ଭାରତରେ ଶସ୍ତା ହେବ ଆଇଫୋନ

Straight to the Point

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ବ୍ୟାପକ ଭାବରେ ଆଇଫୋନ ଉତ୍ପାଦନ ହେବା ନେଇ ସୂଚନା ଦେଇଛନ୍ତି ଫାକ୍ସଫୋନ ଟେକ୍ନୋଲୋଜି ଗ୍ରୁପର ଅଧକ୍ଷ ଟେରି ଗୋ। ଆପଲ କମ୍ପାନୀର ବିଭିନ୍ନ ଯନ୍ତ୍ରାଂସଗୁଡିକର ଏକତ୍ରୀକରଣ କାର୍ଯ୍ୟ କରୁଥିବା ଫାକ୍ସଫୋନ ଚୀନରେ ଆଇଫୋନ ଉତ୍ପାଦନ କରିବାକୁ ଦୀର୍ଘଦିନ ହେବ ଚେଷ୍ଟା କରୁଥିଲା। ଫାକ୍ସଫୋନ ଟେକ୍ନୋଲୋଜି ଗ୍ରୁପର ଅଧକ୍ଷ ଟେରି ଗୋଙ୍କ ସୂଚନା ମୁତାବକ କମ୍ପାନୀ ଭାରତରେ ତାର ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଛି ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭାରତ ଆମନ୍ତ୍ରଣ କରିଛନ୍ତି।

ଆପଲ ତାର ବେଙ୍ଗାଲୁର ପ୍ଲାଣ୍ଟରେ ପୁରୁଣା ମଡେଲ ଫୋନ ଉତ୍ପାଦନ କରୁଥିବା ବେଳେ ଏବେ ଅଧିକ ସଂଖ୍ୟାରେ ନୂଆ ମଡେଲ ଫୋନ ଉତ୍ପାଦନ କରାଯିବ। ଆଇଫୋନର ମୂଲ୍ୟ ଅଧିକ ହେତୁ ଭାରତରେ ଆପଲର ବିକ୍ରି ସେତେଟା ସଫଳତା ହାସଲ କରିପାରିନାହିଁ, ତେବେ ବେଙ୍ଗାଲୁରୁରେ ଉତ୍ପାଦନ ଆରମ୍ଭ ହେଲେ ଭାରତୀୟଙ୍କୁ ଆଉ ୨୦ ପ୍ରତିଶତ ଆମଦାନୀ ଟିକସ ଦେବାକୁ ପଡିବ ନାହିଁ ଫଳରେ ଆଇଫୋନ ଭାରତରେ ଶସ୍ତା ହେବା ଅନୁମାନ କରାଯାଉଛି। ସୂଚନା ଯୋଗ୍ୟ ଯେ ୨୦୧୮ରେ ଭାରତରେ ୧୭ଲକ୍ଷ ଆଇଫୋନ ବିକ୍ରି ହୋଇଛି।

error: Thank You Keep Visiting