ହୋଣ୍ଡା ପକ୍ଷରୁ ମେକ୍ ଇନ୍ ଇଣ୍ଡିଆ ସିବିଆର୍ ୬୫୦ ଆର୍ ର ସର୍ବ ଭାରତୀୟ ଡେଲିଭରି ଆରମ୍ଭ

Straight to the Point

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ଏହାର ମଧ୍ୟମ-ହାଲୁକା ବର୍ଗର ସ୍ପୋର୍ଟସ ବାଇକ୍ ସିବିଆର୬୫୦ଆର୍ର ସର୍ବଭାରତୀୟ ସ୍ତରରେ ଡେଲିଭରି ଆରମ୍ଭ କରାଯାଇଛି । ଗୁରୁଗ୍ରାମରେ ଥିବା ହୋଣ୍ଡା ବିଗ୍ୱିଙ୍ଗ ଷ୍ଟୋର୍ରୁ ଏହାର ଶୁଭାରମ୍ଭ ହୋଇଛି ।
ଫାୟାରବ୍ଲେଡ ସୁପର ସ୍ପୋର୍ଟସ ଷ୍ଟାଇଲ୍ରେ ପ୍ରସ୍ତୁତ କରାଯାଇଥିବା ଏହି ବାଇକ୍ୁ ପ୍ରଥମେ ୨୦୧୮ ମିଲାନ ମୋଟର ସୋ’ରେ ଉନ୍ମୋଚନ କରାଯାଇଥିଲା । ଭାରତରେ ଏହାର ଏକ୍ସ ସୋ’ରୁମ ଦର ୭.୭୦ ଲକ୍ଷ ଟଙ୍କା ରହିଛି । ଦେଶରେ ଏହା ଗ୍ରାହକମାନଙ୍କ ଠାରୁ ଜବରଦସ୍ତ ସମର୍ଥନ ହାସଲ କରିଛି ।
ଏହି ଅବସରରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ହୋଣ୍ଡାର ରେସିଙ୍ଗ ଗୁଣ ଥିବା ଏହି ନୂଆ ସିବିଆର୬୫୦ଆର୍ରେ ସ୍ପୋର୍ଟି ଓ ଶକ୍ତିଶାଳୀ ପ୍ରଦର୍ଶନର ମିଶ୍ରଣ ରହିଛି । ଏହି ମୋଟରସାଇକଲ୍କୁ ଭଲ ସମର୍ଥନ ମିଳିଛି ଏବଂ ଆମର ବିଶ୍ୱାସ ରହିଛି ଯେ ଏହା ଯୁବ ଉତ୍ସାହୀ ଚାଳକଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବ । ବୁକିଙ୍ଗ କରିଥିବା ଗ୍ରାହକଙ୍କ ପାଇଁ ଡେଲିଭରି ଆରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦ ଓ ସେମାନଙ୍କୁ ଆକର୍ଷଣୀୟ ଯାତ୍ରାର କାମନା କରୁଛୁ ।’’
ସିବିଆର୬୫୦ଆର୍ ରେ ୬୪୯ ସିସି ଲିକ୍ୱିଡ୍ କୁଲଡ୍ ଚାରି ସିଲିଣ୍ଡର ଡିଓଏଚ୍ସି ୧୬ ଭାଲଭ୍ ଇଂଜିନ ରହିଛି । ଗାଡ଼ି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ସେଥିରେ ଆସିଷ୍ଟ ସ୍ଲିପରି କ୍ଲଚ୍ ଓ ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍ ବ୍ୟବସ୍ଥା ରହିଛି । ଏହାର ଚେଚିସ୍ ଏହାର ପୂର୍ବ ମଡେଲ୍ ତୁଳନାରେ ୬ କେଜି କମ୍ ଓଜନ ବିଶିଷ୍ଠ ହୋଇଥିବା ଏଥିରେ ଅତ୍ୟନ୍ତ ଉନ୍ନତ ଧରଣର ସସ୍ପେନ୍ସନ୍ ବ୍ୟବହାର କରାଯାଇଛି । ଏହି ବାଇକ୍ରେ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ରହିଛି । ଫାୟାରବ୍ଲେଡ୍ ଡିଏନ୍ଏରେ ପ୍ରସ୍ତୁତ କରାଯାଇଥିବା ଏହି ବାଇକ୍ରେ ଆଧୁନିକ ଫୁଲ ଏଲ୍ଇଡି, ଡିଜିଟାଲ୍ ଏଲସିଡି ଡିସ୍ପ୍ଲେ ଏବଂ ହାଣ୍ଡେଲ୍ ବାର୍ କ୍ଲିପ୍, ଗିୟର ପୋଜିସନ ଓ ସିଫ୍ଟ-ଅପ୍ ଇଣ୍ଡିକେଟର୍ ଭଳି ସୁବିଧା ରହିଛି ।
ଏହା ଦୁଇଟି ଆକର୍ଷଣୀୟ ରଙ୍ଗ-ଗ୍ରାଣ୍ଡ୍ ପ୍ରିକ୍ସ ରେଡ ଓ ଗନପାଉଡର ବ୍ଲାକ୍ ମେଟାଲିକ୍ ରଙ୍ଗରେ ହୋଣ୍ଡାର ବିଗ୍୍ ୱିଙ୍ଗ ଡିଲରସିପ୍ଗୁଡ଼ିକରେ ଉପଲବ୍ଧ ହେଉଛି । ଓଡ଼ିଶାରେ ଏହା ପିଜିଏଲ୍ ରାମ୍ଜୀ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ରେ ଉପଲବ୍ଧ ହେଉଛି ।

error: Thank You Keep Visiting