ଋଣ ଭାରରେ ଉବୁଟୁବୁ ହେଉଥିବା ଜେଟ ବିମାନ କମ୍ପାନୀ ଅବସ୍ଥା ଅସମ୍ଭାଳ
ମୁମ୍ବାଇ: ଋଣ ଭାରରେ ଉବୁଟୁବୁ ହେଉଥିବା ଜେଟ ବିମାନ କମ୍ପାନୀକୁ ବ୍ୟାଙ୍କ ଜରୁରୀକାଳୀନ ଅର୍ଥ ନ ଦେବାରୁ, ଅବସ୍ଥା ଅସମ୍ଭାଳ ହୋଇ ପଡିଛି। ବୁଧବାର ରାତିରୁ ଜେଟ ତାର ଉଡାଣ ବନ୍ଦ କରିବା ଭଳି ପରିସ୍ଥିତିରେ ପହଞ୍ଚିଛି। ଉଡାଣ ଜାରି ରଖିବା ଏବଂ ସୃଷ୍ଟ ସଙ୍କଟର ସମାଧାନ ପାଇଁ ଜେଟ କମ୍ପାନୀ ପ୍ରାୟ ୪୦୦କୋଟି ଟଙ୍କାର ଜରୁରୀକାଳୀନ ଅର୍ଥ ଆବଶ୍ୟକ କରୁଥିବା ବେଳେ ତାହା ମିଳିପାରିନାହିଁ।
ମଙ୍ଗଳବାର ଜେଟର ମାତ୍ର ୫ଟି ବିମାନ ଉଡାଣ କରିଥିଲା। ସଙ୍କଟର ସ୍ଥାୟୀ ସମାଧାନ ଉଦ୍ଦେଶ୍ୟରେ ଜେଟ ପରିଚାଳନା ବୋର୍ଡର ମଙ୍ଗଳବାର ଦିନ ତିନି ଘଣ୍ଟା ଧରି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କରୁ କୌଣସି ସହାୟତା ନ ମିଳିବାରୁ କିଛିଦିନ ପାଇଁ ଜେଟ ଏୟାର ୱେଜ ତାର ସମ୍ପୂର୍ଣ ଉଡାଣ କିଛି ଦିନ ପାଇଁ ବନ୍ଦ ରଖିବା ପାଇଁ ପ୍ରସ୍ତାବ ଦେଇଛି। ତେବେ କମ୍ପାନୀ ସିଇଓ ବିନୟ ଦୁବେଙ୍କ ଉପରେ ତାର ନିଷ୍ପତ୍ତି ଛାଡିଥିଲା। ଇତି ମଧ୍ୟରେ ଗତ ୩ମାସ ଦରମା ପାଇନଥିବା ଜେଟର ୪୦୦ ପାଇଲଟ ଇସ୍ତଫା ଦେବା ପରେ ବଳକା ୧୩୦୦ ପାଇଲଟ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି।