ଯୌତୁକ ପାଇଁ ବଧୂ ନିର୍ଯ୍ୟାତନା: ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଗିରଫ

Straight to the Point

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧିନ ପୁରୁଷଣ୍ଢ ଗ୍ରାମର ଯୌତୁକ ପାଇଁ ଜଣେ ବଧୂ ନିର୍ଯ୍ୟାତିତ ହୋଇଥିବା ଘଟଣ।। ପଦାକୁ ଆସିଛି । ଶେଷରେ ବଧୂ ଜଣଙ୍କ ନ୍ୟାୟ ପାଇବା ଆଶାରେ ଆଗରପଡ଼ା ଥାନାରେ ଆଶ୍ରୟ ନେଇଛନ୍ତି । ଅଭିଯୋଗର ସତ୍ୟାସତ୍ୟକୁ ଉପଲବ୍ôଧ କରି ଆଗରପଡ଼ା ପୁଲିସ ଭୁବନେଶ୍ୱର ଅଞ୍ଚଳରେ ·କିରି କରିଥିବା ମୁଖ୍ୟ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ଆଜି କୋର୍ଟ ·ଲାଣ କରିଛି । ଘଟଣାରୁ ପ୍ରକାଶ ଯେ, ୨୦୧୫ ମସିହା ମେ ମାସରେ ଆଗରପଡ଼ା ପୁରୁଷଣ୍ଢ ଗ୍ରାମର ଭିକାରୀ ଚରଣ ଦାସଙ୍କ ମଧ୍ୟମପୁତ୍ର ସମରଜିତ ଦାସ ଓରଫ ବୁଲୁଙ୍କ ବୈଦିକ ରୀତିନୀତି ଅନୁଯାୟୀ କଟକ ଜିଲ୍ଲା ମାହାଙ୍ଗା ଥାନା ମୌଦା ଗ୍ରାମର ପ୍ରସନ୍ନ ସିଂହଙ୍କ ଏକମାତ୍ର କନ୍ୟା ନିବେଦିତା ସିଂହଙ୍କ ସହିତ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷର ଦାବୀ ମୁତାବକ ସମସ୍ତ ଜାନି ଯୌତୁକ ସମେତ ନଗଦ ୩ ଲକ୍ଷ ଟଙ୍କା କନ୍ୟାପକ୍ଷ ଦେଇଥିଲେ । ମାତ୍ର ବିବାହର ୧ମାସ ପରେ  ସ୍ୱାମୀଙ୍କ ସମେତ ଶ୍ୱଶୁର, ଶାଶୁ ଧନୀରାଣୀ ଦାସ, ନଣନ୍ଦ ସୌମ୍ୟା ଦାସ, ବିବାହିତ ନଣନ୍ଦ ସୁରପ୍ରଭା ନାୟକ, ଦେଢଶ୍ୱର ସୂର୍ଯ୍ୟନାରାୟଣ ଦାସ ବଧୂ ନିବେଦିତାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ପାଠପଢା କମ ବୋଲି କହି ସ୍ୱାମଙ୍କ ସହିତ ମିଶାମିଶି କରିବାକୁୁ ଦେଇ ନଥିଲେ । ଅପରପକ୍ଷେ ସ୍ୱାମୀ ଚେନାଇ ·ଲିଯିବାରୁ ନିବେଦିତା ନିଜ ବାପଘର ଟଙ୍କାରେ ୪ଲକ୍ଷ ଟଙ୍କା ଖର୍ଚ୍ଚ କରି ୨ବର୍ଷ ହଷ୍ଟେଲରେ ରହି ଏମଏଫସି କୋର୍ସ ପଢିଥିଲେ । ତେବେ ଉକ୍ତ ୨ବର୍ଷ ମଧ୍ୟରେ ତାଙ୍କୁ ଫୋନରେ ଯøତୁକ ଟଙ୍କା ଆଣିଲେ ଘରକୁ ଆସିବା ଓ ସ୍ୱାମୀଙ୍କ ସହିତ ସମ୍ପର୍କ ରଖିବା ବିଷୟ ବାରମ୍ବାର  ଫୋନ ମାଧ୍ୟମରେ ଚେତାବନୀ ଦିଆଯାଇଥିଲା । ତେବେ ସ୍ୱାମୀ ଜଣଙ୍କ ଚେନାଇରୁ ·କିରି ଛାଡ଼ି ଭୁବନେଶ୍ୱରରେ ·କିରି କରିବାରୁ ଅଭିଯୁକ୍ତା ଭୁବନେଶ୍ୱର ଯାଇ ସ୍ୱାମୀଙ୍କ ସହିତ ଭଡ଼ାଘରେ ରହିଥିଲେ । ମାତ୍ର ସ୍ୱାମୀ ତାଙ୍କୁ ସର୍ବଦା ବାପଘରୁ ଟଙ୍କା ଆଣିବା ନିମନ୍ତେ ·ପ ପ୍ରୟୋଗ କରି ମାରଧର କରିଥାନ୍ତି । ତେବେ ସମସ୍ତ ଯନ୍ତ୍ରଣାକୁ ସହି ସମସ୍ୟା ସୁଧିରି ଯିବା ଆଶାରେ ପଡ଼ିରହିଥିଲେ ନିବେଦିତା । ଗତ ତା ୨୦-୯-୧୮ରିଖରେ ପରିବାରର ସମସ୍ତ ସଦସ୍ୟ ଏକଜୁଟ ହୋଇ ନିବେଦିତାଙ୍କୁ ଭଡ଼ାଘରେ ୪ ଦିନ ଓପାସ ରଖିବା ସହିତ ସ୍ୱାମୀ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ଗଁଗଁ ଶବ୍ଦ ଶୁଣି ପଡ଼ୋଶୀମାନେ ·ଲି ଆସିବାରୁ ସ୍ୱାମୀ ଛାଡ଼ି ଦେଇଥିଲେ । ସବୁପରେ ମଧ୍ୟ ସମ୍ମାନ ଭୟରେ କାହାରିକୁ କିଛି ନକହି ବାପଘରକୁ ଖବର ପଠାଇବାରୁ ବାପା ଯାଇ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ସେହିଦିନ ଠାରୁ ଘଟଣା ସମାଧାନ ଆଶାରେ ଅନେକଥର ଦୁଇ ପରିବାର ବସିଥିଲେ ବି ଟଙ୍କା ନଦେଲେ ସମାଧାନ ହୋଇ ପାରିବ ନାହିଁ ଆବଶ୍ୟକ ହେଲେ ଡ଼ିଭୋର୍ସ ଦେଇ ପୁଅକୁ ଅନ୍ୟତ୍ର ବିବାହ କରାଇବାକୁ ଜିଦ ଧରିବାରୁ ବାଧ୍ୟ ହୋଇ ପୀଡ଼ିତା ଚଳିତ ମାସ ୩ତାରିଖରେ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ଆଗରପଡ଼ା ପୁଲିସ  ନୟାପଲ୍ଲୀ ଥାନା ଅଧିନ ଗ୍ରାଣ୍ଡ ମାର୍କ ଡ଼େଭଲପର୍ସ ଅଫିସରୁ ଅଭିଯୁକ୍ତଙ୍କୁ ଉଠାଇ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting