ରମେଶ ବାବୁ ଏନଟିପିସିର ନୂତନ ଜିଜିଏମ୍

Straight to the Point

କଣିହାଁ : କଣିହାଁସ୍ଥିତ ଏନ୍ଟିପିସି ପ୍ରକଳ୍ପର ନୂତନ ଜିଜିଏମ୍ (ଗ୍ରୁପ୍ ଜେନେରାଲ୍ ମ୍ୟାନେଜର) ଭାବେ ରମେଶ ବାବୁ. ଭି ଯୋଗ ଦେଇଛନ୍ତି । ଏଠାରେ ସିଜିଏମ୍ (ଚିଫ ଜେନେରାଲ ମ୍ୟାନେଜର) ଭାବେ କାର୍ଯ୍ୟରତ ସନ୍ତୋଷ ଜେମସ୍ଙ୍କର ଏନ୍ଟିପିସିର ଦକ୍ଷିଣାଞ୍ଚଳ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛି । ରମେଶ ବାବୁ ଏଠାରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏନ୍ଟିପିସିର ପଶ୍ଚିମାଞ୍ଚଳ ମୁଖ୍ୟ କାର୍ଯ୍ୟାଳୟ ରାୟପୁରରେ ଜେନେରାଲ ମ୍ୟାନେଜର ଥିଲେ । ରମେଶ ବାବୁ ୧୯୮୭ ମସିହାରେ ଏକଜ୍ୟୁଟିଭ୍ ଟ୍ରେନିଂ ଭାବେ ଏନ୍ଟିପିସିରେ ଯୋଗ ଦେଇଥିଲେ । ସେ ଦିଲ୍ଲୀର ବଦରପୁର ଥର୍ମାଲ ପାୱାର ଷ୍ଟେସନରୁ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ । ଏନ୍ଟିପିସିରେ ଦୀର୍ଘ ୩୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

error: Thank You Keep Visiting