ଯୁବତୀକୁ ନିଶା ଦେଇ ଦୁର୍ଷ୍କମ:ଅଭିଯୁକ୍ତ ଥାନାରେ ଅଟକ

Straight to the Point

ଭଦ୍ରକ: ଜଣେ ଯୁବତୀକୁ ପ୍ରେମ ଜାଲରେ ଫସାଇ ବୁଲାଇ ନେବା ବାହାନାରେ ଥଣ୍ଡା ପାନୀୟରେ ନିଶା ଦେଇ ତାଙ୍କ ସହିତ ଅଶ୍ଲୀଳ ଭିଡିଓ ସୁଟିଂ କରିବା ପରେ ବ୍ଲାକମେଲ କରିବା ଅଭିଯୋଗରେ ଆଜି ଧୁଷୁରୀ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ପ୍ରକାଶ ଯେ ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଅଂଚଳର ଜନୈକା ଯୁବତୀ ଧୁଷୁରୀ ଥାନା ସାହସପୁର ଗ୍ରାମର ନିଜ ପିଉସୀଙ୍କ ଘରକୁ ଆସନ୍ତି । ସେ ସମୟରେ ସଂପୃକ୍ତା ଯୁବତୀଙ୍କ ସହିତ ସାହସପୁର ଗ୍ରାମର ଆଲୋକ ସାହୁଙ୍କ ପୁଅ ଉତମଙ୍କ ସହିତ ପରିଚିତ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।

ଏହି ସୁଯୋଗରେ ଯୁବତୀକୁ ଉତମ ବୁଲାଇ ନେବା ବାହାନାରେ ଥଣ୍ଡା ପନୀୟରେ ନିଶା ଦେଇଦେଇଥିଲେ । ଯୁବତୀଙ୍କ ଚେତାଶୂନ୍ୟର ସୁଯୋଗ ନେଇ ଉତମ ତା ସହିତ ଅଶ୍ଲୀଳ ଫୋଟ ଉତୋଳନ କରିଥିଲା । ଏହି ଫଟୋକୁ ଯୁବତୀଙ୍କୁ ଦେଖାଇ ତାଙ୍କୁ ବ୍ଲାକମେଲ କରିବା ସହିତ ଦୁଷ୍କର୍ମ ମଧ୍ୟ କରିଥିଲେ । ଏନେଇ ଆଜି ସଂପୃକ୍ତା ଯୁବତୀ ଧୁଷୁରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହିତ ସଂପୃକ୍ତ ଅଭିଯୁକ୍ତ ଉତମକୁ ଥାନାରେ ଅଟକ ରଖିଛି । ଆସନ୍ତାକାଲି ଉଭୟଙ୍କୁ ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି । ଏନେଇ ଥାନାରେ କେଶ ନଂ-୧୪୮/୧୯ରେ ଏକ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting