ଭଦ୍ରକର ଦୁଇଟି ଅଲଟ୍ରା ସାଉଣ୍ଡ ସେଣ୍ଟର ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚଢାଉ

An Independent Media

ଭଦ୍ରକ: ଭଦ୍ରକର ଦୁଇଟି ଘରୋଇ ଅଲଟ୍ରାସାଉଣ୍ଡ ସେଣ୍ଟରରେ ବେଆଇନ୍ କାର୍ଯ୍ୟ କରାଯାଉଥିବା ନେଇ ଅଭିଯୋଗ କ୍ରମେ ଆଜି ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ସେଣ୍ଟରରେ ଚଢାଉ କରିଛନ୍ତି । ରାଜ୍ୟ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୋଦ ବିହାରୀ ରଥଙ୍କ ନେତୃତ୍ୱରେ ପିସିପି ଏଣ୍ଡିଟି ସେଲ୍ର ଆଇନ୍ ପରାମର୍ଶ ଦାତା ମନୋରଂଜନ ପ୍ରଧାନ, ଫେସିଲିଟର ଡାକ୍ତର ଶ୍ରାବଣୀ ଦାସ ଭଦ୍ରକରେ ପହଞ୍ôଚବା ପରେ ଭଦ୍ରକ ଏଡିଏମ୍ଓ (ପରିବାର କଲ୍ୟାଣ) ଡାକ୍ତର ମୁରଲୀଧର ନାୟକ ଓ ମାଜିଷ୍ଟ୍ରେଟ୍ ଭାବେ ତହସିଲଦାର ପ୍ରଦୀପ ସାହୁ ଓ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂଙ୍କ ସହ ଅଭିଯୋଗ ହୋଇଥିବା ଶୁଭମ୍ ହସ୍ପିଟାଲ ଓ ସୁଭଦ୍ରା-ଭଗବାନ ଅଲ୍ଟ୍ରା ସାଉଣ୍ଡ ସେଣ୍ଟର ଉପରେ ଚଢାଉ କରିଥିଲେ ।

ଏହି ଚଢାଉ କାଳରେ ଶୁଭମ୍ ହସ୍ପିଟାଲର ପିସିପି ଏନ୍ଡିଟି ଲାଇସେନସ୍ ନଥିଲେ ମଧ୍ୟ ସେ ସେଥିପାଇଁ ଆବେଦନ କରିଥିବାର ଜଣାପଡିଥିଲା । ତେଣୁ ତାହା ଏବେ ବନ୍ଦ ରହିଥିବା ବିଷୟ ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଥିଲେ । ତେବେ ଜିଲାପାଳ ଜୁନ୍ ମାସରେ ଏହି ହସ୍ପିଟାଲ ଉକ୍ତ କାର୍ଯ୍ୟ କରୁଥିବାରୁ ତାଙ୍କର ମେସିନ୍ ସିଜ୍ କରିଥିବା ବିଷୟ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ରଥ ଗଣମାଧ୍ୟମକୁ କହିଛନ୍ତି । ସେହିଭଳି ସେ ନରିପୁରସ୍ଥିତ ସୁଭଦ୍ରା-ଭଗବାନ ଅଲ୍ଟ୍ରା ସାଉଣ୍ଡ ସେଣ୍ଟରରେ ଚଢାଉ କରିଥିଲେ ମଧ୍ୟ ସେମାନଙ୍କର ସମସ୍ତ କାଗଜପତ୍ର ଠିକ୍ ଥିବାର ଜଣାପଡିଥିଲା ।

error: Thank You Keep Visiting