ପୁଣି କଳା ପଲସର ଲୁଟେରା ମାତିଲେ, ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍

Straight to the Point

ଭଦ୍ରକ: ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଛତାବର-ବଳିଘାଇ ପୂର୍ତ୍ତ ରାସ୍ତା ମଂଜୁରୀ ଗ୍ରାମ ଉପକଣ୍ଠସ୍ଥ ଏକ କୁକୁଡା ଫାର୍ମ ନିକଟରେ ପୁଣି ଥରେ କଳା ପଲସର ଲୁଟେରା ଜଣେ ବିବାହିତା ମହିଳାଙ୍କ ବେକରୁ ୧୪ ଗ୍ରାମ ଓଜନର ସୁନାଚେନ୍ ଲୁଟି ନେଇଛନ୍ତି । ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ସ୍ଥାନୀୟ ବନସ୍ତା ଗ୍ରାମର ପୀତବାସ ଖୁଣ୍ଟିଆ ନିଜର ପତ୍ନୀ ଶକୁନ୍ତଳା ଶିଶୁପୁତ୍ର ସହ ବାଇକରେ ବସି ନିଜ ଶ୍ୱଶୁରଘର ଅଙ୍ଗାରଗଡିଆରୁ ଫେରୁଥିଲେ । ମାତ୍ର ତାଙ୍କୁ ଏକ କଳା ପଲସରରେ ଲୁଟେରାମାନେ ପିଛା କରିଥିଲେ । ପରେ ମଂଜୁରୀ ଗ୍ରାମ ଉପକଣ୍ଠରେ ଥିବା କୁକୁଡା ଫାର୍ମ ନିକଟରେ ସଂପୃକ୍ତ ନମ୍ବର ବିହୀନ କଳା ପଲସରରେ ଆସୁଥିବା ୨ ଲୁଟେରା ପ୍ରଥମେ ଶକୁନ୍ତଳାଙ୍କ ମୁଣ୍ଡରୁ ଶାଢୀ ଖସାଇଦେଇ ବେକରୁ ସୁନାଚେନ୍ ଝାମ୍ପି ପର୍ବତୀ ଆଡକୁ ଅତି ଦ୍ରୁତି ବେଗରେ ପଳାଇଥିଲେ । ପଲସର ଚାଳକ ଜଣକ ହେଲମେଟ୍ ପିନ୍ଧିଥିବାବେଳେ ପଛରେ ବସିଥିବା ଲୁଟେରା ମୁହଁରେ ରୁମାଲ ଗୁଡାଇଥିଲା ବୋଲି ଲୁଟ୍ର ସମ୍ମୁଖୀନ ହୋଇଥିବା ପୀତବାସ ଓ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting