ଦୁଇ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

Straight to the Point

ଭଦ୍ରକ: ଏହି ଜିଲାର ଦୁଇଟି ପୃଥକ୍ ପୃଥକ୍ ଅଂଚଳରେ ମାତ୍ର ଦୁଇଦିନ ବ୍ୟବଧାନରେ ଦୁଇଟି ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ପୁଲିସ୍ର ମୁଣ୍ଡବ୍ୟଥାର କାରଣ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତ ଅଗଷ୍ଟ ୩୦ ରେ ବାସୁଦେବପୁର ବ୍ଲକ୍ ବାଲିମେଦ ପଂଚାୟତ ପାଇକସାହି ନିକଟସ୍ଥ ନୟନଯୋରୀରେ ଏକ ଅଜଣା ଯୁବତୀର ମୃତଦେହ ଚାଷକାର୍ଯ୍ୟ କରିବା ପାଇଁ ବିଲକୁ ଯାଉଥିବା କୃଷକମାନେ ଦେଖିଥିଲେ । ଏହି ଘଟଣାରେ ମୃତ ଯୁବତୀଟିର ପରିଚୟ ଏପର୍ଯ୍ୟନ୍ତ ମିଳିନଥିବାବେଳେ ଆଜି ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ୧୭ନଂ ୱାର୍ଡ ଖାନ୍କା ନିକଟ ଛଡାକମହଲାରୁ ଆଜି ଅପରାହ୍ନରେ ସେହିଭଳି ଜଣେ ଅଜଣା ଯୁବତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି ।

ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି କିଛି ଲୋକ ଖାନକା ନିକଟରେ ଥିବା ବିଲକୁ ଯାଉଥିବାବେଳେ ଛଡାକମହଲା ନୟନଯୋରୀରେ ଏହି ଶବଟିକୁ ଦେଖିଥିଲେ । ଏହି ଖବର ପାଇ ପୁରୁଣାବଜାର ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ତେବେ କେହି ଏହି ଯୁବତୀକୁ ଅନ୍ୟତ୍ର ହତ୍ୟା କରି ଏହି ସ୍ଥାନରେ ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି । ଯୁବତୀଟିର ମୃତଦେହ ୨-୩ ଦିନ ତଳର ବୋଲି ଅନୁମାନ କରାଯାଉଛି ।

error: Thank You Keep Visiting