ନାବାଳିକାକୁ ବଳାତ୍କାର ପରେ ହତ୍ୟା ଧମକ; କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଚେତାବନୀ

An Independent Media

ଭଦ୍ରକ:- ଜନୈକା ନାବାଳିକାକୁ ବଳାତ୍କାର ପରେ ତାଙ୍କ ପରିବାରବର୍ଗଙ୍କୁ ହତ୍ୟା ଧମକ ମିଳୁଛି । ଏ ସମ୍ପର୍କରେ ତିହିଡ଼ି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସଂପୃକ୍ତ ଥାନାଧିକାରୀ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ତେଣୁ ତାଙ୍କୁ ଉପଯୁକ୍ତ ନ୍ୟାୟ, ତାଙ୍କ ପରିବାରକୁ ସୁରକ୍ଷା ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସଂପୃକ୍ତା ନାବାଳିକା । ନଚେତ ସେ ନିଜ ପରିବାର ସହ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୩ତାରିଖ ଠାରୁ ସପରିବାର ଧାରଣାରେ ବସିବେ ବୋଲି ଆଜି ଲିଖିôତ ଭାବେ ଜଣାଇଛନ୍ତି । ତିହିଡ଼ି ଥାନା ଅଧିନସ୍ଥ କୌଣସି ଏକ ଗ୍ରାମର ଜନୈକା ନାବାଳିକା ରଶ୍ମୀ(ଛଦ୍ମନାମ) ଏସପିଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଗ୍ରାମର ବ୍ରଜ କିଶୋର ବିଶ୍ୱାଳ ନାମକ ଜଣେ ଯୁବକ ଇଛା ବିରୁଦ୍ଧରେ ତାଙ୍କୁ ଏକ ନିର୍ଜନ ସ୍ଥାନରେ ବଳାତ୍କାର କରିଥିଲେ ।

ପରବର୍ତ୍ତୀ ସମୟରେ ସେ ଧମକ ଦେବା ଏକାଦବକ ଥର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଫଳରେ ସେ ଅନ୍ତସତ୍ତ୍ୱା ହୋଇଥିଲେ । ଏ ବିଷୟରେ ଆପୋଷ ବୁଝାମଣା ପାଇଁ ଗତ ଜୁନ ମାସ ୪ତାରିଖରେ କ୍ଷେତ୍ରପାଳ ମନ୍ଦିର ପ୍ରାଙ୍ଗଣରେ ମିଳିତ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ଅଭିଯୁକ୍ତ ବଳାତ୍କାରକୁ ସ୍ୱୀକାର କରିଥିଲେ ମଧ୍ୟ ଭଦ୍ରକଲୋକଙ୍କ କୌଣସି ସର୍ତ୍ତରେ ରାଜି ନହୋଇ ଓଲଟି ତାଙ୍କ ପରିବାରକୁ ଦମକ ଦେଇଥିଲେ । ତେଣୁ ବାଧ୍ୟ ହୋଇ ସେ ପ୍ରଥମେ ତିହିଡ଼ି ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ।

ତିହିଡ଼ି ଥାନାରେ କେଶ୍ ନଂ ୨୮୬/୧୯ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୭୬ (୨) (ଏନ) / ୫୦୬ / ୩୪ ଆଇ.ପି.ସି. ଓ ପୋକ୍ସୋ ଆକ୍ଟ ୬ରେ ମାମଲା ପଞ୍ଜିକୃତ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି । ତେଣୁ ସେ ନ୍ୟାୟ, ସୁରକ୍ଷା ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

error: Thank You Keep Visiting