ଧାମରାରେ ତାରା ତାରିଣୀ ବୋଟରୁ ମୃତ ଦେହ ଉଦ୍ଧାର

Straight to the Point

ଭଦ୍ରକ: ଧାମରାରେ ମତ୍ସ୍ୟପୋତାଶ୍ରୟରେ ଜେଟିରେ ଲାଗିଥିବା ଏକ ବୋଟରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ଖବରରୁ ଜଣା ଯାଇଛି. ବାସୁଦେବପୁର ଅର୍ନ୍ତଗତ ପଢୁଆଁ ଗ୍ରାମର ଗୌତମ ମଲିକଙ୍କ ମା ତାରା ତାରିଣୀ ବୋଟଟି ଗଭୀର ଜଳରେ ମାଛ ମାରୁଥିଲା । ମାଛ ମାରିବା ସମୟରେ ବୋଟରେ କାର୍ଯ୍ୟରତ ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅର୍ନ୍ତଗତ ଗୁହାଳଡିହ ଗ୍ରାମର ଦିଓାନ ହେମ୍ବ୍ରମ(୨୫) ଝାଡା ବାନ୍ତି ରୋଗରେ ପୀଡିତ ହୋଇଥିଲା ।

ଗଭୀର ସମୁଦ୍ରରୁ ଖୁବଶୀଘ୍ର ଆସିବା ସମ୍ଭବ ହୋଇ ପାରି ନଥିଲା ଫଳରେ ସେମାନେ ଆଜି ଆସି ଧାମରା ମତ୍ସ୍ୟପୋତାଶ୍ରୟରେ ଅପରାହ୍ଣ ୫ଟା ସମୟରେ ପହଂଚିବା ପରେ ଧାମରାରେ ଥିବା ଡା.ଜନ୍ମେଞ୍ଜୟ ବେହେରାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ ମାତ୍ର ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଧାମରା ଥାନାରେ କୌଣସି ଏତଲା ହୋଇ ନଥିବା ବେଳେ ସ୍ଥାନୀୟ ଲୋକେ ସଂପୃକ୍ତ ବୋଟର ମାଲିକ ଙ୍କୁ ଅଟକାଇବା ସହ ମୃତକର ଶବକୁ ଜଗିରଖି ପୁଲିସକୁ ଖବର ଦେଇଥିଲେ ।

error: Thank You Keep Visiting