ଚାନ୍ଦବାଲି ନାବାଳିକା ଛାତ୍ରୀଙ୍କୁ ଗଣଦୁର୍ଷ୍କମ ମାମଲା; ୪ ଅଭିଯୁକ୍ତ ଗିରଫ ନେଇ ଏସ୍ପିଙ୍କ ସୂଚନା

Straight to the Point

ଭଦ୍ରକ: ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ବଡ ଓସ୍ତିଆ ପଂଚାୟତର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ନେଇ ଆଜି ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ସଂପୃକ୍ତ ନାବାଳିକା ନିଜ ସଂପର୍କୀୟ ଭାଇ ସହ ଗତ ୪ ତାରିଖରେ ଯାତ୍ରା ଦେଖି ନିଜ ମାମୁଁଘରକୁ ଫେରୁଥିବାବେଳେ ଚାନ୍ଦବାଲି କଲେଜ ରୋଡ୍ ଫାୟାର ଷ୍ଟେସନ ନିକଟରେ ଚାରିଜଣ ଯୁବକ ଛାତ୍ରୀଙ୍କ ସଂପର୍କୀୟ ଭାଇଙ୍କୁ ମାଡମାରି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ।  ସେତେବେଳେ ଛାତ୍ରୀ ଜଣକର ଚିତ୍କାର ଶୁଣି ଯାତ୍ରା ଦେଖି ଫେରୁଥିବା ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ôଚଯିବାରୁ ୩ ଜଣ ଯୁବକ ବାଇକ୍ ଯୋଗେ ଫେରାର ହୋଇଯିବାରେ ସଫଳ ହୋଇଥିଲେ । ମାତ୍ର ଜଣକୁ ଗ୍ରାମବାସୀମାନେ କାବୁ କରି ନିସ୍ତୁକ ମାଡ ମାରିବା ସହ ବାନ୍ଧି ପକାଇ ପୁଲିସ୍କୁ ହସ୍ତାନ୍ତର କରିଥିଲେ । ଏଥିନେଇ ନାବାଳିକା ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଏହି ଘଟଣା ପୁଲିସ୍ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଥିଲା । ପରବର୍ତ୍ତୀ ସମୟରେ ଘଟଣାର ଗୁରୁତ୍ୱକୁ ଉପଲବ୍ôଧ କରି ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଏକ ସ୍ପେଶାଲ ଟ୍ରାକ୍ ଫୋର୍ସ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ତେବେ ଏହି ଚଢାଉ କାଳରେ ଫେରାର ତିନି ଅଭିଯୁକ୍ତଙ୍କୁ ମିଶାଇ ସମସ୍ତ ଚାରି ଜଣଙ୍କୁ ପୁଲିସ୍ ଆଜି ଡାକ୍ତରୀ ମାଇନା କରିବା ପରେ କଡା ସୁରକ୍ଷା ମଧ୍ୟରେ କୋର୍ଟ ଚାଲାଣ କରିଛି । 

Leave a Reply

Your email address will not be published. Required fields are marked *

error: Thank You Keep Visiting