ନଟୋ ଜଙ୍ଗଲରୁ କାଠ ଜବତ୍

Straight to the Point

କପ୍ତିପଦା: କପ୍ତିପଦା ବନବିଭାଗ ପକ୍ଷରୁ ଆଜି ଶରତ ଫରେଷ୍ଟ ସେକ୍ସନ ଅଧିନରେ ଥିବା ନଟୋ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇ ଜଙ୍ଗଲ ମଧ୍ୟରୁ ୨୫ଖଣ୍ଡ ଶାଳ ବନ୍ଧକାଠ ଜବତ୍ କରାଯାଇ କପ୍ତିପଦା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି । ଖବରରୁ ପ୍ରକାଶ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ମହେଶ୍ୱର ସିଂଙ୍କ ନେତୃତ୍ୱରେ ନଟୋ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଥିଲା । ଉକ୍ତ ଜଙ୍ଗଲ ମଧ୍ୟରେ କେହି ଦୂବୃର୍ତ୍ତ ଶାଳଗଛ କାଟି ସେଥିରେ ୨୫ଖଣ୍ଡ ବନ୍ଧ ତିଆରି କରି ଲୁଚାଇ ରଖିଥିଲା । ବନବିଭାଗ ଉକ୍ତ କାଠକୁ ଜବତ୍ କରି କାର୍ଯ୍ୟାଳୟକୁ ଆଣିଥିଲେ । ଉକ୍ତ ଚଢଉରେ ଫରେଷ୍ଟର ଶୋଭାକର ସିଂହ, ଭାଗ୍ୟଶ୍ରୀ ଦାସ, ମନସାରାଣୀ ରାୟ, ବନରକ୍ଷୀ ଜୟନ୍ତୀ ପାତ୍ର, ଅଂଜନ କୁମାର ଲେଙ୍କା ପ୍ରମୁଖ ସାମିଲ ଥିଲା ।

Leave a Reply

Your email address will not be published. Required fields are marked *

error: Thank You Keep Visiting