ଏନଟିପିସି ପକ୍ଷରୁ ବାଳିକା ସଶକ୍ତିକରଣ କର୍ମଶାଳା

Straight to the Point

କଣିହାଁ : କଣିହାଁ ବ୍ଲକ ଅନ୍ତର୍ଗତ ପରିଚଳନାଧିନ ଏନ୍ଟିପିସି, କଣିହାଁ ବୃହତ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଜରିଆରେ ବାଳିଆ ସଶକ୍ତିକରଣ କର୍ମଶାଳା – ୨୦୧୯ ଉଦ୍ଘାଟିତ ହୋଇଯାଇଛି । ବ୍ଲକ୍ର ୧୩ ଟି ସରକାରୀ ଶିକ୍ଷାନୁଷ୍ଠାନର ୧୨୦ ଜଣ ଛାତ୍ରୀଙ୍କୁ କର୍ମଶାଳାରେ ସାମିଲ କରାଯାଇଛି । ଏହି କର୍ମଶାଳା ୪ ସପ୍ତାହ ଧରି ଚାଲିବ ବୋଲି ଏନ୍ଟିପିସି ଲୋକସମ୍ପର୍କ ଅଧିକାରୀ ଅମିତ ବେହେରା ସୂଚନା ଦେଇଛନ୍ତି ।
କର୍ମଶାଳାରେ ପ୍ରଶିକ୍ଷଣ ହେଉଥିବା ସମସ୍ତ ଛାତ୍ରୀଙ୍କ ରହିବା ସହ ଅନ୍ୟାନ୍ୟ ଅନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଏନ୍ଟିପିସି ସ୍ଥାୟୀ କଲୋନୀ ପରିସରରେ ଥିବା ମନୋରଂଜନ କେନ୍ଦ୍ର ଠାରେ କର୍ମଶାଳାକୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଏନ୍ଟିପିସି କଣିହାଁ ପ୍ରକଳ୍ପ ସମୂହ ମହାପ୍ରବନ୍ଧକ ରମେଶ ବାବୁ ଭି । ସରକାରୀ ବିଦ୍ୟାଳୟରେ ଛାତ୍ରୀ ମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ସହ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ ଶିକ୍ଷା ଦିଆଯିବ ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ । ଡାକ୍ତର ଅପରାଜିତା ମିଶ୍ର, ଜାତୀୟ ସ୍ତରୀୟ ତାଇକୋଣ୍ଡା ଖେଳାଳି ଶ୍ରୀଦେବୀ ପ୍ରଧାନ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏନ୍ଟିପିସିର ବରିଷ୍ଠ ଅଧିକାରୀ ସଦୀପ ନାଗ, ମହାପ୍ରବନ୍ଧକ ଏନ୍.ଏସ୍ ରାଓ, ବି ମହାରଣା, ନବୀନ ବଗାଇ, ଏଜିଏମ ପି.ଏମ୍.ଜି.ଭି. ଶ୍ରୀନିବାସ, ତାନଭି ମହିଳା ମଣ୍ଡଳ ସଭାନେତ୍ରୀ ଭିନି ଭି, ଶ୍ରମିକ ସଂଗଠନ କର୍ମକର୍ତ୍ତା, ଅନ୍ୟାନ୍ୟ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।