ପତ୍ନୀକୁ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

Straight to the Point

ଭଦ୍ରକ: ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ମଳିକସାହିରେ ଆଜି ଭୋର ସମୟରେ ଘଟିଛି ଅଭାବନୀୟ ନାରକୀୟ କାଣ୍ଡ । ପତ୍ନୀର ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ । ଅପରପକ୍ଷରେ ମୃତକାଙ୍କ ପିତାଙ୍କ ପକ୍ଷରୁ ଏହା ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଛି । ତେବେ ସୂଚନା ଅନୁଯାୟୀ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ କୋଠାର ମଳିକସାହି ନିବାସୀ ସଂଜୟ ମହାଳିକ ପଂଜାବରେ ଏକ ସୂତା ମିଲ୍ରେ କାର୍ଯ୍ୟ କରୁଥିବାବେଳେ ଗତ ଦୁଇଦିନ ପୂର୍ବେ ନିଜ ଘରକୁ ଆସିଥିଲା । ତେବେ ପତ୍ନୀ ରଶ୍ମିତା (୨୯) ର ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ ।

ଶେଷରେ ଏହି ବିବାଦ ଗତକାଲି ରାତିରେ ଏଭଳି ଉଗ୍ରରୂପ ନେଇଥିଲା ଯେ ସ୍ୱାମୀ ସଂଜୟ ହିତାହିତ ଜ୍ଞାନ ଭୂଲି ରଶ୍ମିତାକୁ ଆଜି ଭୋର ୪ଟା ସମୟରେ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଯେଉଁ ଘଟଣା ସମଗ୍ର ଅଂଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଧୁଷୁରୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ରଶ୍ମିତାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଆଣିଥିବାବେଳେ ସ୍ୱାମୀ ସଂଜୟ ଥାନାରେ ଆତ୍ମ ସମର୍ପଣ କରିଥିବାର ସୂଚନା ମିଳିଛି । ପୁଲିସ୍ ସଂଜୟର ବୟାନକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିବାବେଳେ ମୃତକାଙ୍କ ପିତା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅର୍ଣ୍ଣପାଳ ଶୁଶୁଆ ଗ୍ରାମର ରବିନ୍ଦ୍ର ମହାଳିକ ଥାନାରେ ଜ୍ୱାଇଁ ସଂଜୟଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି ।

ଏହି ଘଟଣାରେ ଧୁଷୁରୀ ଥାନା ପୁଲିସ୍ କେଶ୍ ନଂ ୧୪୭/୧୯, ଦଫା ୪୯୮ (କ) / ୩୦୪ (ଖ) / ୩୦୨ / ୪ ଡି.ପି. ଆକ୍ଟର ଓ ୩୪ ଧାରା ମୂଳେ ତାକୁ ଏବେ ଥାନାରେ ଅଟକ ରଖି ପଚରା ଉଚୁରା ଆରମ୍ଭ କରିଛି । ତେବେ କନ୍ୟା ପିତା ରବିନ୍ଦ୍ରଙ୍କ ଅଭିଯୋଗ ମୂଳେ ତାଙ୍କ ଝିଅର ବିବାହ ପ୍ରାୟ ୮ ବର୍ଷ ପୂର୍ବେ ସଂଜୟ ସହ ସଂପନ୍ନ ହୋଇଥିବାବେଳେ ବିବାହ ସମୟରେ ସେ ନିଜର ଦରିଦ୍ରତା ଯୋଗୁଁ କୌଣସି ଯାନି ଯୌତୁକ ଦେଇପାରିନଥିଲେ । ମାତ୍ର ସଂଜୟ ବିବାହ ପରେ ତାଙ୍କ କନ୍ୟାର ଦୁଇଟି ପୁଅ ଓ ଝିଅ ଜନ୍ମ ହୋଇଥିଲେ ମଧ୍ୟ ଯୌତୁକ ପାଇଁ ତାକୁ ନିର୍ଯ୍ୟାତନା ଦେଇଆସୁଥିଲେ । ଯାହାଫଳରେ ସେ ବାରମ୍ବାର ନିଜ ପିତ୍ରାଳୟକୁ ପଳାଇ ଆସୁଥିଲା ।

୫/୬ ମାସ ପୂର୍ବେ ଏହିଭଳି ଯୌତୁକ ଜନିତ ନିର୍ଯ୍ୟାତନାରୁ ରଶ୍ମିତା ପିତ୍ରାଳୟକୁ ଆସିବା ପରେ ସେ ଏକଗୁଣ୍ଠ ଘରତଳି ଜମି ଜ୍ୱାଇଁଙ୍କ ନାମରେ କରିଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ସେହି କାରଣରୁ ତାକୁ ହତ୍ୟା କରାଯାଇଥିବା ବିଷୟ ଥାନାରେ ଅଭିଯୋଗ କରିଛି । ଆଜି ଶବ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting