ଏୟାରଓ୍ଵଜର ୫୦୦ କର୍ମୀଙ୍କୁ ଚାକିରି ଦେଲା ସ୍ପାଇସଜେଟ୍
ଜେଟ୍ ଏୟାରଓ୍ଵେଜର କର୍ମଚାରୀଙ୍କ ମୁସ୍କିଲ ସମୟରେ ସାହାଯ୍ୟ ପାଇଁ ଆଗକୁ ଆସିଲା ସ୍ପାଇସ୍ ଜେଟ୍। ଅନ୍ୟ ପଟେ ଏସବିଆଇ ନେତୃତ୍ଵାଧୀନ ଋଣ ଦେଉଥିବା ବ୍ୟାଙ୍କ ସରକାରଙ୍କୁ ଅପିଲ କରିଛନ୍ତି ଯେ ଜେଟ୍ ଏୟାରଓ୍ଵେଜର ସମସ୍ତ ଖାଲି ସ୍ଲଟ ଅନ୍ୟ କମ୍ପାନୀକୁ ଆବଣ୍ଟିତ କରାନଯାଉ। ୫୦୦ ଲୋକ ସ୍ପାଇସଜେଟ୍ ଦେଲା ଚାକିରି ସ୍ପାଇସଜେଟ୍ ନିଜର ବୟାନ ଜାରି କରି କହିଛି ଯେ, ଜେଟ୍ ଏୟାରଓ୍ଵେଜର ୫୦୦ କର୍ମଚାରୀଙ୍କୁ ତାଙ୍କ କମ୍ପାନୀ ଚାକିରିରେ ରଖିଛି। ଏଥିରେ ୧୦୦ ପାଇଲଟ, ୨୦୦ କେବିନ କ୍ରୁ, ଟେକ୍ନିକଲ ଓ ଏୟାରପୋର୍ଟ ଷ୍ଟାଫ ସାମିଲ। ଏହା ବ୍ୟତୀତ କମ୍ପାନୀ ନିଜର ବିମାନ ୟୁନିଟରେ ନୂତନ ବିମାନ ମଧ୍ୟ ସାମିଲ କରୁଛି। ଯାହା ଫଳରେ ଯାତ୍ରୀଙ୍କୁ ବିମାନ ଯାତ୍ରାରେ ଯେମିତି କୌଣସି ଅସୁବିଧା ନୁହଏ। ସ୍ପାଇସଜେଟ୍ କହିଛି ଯେ, ନୂତନ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଜେଟ୍ ଏୟାରଓ୍ଵେଜର ଉଡାଣର କିଛି ସ୍ଲଟ ସଂରକ୍ଷିତ ରଖାଯାଉ। ଏହା ସହିତ ଋଣଦାତା ବ୍ୟାଙ୍କ କମ୍ପାନୀର ୧୫ ବିମାନ ବ୍ୟବହାରର ଏକ ଖସଡା ମଧ୍ୟ ପ୍ରସ୍ତୁତ କରିଛନ୍ତି। ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା ଗୁରୁବାର ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(ଏଏଆଇ) ସହିତ ବୈଠକ ପରେ କହିଥିଲେ ଯେ, ଜେଟ୍ ଏୟାରଓ୍ଵେଜର ଖାଲି ପଡ଼ିଥିବା ୪୪୦ ସ୍ଲଟ ଅନ୍ୟ ବିମାନ କମ୍ପାନୀକୁ ଆବଣ୍ଟିତ କରାଯିବ। ଅର୍ଥ ଯୋଗାଡ଼ ପାଇଁ ଦେବେ ବିମାନ ଋଣଦାତା ଅର୍ଥ ଯୋଗାଡ଼ ପାଇଁ କମ୍ପାନୀର ୧୫ ବିମାନ ସହିତ ଅନ୍ୟ ସଂପତ୍ତିର ବ୍ୟବହାର କେମିତି ହୋଇ ପାରିବ ତାକୁ ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସେମାନେ ଏୟାରଇଣ୍ଡିଆର ପ୍ରସ୍ତାବ ଉପରେ ମଧ୍ୟ ବିଚାର ବିମର୍ଶ କରୁଛନ୍ତି। ଏୟାର ଇଣ୍ଡିଆ ପାଖରେ ଏବେ ୧୬ ବିମାନ ରହିଛି। ଏଥିରେ ୧୦ ବୋଇଙ୍ଗ ୭୭୭ ମଧ୍ୟ ସାମିଲ।