ଆସାମୀକୁ ଗିରଫ ଦାବୀରେ ହିନ୍ଦୁ ସେନା ପକ୍ଷରୁ ଥାନା ଘେରାଉ

Straight to the Point

ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ବରାଗଳ ଗ୍ରାମର ରଞ୍ଜନ କୁମାର ଜେନାଙ୍କ ପତ୍ନୀ ଭବାନୀ ଜେନା ପରିବାର ଲୋକ କିରାସିନି ଢାଳି ନିଆଁ ଲଗାଇଥିବା ନେଇ ଅଭିଯୋଗ ହୋଇଥିଲା । ହିନ୍ଦୁ ସେନା ସଭାପତିଙ୍କ ଅଭିଯୋଗ ଅନୁସାରେ ମୃତ ଭବାନୀ ଜେନାଙ୍କ ସ୍ୱାମୀ ରଞ୍ଜନ ଜେନା ଏକ ଘରୋଇ ଗ୍ୟାରେଜରେ କାମ କରିବାକୁ ଯାଇଥିବା ସମୟରେ ଘରେ ଲୋକ ନଥିବା ସମୟରେ ଦୁଇଟି ନିଷ୍ପାପ ଶିଶୁ କନ୍ୟା ସମ୍ମୁଖରେ ଯାଆ, ଦେଢଶୁର ଭବାନୀଙ୍କୁ କିରୋସିନୀ ଢାଳି ଜିଅନ୍ତା ଜାଳି ଦେଲେ । ଯାହାକି ୯୦ଶତକଡା ଜଳିଗଲାପରେ ବି ମୃତ୍ୟୁ କାଳିନ ଜମାନବନ୍ଦି ପୋଲିସ ଆଗରେ ଦେଇଥିଲେ ।

ଉକ୍ତ ଆସାମୀ ଶାସକ ଦଳର ସଭ୍ୟ ହୋଇଥିବାରୁ ପୋଲିସ ଜାଣିଶୁଣି ତାକୁ ଗିରଫ ପ୍ରତିବାଦରେ ଜଗତସିଂହପୁର ଥାନାକୁ ଘେରାଉ କରିଥିଲେ । ଏହି ଘେରାଉରେ ହିନ୍ଦୁସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ,ଶିବ ସ୍ୱାଇଁ,ପ୍ରସନ୍ନ ମହାନ୍ତି,ହେମନ୍ତ ରାଉତ,ରଂଜନ ପ୍ରଧାନ ,ଚିତ୍ତରଞ୍ଜନ ରାଉତ,ଶୁଶାନ୍ତ କୁମାର ଭଟ୍ଟ,ଆର୍ଶିବାଦ ପରିଡା,ପିନାକୀ ଜେନା,ବାସୁଦେବ ମହାରଣା,ବାପି ସ୍ୱାଇଁ,ରାଜେସ ମଲିକ ପ୍ରମୁଖ ହିନ୍ଦୁସେନା ସାମିଲ ହୋଇ ଭବାନୀକୁ ପୋଡି ମାରିଥିବା ଯାଆ ଓ ଦେଢଶୁରକୁ ତୁରନ୍ତ ଗିରଫ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *

error: Thank You Keep Visiting