ଇଫକୋ ଦ୍ୱାରା ୪୮ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

Straight to the Point

(ଓଡ଼ିଶା ଜର୍ଣ୍ଣାଲ): ପାରାଦ୍ୱୀପ ତା୧୧/୦୩ ପାରାଦ୍ୱୀପ ଇଫକୋ ୟୁନିଟ୍ ଦ୍ୱାରା ସପ୍ତାହ ବ୍ୟାପି ଚାଲିଥିବ ୪୮ତମ ସୁରକ୍ଷା ସପ୍ତାହ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇଫକୋର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଅଗ୍ନିସୁରକ୍ଷା ଏବଂ ଏହାର ବ୍ୟବହାରିକ ଉପକରଣ ବିଷୟରେ ସଚେତନ କରାଯାଇଥିଲା । ଏତଦ୍ବ୍ୟତିତ ପାରିପାଶ୍ୱର୍କ ଅଞ୍ଚଳ,ସ୍କୁଲ ଓ ଗ୍ରାମମାନଙ୍କରେ ଏକ ସୁରକ୍ଷା ସଚେତନ ରଥ ପରିକ୍ରମା କରାଯାଇ ଏକ ଲିପ୍ଲେଟ୍ ମାଧ୍ୟମରେ ଜନସାଧାରଣ ମାନଙ୍କୁ ଆମୋନିଆ ଗ୍ୟାସ୍ ଲିକ୍ ସମୟରେ କଣ କରିବା ଉଚିତ୍ ଓ ଏଥିରୁ କିପରି ସୁରକ୍ଷା ମିଳିବ ତାହା ସଚେତନ କରାଯାଇଥିଲା ।

ଏତଦ୍ବ୍ୟତୀତ କର୍ମଚାରୀ, ଶ୍ରମିକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ୍ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ସୋମବାର ଦିନ ଆୟୋଜିତ ଉଦ୍ଯାପନୀ ଦିବସରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ଉପନିର୍ଦ୍ଦେଶକ ଡ. ମଳୟ ପ୍ରଧାନ ମୁଖ୍ୟ ଅତିଥି ଓ ପାରାଦ୍ୱୀପ ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସୁରକ୍ଷା ସମ୍ବନ୍ଧୀୟ ବକ୍ତବ୍ୟ ରଖିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ମୁଖ୍ୟ ଅତିଥି ଡ. ପ୍ରଧାନ ପୁରସ୍କୃତ କରିଥିଲେ । ତେବେ ଦୁଇ ଅତିଥି ଇଫକୋ ଦ୍ୱାରା ଆୟୋଜିତ ସୁରକ୍ଷା ସପ୍ତାହ ସଫଳତା ଉପରେ ନିଜର ସନ୍ତୁଷ୍ଟି ବ୍ୟକ୍ତ କରିଥିଲେ ।

ଏହି ଅବସରରେ ପାରାଦ୍ୱୀପ ଇଫକୋ ୟୁନିଟ୍ ର ମୁଖ୍ୟ କେ.ଜେ.ପଟେଲ ଯୋଗଦେଇ ତାଙ୍କର ସୁରକ୍ଷା ସମ୍ବୋନ୍ଧୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଫକୋ ଟେକ୍ନିକାଲ୍ ଜି.ଏମ୍ ସି.ସନ୍ତୋଷ, ଜେଜିଏମ୍ ଜେ.ପି.ଶ୍ରୀବାସ୍ତବ, ଡିଜିଏମ୍ ଏ.କେ.ମଲ୍ଲ, ଏଚ୍ଆର୍ ଡି.ଜି.ଏମ୍ ଜି.ସି.ଆଚାର୍ଯ୍ୟ, ଫାୟାର ଆଣ୍ଡ ସେଫ୍ଟି ମ୍ୟାନନେଜର ଏସ୍.କେ. କାମ୍ବଲେ ଏବଂ ଲୋକ ସର୍ମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting