ନକଲି ପାର୍ଟସ୍ ବ୍ୟବସାୟୀଙ୍କ ବିରୋଧରେ ହୋଣ୍ଡାର ଦୃଢ଼ କାର୍ଯ୍ୟାନୁଷ୍ଠାନ

Straight to the Point

ଭୁବନେଶ୍ୱର: ଗୁଣାତ୍ମକ ଉତ୍ପାଦ ଜରିଆରେ ଭାରତରେ ୪୩ ନିୟୁତରୁ ଅଧିକ ଗ୍ରାହକଙ୍କ ବିଶ୍ୱାସ ଜିତିଥିବା ହୋଣ୍ଡା ମୋଟର ସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ତରଫରୁ ସାରା ଭାରତରେ ନକଲି ହେଣ୍ଡା ପାର୍ଟସ୍ ବିକ୍ରି କରୁଥିବା ବ୍ୟବସାୟୀ ଓ ନିର୍ମାତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ନକଲି ପାର୍ଟସ୍ ସମସ୍ୟାର ମୁକାବିଲା କରିବା ଲାଗି ୨୦୧୭ରେ ହୋଣ୍ଡା ପକ୍ଷରୁ ଏକ ନୂଆ ବୌଦ୍ଧିକ ସଂପତି ଅଧିକାରୀ ପ୍ରବର୍ତନ (ଆଇପିଆର୍) ଟିମ୍ ଗଠନ କରାଯାଇଥିଲା ।ଏହି ଟିମ୍ ସାରା ଦେଶରେ ନକଲି ପାର୍ଟସ ବିକ୍ରି କରୁଥିବା ବ୍ୟବସାୟୀ, ନିର୍ମାତା ଓ ଯୋଗାଣକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଏବଂ ସେମାନଙ୍କ ପ୍ରତିଷ୍ଠାନରେ ଚଢ଼ାଉ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଏହି ଅଭିଯାନର ଅଂଶସ୍ୱରୂପ ସ୍ଥାନୀୟ ପୁଲିସ ସହଯୋଗରେ ହୋଣ୍ଡା ପକ୍ଷରୁ ଜୁନ୍ ୨୦୧୯ରେ ଚାରିଟି ସ୍ଥାନରେ ସଫଳତାର ସହ ଚଢ଼ଉ କରାଯାଇଥିଲା । ଦିଲ୍ଲୀ ଓ କଟକ ଭଳି ସ୍ଥାନରେ ଏହି ଚଢ଼ଉ କରାଯାଇଥିଲା । ସେଥିରୁ ୧୦,୪୬୨ ନକଲି ପାର୍ଟସ୍, ଆକସେସୋରିଜ୍, ଡାଇସ, ସ୍କୁଟରଗାଁକିଟ୍, ନକଲି ପ୍ୟାକେଜିଂ ମେସିନ୍ ଓ ଲାବେଲ୍ ଛପା ମେସିନ୍ ଜବତ କରାଯାଇଥିଲା ଯାହାର ମୂଲ୍ୟ ହେବ ପାଖାପାଖି ୪୯ ଲକ୍ଷ ଟଙ୍କା ।

ଦିଲ୍ଲୀ ପୋଲିସ ବୱାନା ଶିଳ୍ପାଚଂଳ ଓ କରୋଲବାଗ୍ ବଜାରରେ ଏବଂ ଓଡ଼ିଶା ପୁଲିସ କଟକର ସେକ୍ଟର ୯ ଓ ଚାନ୍ଦିରୋଡ୍ର ଦୁଇଟି ସର୍ଭିସ୍ ସେଂଟର ଉପରେ ଚଢ଼ଉ କରିଥିଲା ।

ବିଗତ ତିନି ବର୍ଷ ଭିତରେ ହୋଣ୍ଡାର ଆଇପିଆର୍ ଟିମ୍ ପକ୍ଷରୁ ସ୍ଥାନୀୟ ପୋଲିସ ସହଯୋଗରେ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ସିକନ୍ଦରାବାଦ, ମୁମ୍ବାଇ ଓ କଟକ ଭଳିସହରରେ ୧୫ଟି ଚଢ଼ଉ କରାଯାଇ ସାରିଲାଣି । ଏହି ସମୟରେ ୨ କୋଟି ଟଙ୍କା ମୂଲ୍ୟର ୯୪ ହଜାର ପାର୍ଟସ୍, ଆକସେସୋରିଜ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ୨୦୧୭ରେ ଏହି ଟିମ୍ ୩ଟି ଚଢ଼ଉ କରିଥିଲା । ୨୦୧୯ର ପ୍ରଥମ ଛଅ ମାସରେ ୬ଟି ଚଢ଼ଉ କରିସାରିଲାଣି ।

ହୋଣ୍ଡା ପାର୍ଟସ୍ କିଣିବାବେଳେ ସ୍ୱୀକୃତି ପ୍ରାପ୍ତ ହୋଣ୍ଡା ଡିଲର ଓ ସର୍ଭିସ୍ ସେଂଟର୍ ପାଖରେ ପହଂଚିବାକୁ ହୋଣ୍ଡା ପକ୍ଷରୁ ଗ୍ରାହକଙ୍କୁ ଆହ୍ୱାନ ଦିଆଯାଇଛି । ହୋଣ୍ଡାର ଅସଲି ପାର୍ଟସ୍ରେ ଟ୍ୟାମ୍ପର୍ କରିହେଉ ନଥିବା ଏମ୍ଆର୍ପି ଲାବେଲ୍ ରହିଛି । ତାହାକୁ ସହଜରେ ହେରଫେର କରାଯାଇପାରିବ ନାହିଁ । ପାର୍ଟସ୍ କିଣିବାବେଳେ ସେହି ଲାବେଲ୍କୁ ପରଖିବାକୁ ହୋଣ୍ଡା ପକ୍ଷରୁୁ ଗ୍ରାହକଙ୍କୁ ଅନୁରୋଧ କରାଯାଇଛି ।

error: Thank You Keep Visiting