ଧାମରାରେ ଏସବିଆଇ ଏଟିଏମ ଭାଙ୍ଗିଲେ ଦୃବୁର୍ତ୍ତ

Straight to the Point
ଗୋଟିଏ ବର୍ଷରେ ୬ଥର ଲଗାତର ଭଙ୍ଗା ହେବା ପରେ ମଧ୍ୟ ପୁଲିସ ନୀରବଦ୍ରଷ୍ଟା

ଭଦ୍ରକ: ଧାମରାରେ ଦିନକୁ ଦିନ ଦୁର୍ବୁର୍ତ ମାନଙ୍କ ଲୁଟତରାଜ ବଢି ବଢି ଚାଲିଥିବା ବେଳେ ପୁଲିସ ପ୍ରଶାସନ କେବଳ ନୀରବଦ୍ରଷ୍ଟା ସାଜିଛି । ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତ୍ରିରେ ଧାମରାରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମକୁ ଦୁର୍ବୁର୍ତ ମାନେ ଭାଙ୍ଗି ଦେଇଛନ୍ତି । ଏହି ଏଟିଏମର ସାମନା ପଟକୁ ଭାଙ୍ଗିବାରେ ସଫଳ ହୋଇଥିବା ବେଳେ ଟଙ୍କା ଗଚ୍ଛିତ ଥିବା ଚେମ୍ବରକୁ ଭାଙ୍ଗିବାରେ ଅସଫଳ ହୋଇଛନ୍ତି ଫଳରେ ସେମାନେ ଏହି ଏଟିଏମରୁ ଟଙ୍କା ନେବାରେ ବିଫଳ ହୋଇଛନ୍ତି ।

ବ୍ୟାଙ୍କ କର୍ତୁପକ୍ଷ ଥାନାରେ ଏତଲା ଦେବାପରେ ପୁଲିସ ପ୍ରଶାସନ ଏବଂ ସାଇଂଟିଫିକ ଟିମ ଆସି ଏହି ଏଟିଏମରୁ ଫିଙ୍ଗରପ୍ରିଂଟ ସମସ୍ତ ନେଇଥିଲେ । ଆଗାମୀ ଦିନରେ ଏହି ଫିଙ୍ଗରପ୍ରଂଟକୁ ଯାଂଚ କରିବା ପରେ ଦୁର୍ବୁର୍ତ ମାନଙ୍କୁ ଧରିବାରେ ସଫଳ ହେବେ ବୋଲି ସେମାନେ ଆଶା ରଖିଛନ୍ତି ବୋଲି କହିଥିଲେ ।

ଏହି ଏଟିଏମ ଟି ରାସ୍ତା ପାଶ୍ୱର୍ରେ ହୋଇଥିବା ବେଳେ ଏହି ରାସ୍ତାରେ ଧାମରା ଥାନା ପୁଲିସ ଏବଂ ଧାମରା ମେରାଇନ ଥାନା ପୁଲିସ ରାତି ତମାମ ପେଟ୍ରୋଲିଂ କରୁଥିବା ବେଳେ କେଉଁ ପରିସ୍ଥିତିରେ ଏହି ଏଟିଏମକୁ ଦୁର୍ବୁର୍ତ ମାନେ ଭାଙ୍ଗି ଲେ ତାହା ସାଧାରଣରେ ଚର୍ଚାର ବିଷୟ ପାଲଟିଛି । ଗୋଟିଏ ବର୍ଷ ମଧ୍ୟରେ ଏହି ଷ୍ଟେଟ ବ୍ୟାଙ୍କ ଏଟିଏମକୁ ୬ଥର ଦୁର୍ବୁର୍ତ ମାନେ ଟାର୍ଗେଟ କରି ଭାଙ୍ଗିିଥିବା ବେଳେ ପୁଲିସ ପ୍ରଶାସନର ପେଟ୍ରୋଲିଂ ଏକ ହାସ୍ୟାସ୍ପଦ ବେପାର ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚା ଚାଲିଛି ।

error: Thank You Keep Visiting