ରବିନ୍ଦ୍ର ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୋଲିସ

Straight to the Point

ପାଣିକୋଇଲି : ଗତ ଜୁଲାଇ ମାସ ୭ତାରିଖ ଦିନ ସକାଳ ସମୟରେ ରେ ପାଣିକୋଇଲି ଠାରେ ଥିବା ଏକ ଝୁମ୍ପୁଡି ହୋଟେଲରୁ ଏକ ମୃତ ଶରୀର ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପାଣିକୋଇଲି ପୋଲିସ ପଂହଛି ଛାନବିନ କରିଥିବା ବେଳେ ଏହା ଏକ ହତ୍ୟା କାଣ୍ଡ ବୋଲି ସୁଚନା ଦେଇଥିଲା । ଅନ୍ୟ ପକ୍ଷରେ ମୃତ ବ୍ୟକ୍ତିଙ୍କ ଭାଇ ଗୋବିନ୍ଦ ସାହୁ ପାଣିକୋଇଲି ଥାନା ରେ ତାଙ୍କ ଭାଇ ରବୁନ୍ଦ୍ର ଙ୍କୁ ହତ୍ୟା କରାଯାଇଥିବା ତା୦୭/୦୭/୨୦୧୯ରିଖ ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତି କରି ପାଣିକୋଇଲି ପୋଲିସ ୧୨୨/୧୯ ରେ ଏକ ହତ୍ୟା ମକଦମା ରୁଜୁ କରି ତଦନ୍ତ ଚଳାଇଥିଲା । ଏହି ମାମଲା ର ତଦନ୍ତ କରିବା ପାଇଁ ପାଣିକୋଇଲି ପୋଲିସ ସନ୍ଧାନୀ କୁକୁର ସହିତ ସାଇଂଟିଫିକ ଟିମ ର ସହୟତା ନେଇଥିଲା ।

ଏହି ତଦନ୍ତ ପ୍ରର୍କିୟା ଦିର୍ଘ ୨୦ ରୁ ୨୫ ଦିନ ଚାଲିବା ପରେ ଆଜି ହତ୍ୟାକାରୀ କୁ ଧରିବା ରେ ସଫଳ ହୋଇଥିବା ବେଳେ ପାଣିକୋଲି ପୋଲିସ ହତ୍ୟା କାଣ୍ଡ ସମ୍ପର୍କ ରେ ଗଣମଧ୍ୟମକୁ ବିସ୍ତୃତ ସୁଚନା ଏକ ସାମ୍ବାଦିକ ସମ୍ମିଳନି ରେ ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନିରେ ଏସ.ଡି.ପି.ଓ କେଦାରନାଥ ସାହୁ ଙ୍କ ସହିତ ପାଣିକୋଇଲି ଥାନାଧିକାରୀ ଅଜୟ ଜେନା ଉପସ୍ତିତ ଥିଲେ । ପାଣିକୋଇଲି ପୋଲିସ ସୁଚନାନୁଶାରେ ଗତ ୬ବର୍ଷ ତଳେ ପାଣିକୋଇଲି ଥାନା ଅର୍ନ୍ତଗତ ତେଲିବନ୍ଧ ଗ୍ରାମର ରମେଶ ମହାପାତ୍ର ଙ୍କ ଝିଅ ଝୁମା ସାହୁ ଙ୍କୁ ବିବାହ କରିଥିଲେ । ବିବାହ ର ଏକ ବର୍ଷ ପରେ ରବିନ୍ଦ୍ର ଙ୍କ ଏକ ପୁଅ ଜନ୍ମ ନେଇଥିଲା । ରବିନ୍ଦ୍ର ଏନ.ଏଚ.୧୬ ତଥା ପାଣିକୋଇଲି ବସ ଷ୍ଟାଣ୍ଡ ନିକଟ ରେ ଏକ ଢାବା କରି ନିଜର ଗୁଜୁରାଣ ମେଂଟାଉଥିଲା ବେଳେ ତାର ସ୍ତ୍ରୀ ଝୁମା ସହିତ ଭଲ ସମ୍ପର୍କ ନଥିଲା ।

ସେ ସବୁବେଳେ ଝୁମାକୁ ବାଡା ବାଡି ତଥା ଶାରିରିକ ମାନସିକ ନିର୍ଜାତନା ଦେଉଥିଲା ଅଧିକ ଜୈାତୁକ ଅଣିବା ପାଇଁ । ଏହାକୁ ଭିତି କରି ଝୁମା ସାହୁ ଧାରା ୪୯୮(ଏ)/୩୦୭/୩୪ ଆଇ.ପି.ସି. ଆର/ଡବ୍ଲୁ ଧାରା ୪ଡି.ପି. ରେ ମକଦମା ସଂଖ୍ୟା ୨୨/ତା୦୭.୦୨.୨୦୧୯ରିଖ ରେ ପାଣିକୋଇଲିଥାନା ରେ ଝୁମା ଅଭିଯୋଗ କରିଥିଲେ । ଯାହା ଫଳ ରେ ରବିନ୍ଦ୍ର କୋର୍ଟ ରେ ଦେସି ସାବ୍ୟସ୍ଥ ହୋଇ ଜେଲ ଜାଇଥିଲେ ଓ ଜାମିନରେ ଜେଲରୁ ମୁକୁଳି ଥିଲେ । ଜାମିନରେ ମୁକୁଳିବା ପରେ ରବିନ୍ଦ୍ର ଙ୍କ ସହିତ ତାଙ୍କ ଶଶୁର ଘର ଲୋକଙ୍କ ସହିତ ଭଳ ସମ୍ପର୍କ ନଥିଲା । ଏହା ଭିତରେ ରମେଶ ମହାପାତ୍ର ଙ୍କ ଦୁଇ ପୁଅ ଚନ୍ଦ୍ରକାନ୍ତ ମହାପାତ୍ର (ପିଂଟୁ) (୨୫) ଓ ରଂଜନ ମହାପାତ୍ର (ଚଂଟୁ)( ୨୦) ସୁଯୋଗ ଖୋଜୁଥିଲେ ରବିନ୍ଦ୍ରକୁ ପାନେ ଦେବା ପାଇଁ ତଥା ପ୍ରତିଶୋଧ ନେବାକୁ ।

ଗତ ତା ୦୬/୦୮/୨୦୧୯ରିଖ ରାତିରେ ରବିନ୍ଦ୍ର କୁ ମାରିବା ପାଇଁ ତାଙ୍କ ଜୁମ୍ପୁଡି ହୋଟେଲ ରେ ପିଂଟୁ,ପିଂଟୁ ଙ୍କ ପ୍ରେମିକା ଛଦ୍ମନାମ ପୁଜା(୧୫) ଓ ସାନ ଭାଇ ଚିଂଟୁ ତାଙ୍କ ଝୁମ୍ପୁଡି ହୋଟଲରେ ପଂହଚିଥିଲେ । ସେଠାରେ ତାଙ୍କ ଭିତରେ ବଚସା ହେବା ସମୟରେ ପିଂଟୁ ଏକ ବାଉଁସ ରେ ରବିନ୍ଦ୍ର ଙ୍କ ମୁଣ୍ଡକୁ ଆଘାତ ଦେଇଥିଲା ଯାହା ଫଳ ରେ ସେଠାରେ ରବିନ୍ଦ୍ର ଟଳି ପଡିଥିଲେ । ଟଳିପଡିବା ର ସୁଜୋଗ ନେଇ ପିଂଟୁ ରବିନ୍ଦ୍ର ଙ୍କ ତଂଟି ଏକ ଖୁର ରେ କାଟିଦେଇଥିଲେ ଯାହା ଫଳ ରେ ଘଟଣା ସ୍ଥଳ ରେ ରବିନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ପାଣିକୋଲି ପୋଲିସ ପଂଟୁ ଓ ଚିଂଟୁ ଙ୍କୁ ଗତ ତା ୨/୮/୨୦୧୯ ରିଖ ରେ ଗିରଫ କରିଥିବା ବେଳେ ଆଜି ପୁଜା କୁ ଗିରଫ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି ।

error: Thank You Keep Visiting