ସେପ୍ଟେମ୍ବର ୧ରୁ ଲାଗୁ ହେବ ରପ୍ତାନି ସର୍ଭିସ୍ ଚାର୍ଜ : ଏସବିଆଇ

Straight to the Point

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ରପ୍ତାନି ସମ୍ପର୍କିତ ସର୍ଭିସ୍ ଚାର୍ଜରେ ପରିବର୍ତନ ଅଣାଯିବ । ସହଜ ବ୍ୟବସାୟ ବାତାବରଣ ସୃଷ୍ଟି କରିବା ଓ ରପ୍ତାନିକାରୀଙ୍କୁ ଖର୍ଚ ଢ଼ାଂଚାର ଏକ ବାସ୍ତବ ଚିତ୍ର ପ୍ରଦାନ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯିବ । ସର୍ଭିସ୍ ଚାର୍ଜରେ ସଂଶୋଧନ କରିବା ବେଳେ ବ୍ୟାଙ୍କ ପକ୍ଷରୁ ରପ୍ତାନି ପ୍ରସାର ପରିଷଦର ବିଭି୍ନ ପ୍ରତିନିଧିଙ୍କ ମତାମତ ଓ ପ୍ରସ୍ତାବକୁ ବିଚାରକୁ ନିଆଯିବ ।

ଏହି ସଂଶୋଧିତ ସର୍ଭିସ୍ ଚାର୍ଜକୁ ବର୍ଷକୁ ଥରେ ପ୍ରଦାନ କରାଯିବ । ଏବେ ପ୍ରତି ଥର କାରବାର ପାଇଁ ବିବିଧ ଚାର୍ଜ ସଂଗ୍ରହ କରାଯାଉଛି । ଏହା ଦ୍ୱାରା ରପ୍ତାନିକାରୀଙ୍କ ପାଇଁ ପରିଚାଳନା ବେଶ ସହଜ ହୋଇପାରିବ । ଏସବିଆଇ ଆଶା କରୁଛି ଯେ, ସଂଶୋଧିତ ଚାର୍ଜ ଦ୍ୱାରା ରପ୍ତାନିକାରୀମାନେ ବିଶେଷ ଭାବେ ଲାଭବାନ ହେବେ ଏବଂ ତାହା ରପ୍ତାନିରେ ଉନ୍ନତି ଆଣିବାରେ ସହାୟକ ହେବ । ଏହି ସଂଶୋଧିତ ଚାର୍ଜ ୨୦୧୯ ସେପ୍ଟେମ୍ବର ୧ରୁ ଲାଗୁ ହେବ ।

error: Thank You Keep Visiting