୪ ନୂଆ ସ୍କ୍ରାମ୍ବଲର୍ ମଡେଲର ବଜାର ପ୍ରବେଶ କରାଇଲା ଡୁକାଟି ଇଣ୍ଡିଆ

Straight to the Point

ଭୁବନେଶ୍ୱର: ସୌଖୀନ ମୋଟର ସାଇକେଲ୍ ବ୍ରାଣ୍ଡ, ଡୁକାଟି ଆଜି ଭାରତରେ ନିଜର ଅଲ୍ ନିୟୁ ଡୁକାଟି ସ୍କ୍ରାମ୍ବଲର୍ ରେଞ୍ଜର ବଜାର ପ୍ରବେଶ ବିଷୟ ଘୋଷଣା କରିଛି । ଭାରତ ପାଇଁ ବଜାର ପ୍ରବେଶ ହୋଇଥିବା ଏହି ଏମ୍ୱାଇ୧୯ ରେଞ୍ଜରେ ଆଇକନ୍, ଫୁଲ୍ ଥ୍ରଟଲ୍, କାଫେ ରେସର୍ ଏବଂ ଡେଜର୍ଟ ସ୍ଲେଡ୍ ରହିଛି । ଭାରତରେ ଏଗୁଡ଼ିକର ମୂଲ୍ୟ (ଏକ୍ସ-ସୋ’ରୁମ୍) ଯଥାକ୍ରମେ ୭.୮୯ ଲକ୍ଷ ଟଙ୍କା, ୮.୯୨ ଲକ୍ଷ ଟଙ୍କା, ୯.୭୮ ଲକ୍ଷ ଟଙ୍କା ଏବଂ ୯.୯୩ ଲକ୍ଷ ଟଙ୍କା ରହିଛି ।ଏହି ନବୀକରଣ ସିରିଜ୍ ଅଧିକ ସମକାଳୀନ, ଅଧିକ ଆରାମ ଦାୟକ ଏବଂ ନିରାପଦ, ଯାହାକି କେୟାରଫ୍ରି ‘ଲ୍ୟାଣ୍ଡ ଅଫ୍ ଜୟ’ ମଉଜକୁ ମଧ୍ୟ ସୁନିଶ୍ଚିତ କରିଥାଏ ।ଏହି ସଦ୍ୟତମ ‘ଜୟଭଲ୍ୟୁସନ୍’ ୨ ଚକ, ଏକ ଚଉଡ଼ା ହ୍ୟାଣ୍ଡଲ ବାର୍, ଏକ ସରଳ ଶକ୍ତିଶାଳୀ ଇଞ୍ଜିନ ଓ ଅନେକ ମଉଜ ସହ ମୋଟର ସାଇକଲିଂର ଶୁଦ୍ଧତମ ସୁଗନ୍ଧକୁ ନିଶ୍ଚିତ କରିଛି ।
ଡୁକାଟି ସ୍କ୍ରାମ୍ବଲର୍ ଜୟଭଲ୍ୟୁସନ୍ ଚାଲୁ ରହିବା ସହ ୪ ନୂଆ ସଂସ୍କରଣର ଆଗମନ ସହ ମଉଜ କରିବାର ଆନନ୍ଦକୁ ଅଧିକ ତ୍ୱରାନ୍ୱିତ କରିଛି । ସ୍କ୍ରାମ୍ବଲର୍ ଆଇକନ୍ ହେଉଛି ପରମ୍ପରା ଓ ସୃଜନଶୀଳତାର ଏକ ଉପଯୁକ୍ତ ମିଶ୍ରଣ ।ସ୍କ୍ରାମ୍ବଲର୍ ଡେଜର୍ଟ ସ୍ଲେଡ୍ ୬୦ଦଶକ ଓ ୭୦ଦଶକ ବାଇକ୍ର ସ୍ପିରିଟ୍ର ସମ୍ମିଶ୍ରଣକୁ ପ୍ରଦର୍ଶନ କରିବା ସହ ସ୍କ୍ରାମ୍ବଲର୍ର ସ୍ୱତନ୍ତ୍ର ଷ୍ଟାଇଲ୍କୁ ଦର୍ଶାଉଛି । ଫୁଲ୍ ଥ୍ରଟଲ୍ ମଡେଲ ୨୦୧୮ ଆମେରିକୀୟ ସୁପର୍ ହୋଲିଗାନ୍ ଚାମ୍ପିଅନ୍ସିପ୍ରେ କାଲିଫର୍ଣ୍ଣିଆ ରେସର୍ ଫ୍ରାଙ୍କିଗାର୍ସିଆଙ୍କ ଦ୍ୱାରା ଚଳାଯାଇଥିବା ସ୍କ୍ରାମ୍ବଲର୍ରୁ ଆସିଥିବା ବେଳେ ସ୍କ୍ରାମ୍ବଲର୍ କାଫେ ରେସର୍ ୬୦ଦଶକରେ ମୋଟର ସାଇକଲିଂରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଏକ ମହାନ ବାଇକ୍କୁ ନୂଆ ରୂପଦେଇଛି ।
ଏହି ସଦ୍ୟତମ ସଂସ୍କରଣ ଡୁକାଟି ମୋଟର ସାଇକେଲରେଏଲ୍-ଟ୍ୱିନ୍, ଡେସ୍ମୋଡ୍ରୋମିକ୍ ଡିଷ୍ଟ୍ରିବ୍ୟୁସନ୍, ୨ ଭାଲ୍ଭପର୍ ସିଲିଣ୍ଡର, ଏୟାରକୁଲ୍ଡ ୮୦୩ ସିସିଇଞ୍ଜିନ ଭଳି ବୈଶିଷ୍ଟ୍ୟ ରହିଛି, ଯାହାକି ୪୯ ଏଲ୍ବି-ଏଫ୍ଟି (୬୭ ଏନ୍ଏମ୍) ଟର୍କ ସୃଷ୍ଟି କରିଥାଏ ।


• ଡୁକାଟି ଆଇକନ୍, ଫୁଲ୍ ଥ୍ରଟଲ୍, କାଫେ ରେସର୍ ଏବଂ ଡେଜର୍ଟ ସ୍ଲେଡ୍ର ମୂଲ୍ୟ ଭାରତରେ (ଏକ୍ସ-ସୋ’ରୁମ୍) ଯଥାକ୍ରମେ ୭.୮୯ ଲକ୍ଷଟଙ୍କା, ୮.୯୨ ଲକ୍ଷଟଙ୍କା, ୯.୭୮ ଲକ୍ଷ ଟଙ୍କା ଏବଂ ୯.୯୩ ଲକ୍ଷ ଟଙ୍କା
• ଭାରତରେ ସମସ୍ତ ୯ଟି ଯାକ ଡୁକାଟି ଡିଲରସିପ୍ରେ ବୁକିଂ ଚାଲୁ ରହିଛି, ମେ’ ସୁଦ୍ଧା ଡେଲିଭରି ଆରମ୍ଭ ହେବ
• ଏହି ସ୍କ୍ରାମ୍ବଲର୍ ରେଞ୍ଜ ସମ୍ପୂର୍ଣ୍ଣ ନୂଆ ତଥା ସମର୍ପିତ ଉପକରଣ ଓ ପୋଷାକରେ ଆସିଛି

ସ୍କ୍ରାମ୍ବଲର୍କୁ ଏକ ଉପଯୁକ୍ତ ବାଇକ୍ରେ ପରିଣତ କରିବାକୁ ଆଧୁନିକ ତଥା ଉକ୍ରୃଷ୍ଟ ଉପକରଣ ଖଞ୍ଜା ଯାଇଛି ।ଏହି ନୂଆ ମଡେଲ ଗୁଡ଼ିକରେ ଥିବା ବ୍ଲାକ୍-ପେଂଟେଡ୍ କ୍ରାଙ୍କ୍କେସ୍ ଓ ବ୍ରସ୍ଡ ସିଲିଣ୍ଡର ହେଡ୍ ଫିନ୍ସ ଡୁକାଟି ସ୍କ୍ରାମ୍ବଲର୍କୁ ଅଧିକ ଆକର୍ଷଣୀୟ କରିଛି ।ଡିଆର୍ଏଲ୍ (ଡେ’ ଟାଇମ୍ରନିଙ୍ଗ୍ ଲାଇଟ୍)ଯୁକ୍ତ ଅଲ୍-ନ୍ୟୁହେଡ୍ଲାଇଟ୍ ଟ୍ରାଫିକ୍ରେ ବାଇକ୍ର ଦୃଶ୍ୟମାନ ବଢ଼ାଇବ । ଏହାର ଆକର୍ଷଣୀୟ ସ୍ୱିଚ୍ ଗିୟର ଚାଳକଙ୍କୁ ଏକ ଉନ୍ନତ ଗାଡ଼ିଚାଳନାର ଅନୁଭୂତି ପ୍ରଦାନ କରିବ ।
ଡୁକାଟିର ମଲ୍ଟିମିଡିଆ ସିଷ୍ଟମ୍ ଗାଡ଼ି ଚଳାଇବା ବେଳେ ନିଜର ପ୍ରିୟ ସଙ୍ଗୀତ ଶୁଣିବା ସହ ଇନ୍କମିଂକଲ୍କୁଉଠାଇବା ଓ ଇଂଟରକମ୍ ଜରିଆରେ ଯାତ୍ରୀଙ୍କ ସହ ଚାଟ୍ କରିବାର ସୁବିଧା ପ୍ରଦାନ କରୁଛି । ଡୁକାଟି ସ୍କ୍ରାମ୍ବଲର୍ ଆଇକନ୍ ଏବେ ନୂଆ ଆଟମିକ୍ ଟାଞ୍ଜେରିନ୍ ପେଂଟ ସ୍କିମ୍ ସହ ବ୍ଲାକ୍ଫ୍ରେମ୍, ବ୍ଲାକ୍ସିଟ୍ ଓ ଗ୍ରେ ରିମ୍ସ୍ୟାଣ୍ଡ ଏବଂ କ୍ଲାସିକ୍ ୬୨ ୟେଲୋ କଲରରେ ଉପଲବ୍ଧ ।
ଏନେଇ ସେର୍ଗି କାନୋଭାସ୍, ପରିଚାଳନା ନିର୍ଦ୍ଦେଶକ, ଡୁକାଟି ଇଣ୍ଡିଆ କହିଲେ, “ସ୍କ୍ରାମ୍ବଲର୍ ରେଞ୍ଜ ହେଉଛି ଭାରତରେ ଡୁକାଟି ପରିବାରର ସବୁଠୁ ପସନ୍ଦର ତଥା ସର୍ବାଧିକ ବିକ୍ରି ହେଉଥିବା ମୋଟର ସାଇକେଲ । ଯେ କୌଣସି ପ୍ରକାର ସଡ଼କରେ ବାଇକ୍ର ପାୱାର ଓ ସୁପ୍ରିମ୍ କଂଟ୍ରୋଲ ସମ୍ପର୍କରେ ଆଲୋଚନା କଲାବେଳେ ସ୍କ୍ରାମ୍ବଲର୍ ସବୁବେଳେ ଆଗରେ ରହିଥାଏ । ଚଳିତ ବର୍ଷ ଏହାର ସମ୍ପୂର୍ଣ୍ଣ ରେଞ୍ଜକୁ ଅତ୍ୟାଧୁନିକ ଓ କ୍ଷମତା ସମ୍ପନ୍ନ କରାଯାଇଛି । ଡୁକାଟି ସ୍କ୍ରାମ୍ବଲର୍ କେବଳ ଏକ ବାଇକ୍ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ନୂଆ ଲାଇଫ୍ ଷ୍ଟାଇଲ୍, ଯାହାକି ସମର୍ପିତ ପୋଷାକ ଓ ଉପକରଣରେ ଖଚିତ । ଏହା ଚଳିତ ବର୍ଷର ଏହା ଆମ୍ଭର ପ୍ରଥମ ଉତ୍ପାଦର ବଜାର ପ୍ରବେଶ ଓ ଆଗାମୀ ଦିନରେ ଭାରତରେ ସମସ୍ତ ନୂଆ ସ୍କ୍ରାମ୍ବଲର୍ ରେଞ୍ଜର ପ୍ରଚଳନ କରିବାକୁ ଆମେ ବେଶ୍ ଉତ୍ସାହିତ ।”

error: Thank You Keep Visiting