ଟାଟା ଷ୍ଟିଲର ବାରା ଟର୍ସିଆରି ଟ୍ରିଟମେଣ୍ଟ ପ୍ଲାଣ୍ଟକୁ “ବର୍ଷର ଶିଳ୍ପ ଜଳ ପ୍ରକଳ୍ପ ୨୦୧୯’ ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ଗ୍ଲୋବାଲ୍ ୱାଟର ଇଂଟେଲିଜେନ୍ସ (ଜିଡବ୍ଲୁଆଇ) ପକ୍ଷରୁ ଟାଟା ଷ୍ଟିଲ ର ବାରା ଟର୍ସିଆରି ପ୍ଲାଂଟ୍କୁ ସମ୍ମାନଜନକ “ବର୍ଷର ଶିଳ୍ପ ଜଳ ପ୍ରକଳ୍ପ ୨୦୧୯ ବା “ଇଣ୍ଡଷ୍ଟ୍ରିଆଲ ୱାଟର ପ୍ରୋଜେକ୍ଟ ଅଫ ଦି ଇୟର ୨୦୧୯’ ପୁରସ୍କାର ପ୍ରଦାନ କରାଯାଇଛି । ଲଣ୍ଡନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍ରେ ଆୟୋଜନ କରାଯାଇଥିବା ପୁରସ୍କାର ବିତରଣ ସମାରୋହରେ ଟାଟା ଷ୍ଟିଲ୍ ତରଫରୁ ଟାଟା ଷ୍ଟିଲ୍ ୟୁରୋପର ଲାଇଫ୍ ସାଇକଲ୍ ଆସେସ୍ମେଂଟ୍ ସ୍ପେସିଆଲିଷ୍ଟ (ଜୀବନ ଚକ୍ର ଅନୁଧ୍ୟାନ ବିଶେଷଜ୍ଞ) ଡକ୍ଟର ମିରେଲି ର୍ୟାକ୍ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ଚୀନ୍, ମାଲେସିଆ ଏବଂ ଭାରତର ବିଭିନ୍ନ ପ୍ରକଳ୍ପକୁ ମାତ ଦେଇ ଟାଟା ଷ୍ଟିଲ୍ର ଏହି ପ୍ରକଳ୍ପ ପୁରସ୍କାରର ବିଜେତା ହୋଇଛି ।
ଏ ସମ୍ପର୍କରେ ଶ୍ରୀଯୁକ୍ତ ସଂଜୀବ ପଲ୍, ଉପସଭାପତି, ନିରାପତା, ସ୍ୱାସ୍ଥ୍ୟ ଓ ସଷ୍ଟେନେବିଲିଟି, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ବଡ଼ ପ୍ରକଳ୍ପର ସଫଳତା ହେଉଛି ସମସ୍ତ ଅଂଶୀଦାରଙ୍କ ପାଇଁ ଦୀର୍ଘସ୍ଥ।।ୟୀ ନିରନ୍ତରତା ନିଶ୍ଚିତ କରିବା ଭଳି ଏକ ବୃହତ କାର୍ଯ୍ୟ ନିନ୍ତେ ଶିଳ୍ପ ସଂସ୍ଥା ଏବଂ ନାଗରିକ ସମାଜ ଏକତ୍ରୀତ ହୋଇ କାମ କରିବାର ଶ୍ରେଷ୍ଠ ଉଦାହରଣ । ଟାଟା ଷ୍ଟିଲ୍ ଓ ଜୁସ୍କୋ ପାଇଁ ଗର୍ବ କରିବାର ବିଷୟ ହେଉଛି ଯେ ଏହି ପ୍ରକଳ୍ପର ଲାଭକୁ ଜାମସେଦପୁରରେ ଥିବା ଶିଳ୍ପ ସଂସ୍ଥା ସହ ମଧ୍ୟ ବଂଟାଯାଇପାରିବ । ଆନ୍ତର୍ଜାତିକ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏହି ପ୍ରକଳ୍ପକୁ ପୁରସ୍କାର ପାଇଁ ଚୟନ କରାଯାଇଥିବାରୁ ଆମେ ଗ୍ଲୋବାଲ ୱାଟର ଇଂଟେଲିଜେନ୍ସ, ସମ୍ମାନନୀୟ ବିଚାରକ ମଣ୍ଡଳୀ ଏବଂ ବିଭିନ୍ନ ଦେଶର ଭୋଟର୍ଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ ।’’
ଟାଟାର ଏହି ପ୍ରକଳ୍ପ ୨୦୧୮ରେ କାର୍ଯ୍ୟକ୍ଷମ ହୋଇଥିଲା । ଏହା ଦ୍ୱାରା ସୁବର୍ଣ୍ଣରେଖାରୁ ଜଳ ହାସଲ କରିବା ପରିମାଣ ୧୬% କମ୍ ହୋଇଯାଇଥିଲା । ଏହି ଟ୍ରିଟମେଂଟ୍ ପ୍ଲାଂଟ୍ରେ ଦୈନିକ ୩୦,୦୦୦ କ୍ୟୁବିକ୍ ମିଟର ଜଳ ଟ୍ରିଟମେଂଟ୍ କରାଯାଉଛି । ଜୁସ୍କୋ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଜାମସେଦପୁରକୁ ଦେଶର ପ୍ରଥମ ଜିରୋ ଲିକ୍ୱିଡ୍ ଡିସଚାର୍ଜ ସ୍ଥାନରେ ପରିଣତ କରିବା ଦିଗରେ ଏହି ପ୍ଲାଂଟ ହେଉଛି ଏକ ପଦକ୍ଷେପ ।