ଏଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବାତ୍ୟା ଫନି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଣ୍ଟନ

Straight to the Point

• ଏଲେନ୍ ଟିମ୍ ତରଫରୁ ପୁରୀରେ ୨୦୦୦ରୁ ଅଧିକ ପ୍ରଭାବିତ ପରିବାରକୁ ଖାଦ୍ୟସାମଗ୍ରୀ ପ୍ରଦାନ • ଲୋକମାନଙ୍କୁ ଅନ୍ୟାନ୍ୟ ରିଲିଫ୍ ସହାୟତା ପ୍ରଦାନ

ଭୁବନେଶ୍ୱର: ପ୍ରବେଶିକା ପରୀକ୍ଷାରେ ଉକ୍ରର୍ଷ ପ୍ରତି ଉତ୍ସର୍ଗୀକୃତ ପ୍ରିମିୟର ଶିକ୍ଷାନୁଷ୍ଠାନ ଏଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସୋମବାର ବାତ୍ୟା ଫନି ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟସାମଗ୍ରୀ ସମେତ ବିଭିନ୍ନ ପ୍ରକାରର ରିଲିଫ୍ ସେବା ପ୍ରଦାନ କରାଯାଇଛି ।
ଏଲେନ୍ର ସ୍ୱେଚ୍ଛାସେବୀମାନେ ଆଜି ସହରର ଲେପ୍ରସି କଲୋନି ଓ ବିଭିନ୍ନ ରାଜପଥରେ ରିଲିଫ୍ ସେବା ପ୍ରଦାନ କରାଯାଇଛି । ଏଲେନ୍ ଇନଷ୍ଟିଚ୍ୟୁଟ୍ର ଓଡ଼ିଶା ମୁଖ୍ୟ ରିଲିଫ୍ କାମ ପାଇଁ ସ୍ୱେଚ୍ଛାସେବୀଙ୍କ ଏକ ଟିମ୍ ପଠାଇଛି । ଏହି ଟିମ୍ରେ ଏଲେନର କୋଟା ଇନଷ୍ଟିଚ୍ୟୁଟ୍ରୁ ଆସିଥିବା ୧୦ ସ୍ୱେଚ୍ଛାସେବୀ ରହିଛନ୍ତି ।
ଏହି ଟିମ୍ ତରଫରୁ ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ପାଖାପାଖି ୨୦୦୦ ପରିବାରକୁ ଖାଦ୍ୟ ଓ ଔଷଧ ବଂଟନ କରାଯାଇଛି । ୮୦୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଦିନ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ଶେଷ ହୋଇଥିଲା ।
ଏଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟର ଓଡ଼ିଶା ମୁଖ୍ୟ ଅନୁରାଗ ମିଶ୍ର କହିଛନ୍ତି ଯେ, “ଯଦିଓ ଇନଷ୍ଟିଚ୍ୟୁଟର ମୂଳ ଦୃଢ଼ତା ହେଉଛି ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉକ୍ରର୍ଷ ପ୍ରଦାନ କରିବା ଓ ଉତମ ବୃତିଧାରୀରେ ପରିଣତ କରିବା ହୋଇଥିଲେ ମଧ୍ୟ ଦେଶର ଏକ ଦାୟିତ୍ୱବାନ ଶିକ୍ଷାନୁଷ୍ଠାନ ଭାବେ ଏହା ନିଜ ଦାୟିତ୍ୱରୁ କେବେ ପଛଘୁଂଚା ଦେଇନାହିଁ ।’’
“ଯେତେବେଳେ ଦେଶରେ ବିପର୍ଯ୍ୟୟ ଆସିଥାଏ ସେତେବେଳେ ଦାୟିତ୍ୱବାନ ଶିକ୍ଷାନୁଷ୍ଠାନ ଭାବେ ଆମର ଦାୟିତ୍ୱ ହେଉଛି ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ଯାହା ଛାତ୍ରଛାତ୍ରୀମାନଙ୍କୁ କେବଳ ପରୀକ୍ଷାରେ ଶ୍ରେଷ୍ଠତ୍ୱ ହାସଲ କରିବାକୁ ସହାୟତା ପ୍ରଦାନ କରୁନାହିଁ ବରଂ ଦେଶ ପ୍ରତି ଦାୟିତ୍ୱ ଭାବନାକୁ ସେମାନଙ୍କ ଭିତରେ ଜାଗ୍ରତ କରାଯାଉଛି ।’’

Leave a Reply

Your email address will not be published. Required fields are marked *

error: Thank You Keep Visiting