ବାଧ୍ୟତାମୂଳକ ୟୁପିଆଇ ଭିତ୍ତିକ ଏଏସ୍ ବିଏ ସହ ପ୍ରଥମ ଆଇପିଓ ଚଳିତ ମାସ ୨୯ରେ ଜାରି ହେବ

Straight to the Point

ଭୁବନେଶ୍ୱର: ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଇସ୍ୟୁ ପାଇଁ ୟୁନାଇଟେଡ୍ ପେମେଂଟ୍ ଇଟଂରଫେସ୍ (ୟୁପିଆଇ) ଭିତିକ ଏଏସବିଏ ବିକଳ୍ପକୁ ବାଧ୍ୟତାମୂଳକ କରାଯାଇଛି । ଏହି ବିକଳ୍ପ ଥିବା ପ୍ରଥମ ଆଇପିଓ ଚଳିତ ମାସ ୨୯ ତାରିଖ (ସୋମବାର) ଜାରି ହେବ । ବ୍ରୋକର, ଡିପି ଓ ଆରଟିଏ ଜରିଆରେ ସମସ୍ତ ଖୁଚୁରା ନିବେଶକଙ୍କ ନିମନ୍ତେ ଆବେଦନ କରିବା ପାଇଁ ଏଏସ୍ବିଏ ଲାଗି ୟୁପିଆଇକୁ ବାଧ୍ୟତାମୂଳକ କରାଯାଇଛି ।

ପର୍ଯ୍ୟାୟକ୍ରମେ ୟୁପିଆଇ ଭିତିକ ପେମେଂଟ୍ ବିକଳ୍ପକୁ ଲାଗୁ କରାଯିବ । ଚଳିତ ବର୍ଷ ଜାନୁଆରି ୧ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିଦିନ ଠାରୁ ୟୁପିଆଇ ବ୍ୟବସ୍ଥାକୁ ଖୁଚୁରା ନିବେଶକଙ୍କ ପାଇଁ ଉପଲବ୍ଧ କରାଯାଇଛି । ପୂର୍ବରୁ ସେମାନଙ୍କୁ କାଗଜପତ୍ର ଦାଖଲ କରିବାକୁ ପଡ଼ୁଥିଲା । ଜୁଲାଇ ୧ରୁ ଆଇପିଓ ପାଇଁ ୟୁପିଆଇ ପେମେଂଟ୍କୁ ବାଧ୍ୟତାମୂଳକ କରାଯାଇଛି।

“ଏହି ନୂଆ ପ୍ରକ୍ରିୟାରେ ଦକ୍ଷତା ବଢ଼ିବ, ଫଳରେ ବିଭିନ୍ନ ପର୍ଯ୍ୟାୟରେ ଆବଶ୍ୟକ ହେଉଥିବା ମାନୁଆଲ୍ ପଦକ୍ଷେପ ଓ ଲଜିଷ୍ଟିକ୍ସ ଆବଶ୍ୟକତା ଦୂର ହୋଇପାରିବ । ୟୁପିଆଇ ୨.୦ରେ ୱାନ୍ ଟାଇମ୍ ବ୍ଲକିଂ ବ୍ୟବସ୍ଥା ରହିଛି ଯେଉଁଥିଲେ ଗ୍ରାହକଙ୍କ ଖାତାରେ ଅର୍ଥରାଶିକୁ ଆବଂଟନ ଶେଷ ନହେବା ପର୍ଯ୍ୟନ୍ତ ବ୍ଲକ୍ (ଅଟକ) ରଖାଯିବ । ବର୍ତମାନର ଏଏସବିଏ ପ୍ରକ୍ରିୟାରେ ଏହିଭଳି କାର୍ଯ୍ୟ ହେଉଛି ବୋଲି ଶ୍ରୀମତୀ ପ୍ରବୀଣା ରାୟ, ସିଓଓ, ଏନ୍ପିସିଆଇ କହିଛନ୍ତି ।

ଚୂଡ଼ାନ୍ତ ପର୍ଯ୍ୟାୟରେ ଆଇପିଓ ବନ୍ଦ ହେବା ଏବଂ ଲିଷ୍ଟିଂ ଭିତରେ ରହିଥିବା ବ୍ୟବଧାନକୁ ତିନି ଦିନକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକ୍ରିୟାରେ ରେଜିଷ୍ଟ୍ରାର୍ ପ୍ରାୟାଜକ ବ୍ୟାଙ୍କ ସହ ସମ୍ପର୍କ ରଖି ସବୁ ବ୍ଲକିଂ ତଥ୍ୟ ସଂଗ୍ରହ କରିବ ଏବଂ ଆବଂଟନକୁ କାର୍ଯ୍ୟକାରୀ କରିବ । ଖୁଚୁରା ନିବେଶକମାନେ ସେହି ବିକଳ୍ପରେ ଆବେଦନକୁ ସିଧାସଳଖ ଏସବିଏ ବ୍ୟାଙ୍କ ସହ ଦାଖଲ କରିବ କିମ୍ବା ଡିମାଟ ଓ ବ୍ୟାଙ୍କ ଖାତାରେ ଅନଲାଇନ୍ ଟ୍ରେଡିଂ ବ୍ୟବସ୍ଥାକୁ ବ୍ୟବହାର କରିପାରିବେ ।

error: Thank You Keep Visiting