ଏସ୍.ବି.ଆଇ ଏଟିଏମ୍ ରୁ ୨୦ ଲକ୍ଷ ଉଭାନ୍

Straight to the Point

ଭଦ୍ରକ: ସାଧାରଣତଃ ଏଟିଏମ୍ ମାନଙ୍କରୁ ଟଙ୍କା ଲୁଟ୍ ହେବା ବିଷୟ ସମସ୍ତେ ଜାଣନ୍ତି । କିନ୍ତୁ ଏହା ସଚଳ ଥାଇ ଏହା ମଧ୍ୟରୁ ୨୦ ଲକ୍ଷ ଟଙ୍କା ଉଭାନ୍ ହୋଇଯିବା ଘଟଣା ସମସ୍ତଙ୍କ ପାଇଁ ବିସ୍ମୟକର ଖବର ନିଶ୍ଚୟ । ଏହିଭଳି ଘଟଣା ଘଟିଛି ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ବେତଡା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ରେ । ଏହି ଏଟିଏମ୍ଟି ଭଂଗାଯାଇନାହିଁ କିମ୍ବା ତଡାଯାଇନାହିଁ । ମାତ୍ର ଏହା ମଧ୍ୟରେ ଥିବା ୨୦ ଲକ୍ଷ ଟଙ୍କା ଗାଏବ ହୋଇଛି ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ବାସୁଦେବପୁର ଥାନାରେ ଅଭିଯୋଗ କରିବା ପରେ ବାସୁଦେବପୁର ଏସ୍ଡିପିଓ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ଏଟିଏମ୍ଟି ପାଖରେ ଥିବା ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ପରୀକ୍ଷା ନିରୀକ୍ଷା କରୁଛନ୍ତି । ତେବେ ଯାହା ହେଉନା କାହିଁକି ଏହି ଘଟଣାରେ ବ୍ୟାଙ୍କ କର୍ମଚାରୀ ଓ ଟଙ୍କା ଜମା କରୁଥିବା ସଂସ୍ଥାର କର୍ମଚାରୀ ସାମିଲ ଥିବାକୁ ନେଇ ସନ୍ଦେହ ଉପୁଜିଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting