୧୩ ବର୍ଷୀୟା ଛାତ୍ରୀଙ୍କୁ ୭ ମାସ ଧରି ଗଣବଳାତ୍କାର

Straight to the Point

ପାଟନା: ଘୃଣ୍ୟ, ଅମାନବୀୟ, ବର୍ବର। ଏହିସବୁ ମାନସିକତା ସୀମା ଟପିଯାଇଛି। ଜନୈକା ୧୩ ବର୍ଷୀୟା ଛାତ୍ରୀଙ୍କୁ ୭ ମାସ ଧରି ଗଣବଳାତ୍କାର କରାଯାଇଛି। ଏପରିକି ଏହି ବଳାତ୍କାରରେ ସାମିଲ୍‍ ଅଛନ୍ତି ସେହି ସ୍କୁଲ୍‍ର ଅଧ୍ୟକ୍ଷ ଓ ଦୁଇ ଜଣ ଶିକ୍ଷକ। ଏଭଳି ପାଶବିକ ଘଟଣାର ଖବର ଆସିଛି ବିହାରରୁ। ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଅଧ୍ୟକ୍ଷ ଓ ଜଣେ ଶିକ୍ଷକଙ୍କୁ ଗିରଫ କରିବା ସହିତ ଦୁଇ ଛାତ୍ରଙ୍କୁ ଅଟକ ରଖିଛି।

ପୀଡ଼ିତାଙ୍କ କହିବା ଅନୁଯାୟୀ, ଗତ ବର୍ଷ ଡିସେମ୍ବରରେ ତାଙ୍କ ବାପା ଜେଲ୍‍ ଯିବା ପରେ ତାଙ୍କୁ ଜଣେ ସହପାଠୀ ବଳାତ୍କାର କରିଥିଲେ। ଏହାପରେ ତାଙ୍କୁ ବ୍ଲାକ୍‍ମେଲ୍‍ କରି ଜଣକ ପରେ ଜଣେ ସହପାଠୀ ଗଣବଳାତ୍କାର କରି ଚାଲିଥିଲେ। କିଛିଦିନ ପରେ ସ୍କୁଲ୍‍ର ଅଧ୍ୟକ୍ଷ ଓ ଦୁଇ ଜଣ ଶିକ୍ଷକ ମଧ୍ୟ ଛାତ୍ରୀଙ୍କୁ ବଳାତ୍କାର କରୁଥିଲେ। ଦିନକୁ ଦିନ ବଳାତ୍କାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮ରେ ପହଞ୍ଚିଥିଲା। ୭ ମାସ ଧରି ନିରନ୍ତର ଭାବେ ଚାଲିଥିଲା ତାଙ୍କ ଉପରେ ପାଶବିକ ଅତ୍ୟାଚାର। ତାଙ୍କ ବାପା ଜେଲ୍‍ରୁ ମୁକୁଳିବା ପରେ ପୀଡ଼ିତା ଏ ସମ୍ପର୍କରେ ମହିଳା ପୁଲିସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଛାପ୍ରା ଜିଲାର ପାରସଗଡ଼ ସ୍ଥିତ ଏକମା ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଅଧ୍ୟକ୍ଷ ଓ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ବଳାତ୍କାରରେ ସମ୍ପୃକ୍ତ ଦୁଇ ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟଛାତ୍ରମାନେ ଫେରାର ଅଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ଡାକ୍ତରୀ ଟିମ୍‍ ଗଠନ କରଯାଇଛି।

error: Thank You Keep Visiting