ମହିଳା କର୍ମଚାରୀଙ୍କୁ ଅସଦାଚରଣ

Straight to the Point

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ପଂଚାୟତ ସମିତି କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ପଂଚାୟତ ସମିତି କାର୍ଯ୍ୟାଳୟର କମ୍ପ୍ୟୁଟର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ମଧୁସୂଦନ ସାହୁ ନାମକ ଜଣେ ଜିଆରଏସ ଅସଦାଚରଣ କରିଥିବା ଅଭିଯୋଗ ଆସିବା ପରେ ପୋଲିସ ଜିଆରଏସଙ୍କୁ ଗିରଫ କରିଛି । ତେବେ ଏନେଇ  ଅଭିଯୋଗ ଆସିଥିବା ସହ ଜିଆରଏସ ନିୟମିତ ଭାବେ ଔଷଧ ସେବନ ନକଲେ ସଂଜ୍ଞାହୀନ ହୋଇ ତଳେ ପଡିଯାଆନ୍ତି ବୋଲି ଜିଆରଏସଙ୍କ ପରିବାର ପକ୍ଷରୁ  ସଫେଇ ଦିଆଯାଇଛି । ଅପରପକ୍ଷରେ ମହିଳା କର୍ମଚାରୀଙ୍କ ଉପରେ ଅସାଚରଣ ହୋଇଥିବା ସମୟକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଥିବା ବେଳେ ଏହା ସୁପରିକଳ୍ପିତ ଯୋଜନା ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting