ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ ଓଡ଼ିଶାରେ ଆୟୋଜନ କରିବ ସ୍ୱତନ୍ତ୍ର ସର୍ଭିସ୍ ଶିବିର

An Independent Media

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଫନି ଦ୍ୱାରା ୧.୪ କୋଟି ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଛି । ଲୋକମାନଙ୍କ ଥଇଥାନ ଏବେ ଦେଶର ସବୁଠୁ ବଡ଼ ପ୍ରାଥମିକତା । ଏହି ରିଲିଫ ଅଭିଯାନରେ ଯୋଗଦେଇ ଗୋଦ୍ରେଜ୍ ପକ୍ଷରୁ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳର ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ମାଗଣା ସର୍ଭିସ୍ ଶିବିର ଆୟୋଜନ କରି ସେମାନଙ୍କୁ ସହାୟତାର ହାତ ବଢ଼ାଯାଇଛି । ଏହି ଶିବିରରେ ଆପ୍ଲାଏନ୍ସେସ୍ଗୁଡ଼ିକର ମରାମତି କରାଯାଉଛି । କେବଳ ଯାଂଚ ପାଇଁ କୌଣସି ଶୁଳ୍କ ନିଆଯାଉନଥିବା ବେଳେ କୌଣସି ସ୍ପେୟାର ପାର୍ଟସ୍ ଦରକାର ହେଲେ ତାହା ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । କଂପାନିର ସବୁ ପ୍ରକାର ଆପ୍ଲାଏନସ୍ ଯଥା ରେଫ୍ରିଜରେଟର, ୱାସିଂ ମେସିନ, ଏସି, ଚେଷ୍ଟ ଫ୍ରିଜର୍ ଓ ମାଇକ୍ରୋଓଭେନ୍କୁ ଏହି ଶିବିରରେ ସଜାଡ଼ି ହେବ ।
ଶ୍ରୀଯୁକ୍ତ ରବି ଭଟ୍ଟ, ନ୍ୟାସନାଲ୍ ସର୍ଭିସ୍ ହେଡ୍, ଗୋଦରେଜ୍ ଆପ୍ଲାଏନ୍ସେସ୍ କହିଛନ୍ତି ଯେ, “ଆମେ ସ୍ଥିତିର ଜଟିଳତାକୁ ବୁଝୁଛୁ ଯେଉଁଠାରେ ଏହି ସଙ୍କଟ ଦ୍ୱାରା ବିପୁଳ ପରିମାଣର ଲୋକ ପ୍ରଭାବିତ ହୋଇଛନ୍ତି । ଆମର ନିଜସ୍ୱ ଷ୍ଟାଫ୍ ଓ ବୈଷୟିକ କର୍ମଚାରୀ ଓ ସର୍ଭିସ୍ ସେଂଟର୍୍ଗୁଡ଼ିକ ସ୍ଥିତିରେ ସ୍ଥିରତା ଆଣିବାକୁ ଉଦ୍ୟମ କରୁଥିବା ବେଳେ ଆମେ ଆମ ତରଫରୁ ଓଡ଼ିଶାରେ ଥିବା ଆମ ଗ୍ରାହକଙ୍କ ସର୍ଭିସ୍ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରେଷ୍ଠ ପଦକ୍ଷେପ ଗ୍ରହଣ କରିବାକୁ ଉଦ୍ୟମ କରୁଛୁ । ଗ୍ରାହକଙ୍କୁ ଖୁସି କରିବା ପାଇଁ କିଛି ଦୂର ଆଗକୁ ଯିବା ଏବଂ ସେମାନଙ୍କୁ ସେବା ପ୍ରଦାନ କରିବା ପାଇଁ ଆମର ଯେଉଁ ମୂଳ ଲକ୍ଷ୍ୟ ରହିଛି ତାହାକୁ ଏହି ମାଗଣା ସର୍ଭିସ୍ ସେଂଟର୍ଗୁଡ଼ିକୁ ଉଜ୍ଜୀବିତ କରୁଛି ଏବଂ ଏହି ଆବଶ୍ୟକ ସମୟରେ ଆମେ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସହାୟତା ପ୍ରଦାନ କରିବାକୁ ପ୍ରତିବଦ୍ଧ ।’’
ଗୋଦରେଜ୍ ପକ୍ଷରୁ ଏହି ପାକ୍ଷିକ ସର୍ଭିସ୍ ଶିବିର ୨୦୧୯ ମେ’ ୧୬ରୁ ଆରମ୍ଭ ହୋଇ ୩୧ ମେ’ ୨୦୧୯ ପର୍ଯ୍ୟନ୍ତ ଚାଲିବ ।

error: Thank You Keep Visiting