକମାନଙ୍କୁ ଜୀବନ ଧାରଣ ମାନରେ ଉନ୍ନତି ଆଣୁଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାରର ଆର୍ଥିକ ଏବଂ ଅଣ ଆର୍ଥିକ ସେବା ପ୍ରଦାନ କରୁଛି । ଦାରିଦ୍ର‌୍ୟ ଦୂରୀକରଣ ଏବଂ ସମାଜ ଓ ପରିବାରର ସ୍ୱାସ୍ଥ୍ର‌୍ୟକୁ ବଜାୟ ରଖିବା ପାଇଁ ଏହା ମହିଳାମାନଙ୍କୁ ସଚେତନ ଏବଂ ସଶକ୍ତ କରୁଛି । ଭିଏଫ୍ଏସ୍ ଦ୍ୱାରା ଅନେକ ମହିଳା ଉପକୃତ ହୋଇ ସଫଳ ଉଦ୍ୟୋଗୀରେ ପରିଣତ ହୋଇପାରିଛନ୍ତି ।

ଓଡ଼ିଶାରେ ଅନେକ ମହିଳା ଭିଏଫ୍ଏସ୍ ଠାରୁ ଋଣ ନେଇ ଲାଭବାନ ହୋଇଛନ୍ତି । ଋଣ ବ୍ୟତୀତ ଏହି ସଂସ୍ଥା ପକ୍ଷରୁ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ନିଷ୍ପତି ଗ୍ରହଣ କରିବା ପାଇଁ ତାଲିମ ଓ ପ୍ରଣିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି ।

ଭଦ୍ରକ ଜିଲ୍ଲା ଡଗରସାହିର ଲକ୍ଷ୍ମିପ୍ରୀୟା ବିଶ୍ୱାଳ ନିଜ ଗ୍ରାମରେ ଏକ ପାନ ଦୋକାନ ରହିଛି । କିଛି ଦିନ ପୂର୍ବରୁ ସେ ବହୁତ ଦୁଃଖ କଷ୍ଟରେ ଚଳୁଥିଲେ । ତିନି ପିଲାଙ୍କୁ ନେଇ ତାଙ୍କ ପରିବାର ଆର୍ଥିକ ସ୍ତରରେ ସଂଘର୍ଷ କରୁଥିଲା । ତାଙ୍କୁ ଭିଏଫ୍ଏସ୍ର ପ୍ରତିନିଧିମାନେ ଏକ ଜେଏଲ୍ଜିରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ । ଏହା ପରଠାରୁ ତାଙ୍କ ଦୋକାନ ବହୁତ ଭଲ ଭାବେ ଚାଲିଛି ଏବଂ ଘର ଖର୍ଚ ତୁଲାଇ ପାରୁଛନ୍ତି । ସେ ଭିଏଫ୍ଏସ୍ ଠାରୁ ୪୦ ହଜାର ଟଙ୍କାର ଦ୍ୱିତୀୟ କିସ୍ତି ଋଣ ନେଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ଖଣ୍ଡିଆ ନଜର ଗ୍ରାମର ସୁକାନ୍ତି ବେହେତା ଓ ବାଲେଶ୍ୱର ଜିଲ୍ଲାର କମରପୁର ଗାଁର ସୁରଭି ମହାଲିକ ମଧ୍ୟ ଭିଏଫ୍ଏସ୍ ଦ୍ୱାରା ଲାଭାବନ ହୋଇଛନ୍ତି । ଭିଏଫ୍ଏସ୍ ଠାରୁ ଏହି ଦୁଇ ଜଣ ୨୫ ହଜାର ଟଙ୍କାର ଋଣ ନେଇ ନିଜେ ଦୋକାନ କରି ଭଲ ରୋଜଗାର କରୁଛନ୍ତି । ସୁକାନ୍ତି ଏକ ଚାଉଳ ଓ ପନିପରିବା ଦୋକାନ ଦେଇଥିବା ବେଳେ ସୁରଭି ଏକ ଆଚାର ଦୋକାନ ଖୋଲିଛନ୍ତି ।

ଭିଏଫ୍ଏସ୍ ବର୍ତମାନ ଦେଶର ୧୦ଟି ରାଜ୍ୟ-ପଶ୍ଚିମବଂଗ, ତ୍ରିପୁରା, ବିହାର, ଆସାମ, ଝାଡ଼ଖଣ୍ଡ, ଓଡ଼ିଶା, ସିକିମ, ମଧ୍ୟ ପ୍ରଦେଶ, ଉତରାଖଣ୍ଡ ଓ ଛତିଶଗଡ଼ରେ କାମ କରୁଛି ଏବଂ ୪.୩୮ ଲକ୍ଷ ଋଣ ଗ୍ରହୀତା ଏହା ଦ୍ୱାରା ଲାଭବାନ ହୋଇଛନ୍ତି । ଏହା ଋଣ ନେଉଥିବା ବ୍ୟକ୍ତିଙ୍କୁ ମୌଳିକ ଆର୍ଥିକ ନିଷ୍ପତି ଗ୍ରହଣ କରିବା ପାଇଁ ତାଲିମ ମଧ୍ୟ ଦେଉଛି । ଏହାର ସମସ୍ତ ଶାଖା ବାଧ୍ୟତାମୂଳକ ଭାବେ ଗ୍ରାହକ ସଚେତନତା ପ୍ରଶିକ୍ଷଣ (ସିଏଟି) ଆୟୋଜନ କରୁଛନ୍ତି ।

error: Thank You Keep Visiting