ମହିଳାଙ୍କଠାରୁ ଚଞ୍ଚକତା କରି ୪୦ ହଜାର ଟଙ୍କା ଚୋରି

An Independent Media

ଭଦ୍ରକ: ଆଜି ଜଣେ ୪୫ ବର୍ଷିୟା ମହିଳାଙ୍କୁ ଷ୍ଟେଟ୍ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ନିଜ କାର୍ ଯୋଗେ ଆଣିଥିବା ଦୁଇଜଣ ବନ୍ଧୁ ତଞ୍ଚକତା କରି ଉକ୍ତ ଟଙ୍କାକୁ ନିଜେ ଚୋରି କରି କେହି ନେଇଯାଇଥିବାର କହିବା ପରେ ତଦନ୍ତ କାଳରେ ପୁଲିସ୍ ଦ୍ୱାରା ଅଟକ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଧାମନଗର ଥାନା ଅଧୀନସ୍ଥ ଚୂଡାକୁଟ-ସୋରିଷଡିହ ଗ୍ରାମର ଧାନ ବ୍ୟବସାୟୀ ବାବାଜୀ ସାହୁ ସେହି ଗ୍ରାମର ମଂଜୁଲତା ମଳିକ (୪୫) ନାମକ ଜଣେ ମହିଳାଙ୍କୁ ୪୦ ହଜାର ଟଙ୍କା ସୁଧକୁ ମାଗିଥିଲେ । ଫଳରେ ମଂଜୁଲତାକୁ ବାବାଜୀଙ୍କର ଜଣେ ବନ୍ଧୁ ସତ୍ୟପ୍ରିୟ ବେହେରା ତାଙ୍କର ଜଣେ ସହଯୋଗୀ ଅରୂପାନନ୍ଦ ଦ।ସଙ୍କ ହୁଣ୍ଡାଇ କାର୍ ଭଦ୍ରକ ଆଣିଥିଲେ । ଆସିଲା ସମୟରେ ଅରୂପାନନ୍ଦ ନିଜ କାର୍ ଚଳାଇ ଆସିଥିଲେ । ମଂଜୁଲତାଙ୍କୁ ସେମାନେ ଭଦ୍ରକର ଅପର୍ତ୍ତିବିନ୍ଧା ଛକ ସ୍ଥିତ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଛାଡିବା ପରେ ସେ ସେଠାରୁ ୪୦ ହଜାର ଟଙ୍କା ଉଠାଇ ନିଜର ବ୍ୟାଗ୍ ରଖିଥିଲେ ।

ପୂର୍ବରୁ ଉକ୍ତ ବ୍ୟାଗରେ ୫ ଶହ ଟଙ୍କା ରହିଥିଲା । ଟଙ୍କା ଉଠାଇବା ପରେ ସତ୍ୟପ୍ରିୟ ଓ ଅରୂପାନନ୍ଦ ମହିଳା ଜଣକୁ ସେମାନଙ୍କର ଚାନ୍ଦବାଲି-ବାଇପାସ୍ରେ କାମ ଥିବାର କହି ସେଠାକୁ ନେବାପରେ ଜଳଖିଆ ଖାଇବାକୁ ତାଙ୍କୁ ଡାକିଥିଲେ । ଏବଂ ଜଳଖିଆ ଖାଇବାକୁ ଯିବା ସମୟରେ ଟଙ୍କା ବ୍ୟାଗ୍ଟିକୁ ଗାଡିରେ ରଖିବାକୁ ସେମାନେ ମଂଜୁଲତାଙ୍କୁ ପ୍ରବର୍ତ୍ତାଇଥିଲେ । ଗାଡି ଚାବି ପକାଇ ସେମାନେ ମଂଜୁଲତାଙ୍କୁ ଜଳଖିଆ ଖୁଆଇବା ମଧ୍ୟରେ କିଛି ସମୟ କାମ ଅଛି ବୋଲି କହି ବାହାରକୁ ଚାଲିଯାଇଥିଲେ । ପରେ ଆସି ସମସ୍ତେ କାର ନିକଟରେ ପହଞ୍ôଚ ଗାଡିର କାଚ ଭଂଗାଥାଇ ଟଙ୍କା ବ୍ୟାଗ୍ଟି ନଥିବାର ଦେଖିଥିଲେ । କେହି ଚୋରି କରି ନେଇଯାଇଥିବାର କହି ସେମାନେ ପୁଲିସ୍କୁ ଖବର ଦେବାରୁ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂ ସମସ୍ତଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ମଧ୍ୟରେ ଉଭୟ ଯୁବକ ଉକ୍ତ ଟଙ୍କାକୁ ନିଜେ ଚୋରି କରି ଏଭଳି ରୂପ ଦେଇଥିବାର ସ୍ୱୀକାର କରିଥିଲେ । ଏହି ଘଟଣାରେ ସହରାଞ୍ଚଳ ଥାନାରେ ତଦନ୍ତ ଚାଲୁରହିଛି ।

error: Thank You Keep Visiting