ଚେନ୍ନାଇର ଆପୋଲୋ ପ୍ରୋଟନ କ୍ୟାନସର ସେଣ୍ଟରରେ ଭାରତର ପ୍ରଥମ ଟୋଟାଲ୍ ମାରୋ ଇରାଡିଏସନ ପ୍ରକ୍ରିୟା ଅନୁଷ୍ଠିତ

Straight to the Point

ଭୁବନେଶ୍ୱର: ଭାରତରେ କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ପ୍ରଥମ ମାଇଲଖୁଂଟ ହାସଲ କରି ଚେନ୍ନାଇର ଆପୋଲୋ ପ୍ରୋଟନ କ୍ୟାନସର ସେଂଟର (ଏପିସିସି)ରେ ସଫଳତାର ସହିତ ଟୋଟାଲ ମାରୋ ଇରାଡିଏସନ (ଟିଏମଆଇ) କରାଯାଇଛି । ଏହା ହେଉଛି ବୋନ୍ ମାରୋ ପ୍ରତିରୋପଣର ପୂର୍ବ ପ୍ରକ୍ରିୟା ।
ଡକ୍ଟର ପ୍ରୀତା ରେଡ୍ଡି, ଭାଇସ୍ ଚେୟାରପର୍ସନ, ଆପୋଲୋ ହସ୍ପିଟାଲ୍ ଗ୍ରୁପ୍ କହିଛନ୍ତି ଯେ, “କ୍ୟାନସର ଚିକିତ୍ସା କ୍ଷେତ୍ରରେ ଆପୋଲୋ ପ୍ରୋଟନ କ୍ୟାନସର ସେଂଟର କ୍ୟାନସର ଚିକିତ୍ସା କ୍ଷେତ୍ରରେ ନୂତନ ଦିଗନ୍ତ ଉନ୍ମୁକ୍ତ କରିଛି ଏବଂ ଏହା ହେଉଛି ଏକ ଗୌରବମୟ ମୁହୂର୍ତ । ଉନ୍ମୋଚନ ହେବାର କିଛି ଦିନ ଭିତରେ ଦେଶରେ ପ୍ରଥମ ଥର ପାଇଁ ସଫଳତାର ସହିତ ଦୁଇଟି ଟୋଟାଲ ମାରୋ ଇରାଡିଏସନ କରି ଏପିସିସି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି । ଭାରତକୁ ଶ୍ରେଷ୍ଠ ଓ ସଦ୍ୟତମ ମେଡିକାଲ ପ୍ରଯୁକ୍ତି ଆଣିବା ପାଇଁ ଆମେ କରିଥିବା ନିବେଶକୁ ଏହି ସଫଳତା ସ୍ୱୀକୃତି ପ୍ରଦାନ କରୁଛି । ଆମେ ନିଶ୍ଚିତ ଯେ ଭବିଷ୍ୟତରେ ଏପିସିସି ଅନେକ ମାଇଲଖୁଂଟ ହାସଲ କରିବ ଏବଂ କ୍ୟାନସର ବିରୋଧରେ ଲଢ଼େଇକୁ କେବଳ ଭାରତର ରୋଗୀଙ୍କ ପାଇଁ ନୁହେଁ ବରଂ ସାରା ଦକ୍ଷିଣ ପୂର୍ବ ଏସିଆରେ ପହଂଚାଇବ ।’’
ଦକ୍ଷିଣ ପୂର୍ବ ଏସିଆର ପ୍ରଥମ ପ୍ରୋଟନ ଥେରାପି କେନ୍ଦ୍ରରେ ଓମାନର ଜଣେ ୩୫ ବର୍ଷ ବୟସ୍କା ନର୍ସଙ୍କ ଠାରେ ଏହି ଚିକିତ୍ସା ପଦ୍ଧତି ପ୍ରାୟୋଗ କରାଯାଇଥିଲା । ସେ କ୍ରୋନିକ୍ ମିଲଏଡ ଲୁକେମିଆ (ସିଏମ୍ଏଲ୍) ରୋଗରେ ପୀଡ଼ିତ ଥିଲେ । ଚିକିତ୍ସା ପରେ ଓମାନରେ ତାଙ୍କର ଦୁଇ ଥର କେମୋଥେରାପି କରାଯାଇଥିଲା । ଏହା ପରେ ତାଙ୍କୁ ବୋନ ମାରୋ ପ୍ରତିରୋପଣ କରିବାକୁ ଆପୋଲୋ ପାଖକୁ ପଠାଇ ଦିଆଯାଇଥିଲା । ଏହି ପ୍ରତିରୋପଣ ପାଇଁ ଟୋଟାଲ ମାରୋ ଇରାଡିଏସନ କରିବାକୁ ଆପୋଲୋର ଡାକ୍ତରମାନେ ନିଷ୍ପତି ନେଇଥିଲେ ।
ଗତ ଏପ୍ରିଲ ୧୮ ଓ ୨୦ ତାରିଖରେ ସଫଳତାର ସହିତ ଟୋଟାଲ ମାରୋ ଇରାଡିଏସନ କରାଯାଇଥିଲା ଏବଂ ଏହାର ଦୁଇ ଦିନ ପରେ କେମୋଥେରାପି ପ୍ରଦାନ କରାଯାଇଥିଲା । ଏହା ପରେ ଏପ୍ରିଲ୍ ୨୩ରେ ରୋଗୀଙ୍କ ଠାରେ ପାରିପାଶ୍ୱିର୍କ ରକ୍ତ କୋଷ ପ୍ରତିରୋପଣ କରାଯାଇଥିଲା । ଏହି କାର୍ଯ୍ୟରେ ବରିଷ୍ଠ କନସଲଟାଂଟ ରେଡିଏସନ ଅଙ୍କାଲୋଜି ଡକର ଶ୍ରୀନିବାସ ଚିଲୁକୁରୀ ଓ ଡକ୍ଟର ଜୋସ ଏମ ଇଆସୋ ନିୟୋଜିତ ହୋଇଥିଲେ ।