ନର ପିଶାଚଙ୍କ ଶିକାର ହେଲା ୬ ବର୍ଷର ଶିଶୁକନ୍ୟା

Straight to the Point

ଜୟପୁର: ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଶନିବାର ଏହି ୬ ବର୍ଷର ଝିଅଟି ନିଖୋଜ ହୋଇଯାଇଥିଲା। ରବିବାର ପୁଲିସ, ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଏହି ଝିଅର ଶବକୁ ଉଦ୍ଧାର କରିଥିଲା। ବଳାତ୍କାର ପରେ ଝିଅର ଗଳାକୁ ସ୍କୁଲ୍‌ବେଲ୍‌ଟରେ ଚାପି ହତ୍ୟା କରାଯାଇଥିଲା। ଶବକୁ ଗାଁ ନିକଟ ଏକ ଶୁନ୍‌ଶାନ ଜାଗାରେ ପକାଇ ଅପରାଧୀ ପଳାଇ ଯାଇଥିଲା। ପୁଲିସର କହିବା ଅନୁଯାୟୀ ଯେଉଁଠି ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିଲା ସେଠାରେ ମଦ ବୋତଲ, ସ୍ନାକ୍ସ ଏବଂ ରକ୍ତ ଚିହ୍ନ ପଡ଼ିଥିଲା। ସ୍ଥାନୀୟ ପୋଲିସର କହିବା ଅନୁଯାୟୀ, ଶନିବାର ସ୍କୁଲରେ ସ୍ପୋର୍ଷ୍ଟସ ଥିବାରୁ ଝିଅଟି ସ୍କୁଲ ଯାଇଥିଲା। ହେଲେ ଆଉ ଘରକୁ ଫେରି ନ ଥିଲା। ଅପରାହ୍ନ ୩ ପର୍ଯ୍ୟନ୍ତ ପରିବାର ଲୋକେ ଅପେକ୍ଷା କରିଥିଲେ। ହେଲେ ଝିଅ ନ ଆସିବାରୁ ଖୋଜାଖୋଜି କରିଥିଲେ। ଆଖପାଖ ଜାଗା ଏବଂ ଚିହ୍ନା ପିରିଚିତ ଲୋକଙ୍କ ଘର ଖୋଜି ଝିଅକୁ ନ ପାଇ ହତାଶ ହୋଇ ପଡ଼ିଥିଲେ। ରବିବାର ସକାଳୁ ସ୍କୁଲଠାରୁ ପ୍ରାୟ ଅଧ କିମି ଦୂର ଏକ ସ୍ଥାନରୁ ଶିଶୁର ରକ୍ତଭିଜା ଶରୀର ମିଳିଥିଲା। ତଦନ୍ତକାରୀ ପୋଲିସ ଅଫିସରଙ୍କ କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଏହା ଏକ ବଳାତ୍କାର ଏବଂ ହତ୍ୟା ଘଟଣା ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

error: Thank You Keep Visiting