ୟୁଟିଆଇ ଇକ୍ୱିଟି ଫଣ୍ଡ୍-ନିରନ୍ତର ଅଭିବୃଦ୍ଧି ପାଇଁ ଗୁଣାତ୍ମକ ବ୍ୟବସାୟରେ ନିବେଶ କରନ୍ତୁ

Straight to the Point

ଭୁବନେଶ୍ୱର: ବାସ୍ତବବାଦୀ ଆର୍ଥିକ ଲକ୍ଷ୍ୟ ଧାର୍ଯ୍ୟ କରିବା ହେଉଛି ସଫଳ ନିବେଶ ଦିଗରେ ପ୍ରଥମ ପଦକ୍ଷେପ । ଆପଣଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ଶ୍ରେଷ୍ଠ ଉପଯୁକ୍ତ ନିବେଶ ସ୍ଥଳକୁ ବୁଝିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ଦୀର୍ଘ ଏବଂ ସ୍ୱଳ୍ପ ମିଆଦୀ ନିବେଶ ଲକ୍ଷ୍ୟ ପାଇଁ ମ୍ୟୁଚୁଆଲ୍ ଫଣ୍ଡ୍ ଠିକ୍ ହୋଇପାରେ କିନ୍ତୁ ଜଣଙ୍କ ପ୍ଲାନର ସଫଳତା ସେ ଚୟନ କରୁଥିବା ପାଣ୍ଠିର ପ୍ରକାର ଉପରେ ନିର୍ଭର କରେ । ଏହା କହିବା ବାହୁଲ୍ୟ ଯେ, ୟୁଟିଆଇ ଇକ୍ୱିଟି ଫଣ୍ଡ୍ ହେଉଛି ଏକ ଓପନ୍ ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଯାହା ଲାର୍ଜ କ୍ୟାପ୍, ମିଡ୍ କ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଷ୍ଟକ୍ରେ ନିବେଶ କରୁଥିବା ବେଳେ ଏହାର ୯୩୫୮ କୋଟି ଟଙ୍କାର ଭଣ୍ଡାର ଏବଂ ୧୨ ଲକ୍ଷରୁ ଅଧିକ ନିବେଶକଙ୍କ ବିଶ୍ୱାସ ରହିଛି (୨୦୧୯ ଏପ୍ରିଲ୍ ୩୦ ସୁଦ୍ଧା) । ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍ ତରଫରୁ ପ୍ରଦାନ କରାଯାଉଥିବା ଏହି ଫଣ୍ଡ୍ ଏଭଳି ଏକ ଫଣ୍ଡ୍ ଯାହାକୁ ଯେକୌଣସି ଦୀର୍ଘମିଆଦୀ ନିବେଶକ ନିଜ ମୌଳିକ ଇକ୍ୱିଟି ଆବଂଟନ ପାଇଁ ହାସଲ କରିବାକୁ ଚାହିଁବେ ।
ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡକୁ ଯାହା ଅନ୍ୟ ଫଣ୍ଡ୍ ଠାରୁ ଅଲଗା କରିଛି ତାହା ହେଉଛି ଏହାର ସୁଦୃଢ଼ ନିବେଶ ଦର୍ଶନ ଯାହାକୁ ତିନିିଟି ସ୍ତମ୍ଭ ଗୁଣବତା,ଅଭିବୃଦ୍ଧି ଓ ମୂଲ୍ୟାୟନକୁ ନେଇ ଗଠନ କରାଯାଇଛି । ପୋର୍ଟଫୋଲିଓ ରଣନୀତି ହେଉଛି ଉଚ୍ଚ ମାନର ବ୍ୟବସାୟ ଉପରେ ମନୋନିବେଶ କରିବା ଯାହା ପାଖରେ ଦୀର୍ଘ ମିଆଦୀ ଭିିତିରେ ସୁଦୃଢ଼ ଅଭିବୃଦ୍ଧି ପ୍ରଦର୍ଶନ କରିବାର ଦକ୍ଷତା ରହିଛି ଓ ଯାହା ଋତୁଗତ ପରିଚାଳନା ଭାବେ ପରିଚାଳିତ ହୋଇପାରିବ ।
“ଦୀର୍ଘମିଆଦୀ ଭିତିରେ ନିୟୋଜନ କରାଯାଇଥିବା ପୁଂଜି ଉପରେ ରିଟର୍ଣ୍ଣ (ଆରଓସିଇ) ଓ ଇକ୍ୱିଟି ଉପରେ ରିଟର୍ଣ୍ଣ (ଆରଓଇ) ଉପରେ ନିରନ୍ତର ଉଚ୍ଚ ରିଟର୍ଣ୍ଣ ପାଇଁ ବ୍ୟବସାୟ ଦକ୍ଷତାର ଗୁଣବତାକୁ ପ୍ରତିଫଳିତ କରେ । ବାସ୍ତବରେ ଉଚ୍ଚ ମାନର ବ୍ୟବସାୟ ହେଉଛି ସେହିଗୁଡ଼ିକ ଯାହା କଠିନ ପରିସ୍ଥିତିରେ ମଧ ଶିଳ୍ପ ଏବଂ କ୍ଷେତ୍ର ପାଇଁ ଉଚ୍ଚ ଆରଓସିଇ ଏବଂ ଆରଓଇ ସୃଷ୍ଟି କରେ ଏବଂ ତେଣୁ ସବୁ ସମୟରେ ତାହା ପୁଂଜି ବ୍ୟୟ ଠାରୁ ସବୁ ବେଳେ ଉପର ସ୍ତରରେ ପରିଚାଳିତ ହୁଏ । ଏହା ମଧ୍ୟ ସତ ଯେ ଉଚ୍ଚ ଆରଓସିଇ/ଆରଓଇ ଥିବା ବ୍ୟବସାୟ ଦୃଢ଼ ନଗଦ ପ୍ରଭାବ ସୃଷ୍ଟି କରେ ଏବଂ ଏହିି ଦୃଢ଼ ନଗଦ ପ୍ରବାହ ହେଉଛି ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରିବା ପାଇଁ ଉତ୍ସ ହେବ ।’’
ଅନ୍ୟ ପକ୍ଷରେ ଅଭିବୃଦ୍ଧି ହେଉଛି ବ୍ୟବସାୟ ପାଇଁ ଦୀର୍ଘମିଆଦୀ ଅଭିବୃଦ୍ଧି ଆବଶ୍ୟକ । ଚକ୍ରାକାର ଅଭିବୃଦ୍ଧି ସବୁ ବେଳେ ଗ୍ରାହକଙ୍କୁ ଚକିତ କରିଥାଏ । କିନ୍ତୁ ସ୍ୱାଭାବିକ ଅଭିବୃଦ୍ଧିରେ ଦୀର୍ଘମିଆଦୀ କାରବାର ରହିଥାଏ ଯାହା ଭବିଷ୍ୟତରେ ଫଳାଫଳ ଆଣିଥାଏ । ଏହାକୁ ବିଚାରକୁ ନେଇ ଏହି ଫଣ୍ଡ୍ ଷ୍ଟକ ଚୟନ କରିଥାଏ ।
ଏହି ପାଣ୍ଠିର ଶେଷ ସ୍ତମ୍ଭ ହେଉଛି ମୂଲ୍ୟାୟନ । ଏକ ଶ୍ରେଷ୍ଠ ବ୍ୟବସାୟ ପାଇଁ ମୂଲ୍ୟାୟନ ହେଉଛି ପ୍ରବେଶ ପଥ । ଏହି ଫଣ୍ଡ୍ରେ ଅଭିବୃଦ୍ଧି ଷ୍ଟାଇଲ୍ର ନିବେଶରେ ବିଭିନ୍ନ ପ୍ରକାର ବଜାର ପୁଂଜି ସଂସ୍ଥାରେ ନିବେଶ କରିବାକୁ ଉଦ୍ୟମ କରାଯାଏ । ଏହି ସ୍କିମ୍ର ଟପ୍ ଟେନ୍ ହୋଲ୍ଡିଂ ହେଉଛି ବଜାଜ୍ ଫାଇନାନ୍ସ, ଏଚଡିଏଫ୍ସି ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଚଡିଏଫସି ଲିମିଟେଡ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଟିସିଏସ, ଇନଫୋସିସ, ଇନଫୋ-ଏଜ୍ ଇଣ୍ଡିଆ ଲିମିଟେଡ୍, ମାଇଣ୍ଡଟ୍ରି ଓ ଶ୍ରୀ ସିମେଂଟ ରହିଛି ଯେଉଁଥିରେ ୨୦୧୯ ଏପ୍ରିଲ୍ ୩୦ ସୁଦ୍ଧା ପୋର୍ଟଫୋଲିଓର ୪୨% ଅଂଶ ରହିଛି । ନିଜର ମୌଳିକ ଇକ୍ୱିଟି ପୋର୍ଟଫୋଲିଓ ଗଠନ କରିବାକୁ ଚାହୁଁଥିବା ଇକ୍ୱିିଟି ନିବେଶକଙ୍କ ପାଇଁ ୟୁଟିଆଇ ଇକ୍ୱିଟି ଫଣ୍ଡ୍ ହେଉଛି ଉପଯୁକ୍ତ ।

Leave a Reply

Your email address will not be published. Required fields are marked *

error: Thank You Keep Visiting